କାହିଁକି ପାଣ୍ଡ୍ୟା କରୁଛନ୍ତି ବୋଲିଂ କାରଣ ଜାଣିଲେ କରିବେ ସଲାମ ,ଫ୍ୟାନ ମାନଙ୍କ ହୃଦୟ ଜିତି ନେଲେ ହାର୍ଦିକ

ଦର୍ଶକ ବନ୍ଧୁ ଆପଣମାନେ ଗତ କାଲି ଅନୁଷ୍ଠିତ ହୋଇଥିବା CSK ଓ MI ମ୍ୟାଚ୍ ନିହାତି ଭାବେ ଦେଖିଥିବେ ଆଉ ଯଦି ଦେଖି ନାହାନ୍ତି ତାହେଲେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେହି ମ୍ୟାଚରେ ହୋଇଥିବା କିଛି ରୋଚକ ଘଟଣା ବିଷୟରେ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଗତ କାଲି ଅନୁଷ୍ଠିତ ହୋଇଥିବା IPL ୨୦୨୪ ର ୨୯ ତମ ମ୍ୟାଚ୍ ମୁମ୍ବାଇର ୱାଙ୍କଡେ ଷ୍ଟାଡିୟମରେ ଖେଳା ଯାଇଥିଲା |

ଯେଉଁଥିରେ ମୁମ୍ବାଇ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା ତେବେ ପ୍ରଥମେ ବ୍ୟାଟିଂ କରିଥିବା CSK ନିର୍ଦ୍ଧାରିତ ୨୦ ଓଭର ୪ ୱିକେଟ୍ ହରାଇ ୨୦୬ରନ୍ ସଂଗ୍ରହ କରିଥିଲା ଯେଉଁଥିରେ ଅଧିନାୟକ ଋତୁରାଜଙ୍କ ବିସ୍ଫୋରକ ୬୯ ରନ୍ ଏବଂ ଶିବମ୍ ଙ୍କ ୬୬ ରନ୍ ସାମିଲ ଥିଲା |

ହେଲେ ୨୦ ତମ ଓଭର ରେ ଧୋନି ୩ ଛକା ସହିତ ୨୦ ରନ୍ କରି CSK କୁ ୨୦୬ ରନରେ ପହଞ୍ଚାଇଥିଲେ ଓ CSK କୁ ପିଛା କରି ମୁମ୍ବାଇ ୧୮୬ ରନ୍ ସଂଗ୍ରହ କରି ୨୦ ରନ୍ ପାଇଁ ମ୍ୟାଚକୁ ହତିଯାଇଥିଲା ହେଲେ ଇଁଙ୍ଗସ୍ ଶେଷ ବେଳକୁ ହାର୍ଦ୍ଦିକ କାହିଁକି ବୋଲିଂ ତାହା ସେ ସ୍ପଷ୍ଟ ଭାବରେ ଏହାର କାରଣ କହିଥିଲେ ଯେ ମୁଁ ମୁମ୍ବାଇ ଟିମ୍ ପାଇଁ ଆଲରାଉଣ୍ଡର୍ ଭାବେ ଖେଳୁଛି |

ମୁଁ ପ୍ରତ୍ୟେକ ମ୍ୟାଚରେ ବୋଲିଂ କାରଣ ଆଗକୁ T20 ବିଶ୍ଵକପ୍ ଆସୁଛି ସେଥି ପାଇଁ ମୁଁ ମୋ ଫମ୍ କୁ ଫେରିବା ପାଇଁ ପ୍ରତ୍ୟେକ ମ୍ୟାଚରେ ବୋଲିଂ କରୁଛି ତଥାପି ମତେ T20 ବିଶ୍ଵକପ୍ ରେ ଅଲରାଉଣ୍ଡର୍ ଭାବେ ଭାରତ ପାଇଁ ଖେଳିବାର ଅଛି IPL ମୁଁ ହାରି ଯାଇ ପରେ ହେଲେ ବିଶ୍ୱକପ୍ ହରାଇବାକୁ ଚାହେଁ ନାହିଁ ।

Leave a Reply

Your email address will not be published. Required fields are marked *