14 ଏପ୍ରିଲ ହନୁମାନ ଜୟନ୍ତୀ ପଣାସଂକ୍ରାନ୍ତି ,ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ ଏହି ଗୋଟିଏ ଜିନିଷ ପୁରା ବର୍ଷ ଧନ ମାଡ଼ି ଆସିବ

ନମସ୍କାର ଦର୍ଶକବନ୍ଧୁ ଏପ୍ରିଲ 13 ତାରିଖ ବଡ଼ ହନୁମାନ ଜୟନ୍ତୀ ସହିତ ପାଳିତ ହେଉଛି ପଣା ସଂକ୍ରାନ୍ତି ଯାହାକି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ଏହା ଆମ ଓଡ଼ିଆ ମନ ନବବର୍ଷ ଅଟେ । ହନୁମାନଙ୍କ ଭକ୍ତ ହନୁମାନଙ୍କୁ ପ୍ରସନ୍ନ କରି ପାରିଲେ ଜୀବନରେ କେବେ କୌଣସି ପ୍ରକାରର ସମସ୍ୟା ଦେଖା ଦେବ ନାହିଁ କାରଣ ସଙ୍କଟମୋଚନ ସବୁ ଦୁଃଖ ଅସୁବିଧା ଦୂର କରିଥାଆନ୍ତି। ଯାହାଦ୍ୱାରା ହନୁମାନଙ୍କ ଭକ୍ତକୁ କୌଣସି ସମସ୍ୟା ହୁଏ ନାହିଁ ତେଣୁ ଏହିଦିନ ନିୟମିତ ଭାବରେ ହନୁମାନଙ୍କ ପୂଜା କଲେ ହନୁମାନଙ୍କ ସାକ୍ଷାତ କୃପା ପ୍ରାପ୍ତ ହୋଇଥାଏ । ମଙ୍ଗଳ ଗ୍ରହ ମଜବୁତ ହେଲେ ଜୀବନରେ ସବୁ କାର୍ଯ୍ୟ ସଫଳ ହୋଇଥାଏ । ହନୁମାନ ଜୟନ୍ତୀ ଦିନ ହନୁମାନଙ୍କ ପୂଜା କଲେ ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା ଦୂର ହୋଇଯାଏ ଏବଂ ଭାଗ୍ୟ ମଧ୍ୟ ବଦଳି ଯାଏ ।

ମଙ୍ଗଳବାର ଦିନ ୨୧ ପ୍ରକାରର ଶୁଭ ଯୋଗ ସୃଷ୍ଟି ହେଉଥିବାରୁ ଏହିଦିନ ହନୁମାନଙ୍କୁ ପ୍ରସନ୍ନ କରି ପାରିଲେ ତାହା ଖୁବ ଲାଭ ଦେଇଥାଏ । ଏହି ଦିନ କିଛି ଉପାୟ କରି ଆପଣ ଚାକିରୀ ସମ୍ବନ୍ଧୀୟ କୌଣସି ସମସ୍ୟାର ସମାଧାନ କରି ପାରିବେ । ହନୁମାନଙ୍କୁ ଆରାଧନା କରିବା ଦ୍ୱାରା ବ୍ୟାପାର ସମ୍ବନ୍ଧୀୟ ସମସ୍ୟା ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଯଦି ଆପଣଙ୍କ ଜୀବନରେ ଅଧିକ ପରିଶ୍ରମ ସତ୍ତ୍ୱେବି ଶୁଭ ଫଳ ପ୍ରାପ୍ତ ହେଉନାହିଁ , ଘରେ ଅଶାନ୍ତି ଦେଖା ଦେଉଛି , ଜୀବନରେ ଲଢ଼େଇ ଝଗଡ଼ା ଲାଗି ରହୁଛି , ଜୀବନରେ ଧନ ପ୍ରାପ୍ତିର ରାସ୍ତା ବନ୍ଦ ହୋଇ ଯାଇଛି , ଯେଉଁ କାରଣରୁ ଆପଣ ଅତ୍ୟନ୍ତ ଚିନ୍ତିତ ଅଛନ୍ତି ତେବେ ମଙ୍ଗଳ ଗ୍ରହକୁ ଦୃଢ଼ କରିବା ପାଇଁ ମଧ୍ୟ ହନୁମାନଙ୍କୁ ଏହିଦିନ ନିଷ୍ଠାର ସହିତ ପୂଜା କରନ୍ତୁ । ଆଉ କିଛି ଖାସ ଉପାୟ ଦ୍ୱାରା ମଧ୍ୟ ଏହି ସବୁ ସମସ୍ୟା ଦୂର ହୋଇ ପାରିବ ।

କେବଳ ଉପାୟ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ ଯେ ଉପାୟ କରିବାର ସମୟ ଠିକ ରହିବା ଆବଶ୍ୟକ । ସର୍ବପ୍ରଥମ ଉପାୟ ହେଉଛି ମଙ୍ଗଳ ଗ୍ରହକୁ ମଜବୁତ କରିବାର ମହାଉପାୟ । ଯଦି ଆପଣ ନିଜ ମଙ୍ଗଳ ଗ୍ରହକୁ ମଜବୁତ କରିବାକୁ ଚାହୁଁଛନ୍ତି ତେବେ ଏହି ହନୁମାନ ଜୟନ୍ତୀ ଦିନ ଏହି ଉପାୟକୁ ନିଶ୍ଚୟ କରି ନିଅନ୍ତୁ । ଏହାଦ୍ବାରା ମଙ୍ଗଳ ଗ୍ରହ ମଧ୍ୟ ମଜବୁତ ହୋଇଥାଏ । ସକାଳୁ ଉଠି ନିତ୍ୟକର୍ମ ସାରି କୌଣସି ହନୁମାନ ମନ୍ଦିରକୁ ଯାଆନ୍ତୁ । ହନୁମାନଙ୍କ ନିମନ୍ତେ ଏକ ନାଲି ଗୋଲାପ ମାଳା ଅର୍ପିତ କରି ସେହି ମନ୍ଦିରରେ ୧୧ ଥର ହନୁମାନ ଚାଳିଶା ପାଠ କରାନ୍ତୁ ।

ଏହି ଉପାୟ ଦ୍ୱାରା ମଙ୍ଗଳ ଗ୍ରହ ମଜବୁତ ହୋଇଥାଏ କାରଣ ଏହି ହନୁମାନ ଜୟନ୍ତୀରେ ୨୧ ପ୍ରକାରର ଶୁଭ ଯୋଗ ସୃଷ୍ଟି ହେଉଛି । ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତି ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଅଛନ୍ତି ତେବେ ଏହି ମଙ୍ଗଳବାର ଦିନ ସେହି ବ୍ୟକ୍ତିଙ୍କ ହାତରୁ ୧୧ ଟି ରୋଟି ନେଇ କୌଣସି କଳା କୁକୁରକୁ ଖୁଆଇ ଦିଅନ୍ତୁ । ହନୁମାନ ଜୟନ୍ତୀ ଦିନ ଏହି ଉପାୟ କଲେ ଭଗବାନ ଶ୍ରୀହନୁମାନଙ୍କ କୃପାରୁ ସେହି ବ୍ୟକ୍ତିର ରୋଗ ମଧ୍ୟ ଭଲ ହୋଇଯିବ ।

ଆପଣ ଯଦି କୌଣସି ବଡ଼ କରଜରେ ଫସି ଯାଇଛନ୍ତି ତେବେ ଏହି ପଣା ସଂକ୍ରାନ୍ତି ଦିନ ସକାଳୁ ଦ୍ୱିପ୍ରହର ଏବଂ ସନ୍ଧ୍ୟା ସମୟରେ ସ୍ନାନ ସାରି ନାଲି ବସ୍ତ୍ର ଧାରଣ କରନ୍ତୁ । ଏହାପରେ ଭଗବାନ ହନୁମାନଙ୍କୁ ଲଡୁ ଭୋଗ ଲଗାଇ ୧୧ ଥର ହନୁମାନ ଚାଳିଶା ପାଠ କରନ୍ତୁ । ଏହି ଉପାୟକୁ ହନୁମାନ ଜୟନ୍ତୀ ଦିନ କଲେ କରଜ ସମସ୍ୟା ଦୂର ହୋଇଥାଏ ହନୁମାନ ଜୟନ୍ତୀ ଦିନ ପୂଜଘରେ ରଖିଥିବା ହନୁମାନଙ୍କ ମୂର୍ତ୍ତି ସାମ୍ନାରେ ଏକ ପିତ୍ତଳ ଥାଳି ନେଇ ବସି ଯାଆନ୍ତୁ ।

Leave a Reply

Your email address will not be published. Required fields are marked *