ଓଲିଉଡ଼ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସ୍ନିଗ୍ଧାଙ୍କ ମହାନ୍ତିଙ୍କ ସଂଘର୍ଷମୟ ଜୀବନୀ ଏବଂ ପରିବାର ବିଷୟରେ କିଛି ଅଜଣା କଥା

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଦମଦାର ଆକ୍ଟିଙ୍ଗ ବହୁତ ସାରା ସିନେମା ଏବଂ ସିରିଏଲରେ ନିଶ୍ଚିତ ଭାବରେ ଦେଖିବାକୁ ପାଇଥିବେ |ମାତ୍ର ଆପଣମାନେ କଣ ସ୍ନିଗ୍ଧା ମହାନ୍ତିଙ୍କ ରିଏଲ ଲାଇଫ ବିଷୟରେ କିଛି ଜାଣିଛନ୍ତି କି କଣ ଜାଣିଛନ୍ତି କି ସ୍ନିଗ୍ଧାଙ୍କ ସଂଘର୍ଷ ମୟ କାହାଣୀ ବିଷୟରେ ଯଦି ଜାଣି ନାହାଁନ୍ତି ତେବେ ଆମର ଏହି ବିଷୟଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ |

ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ଏବଂ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ସ୍ନିଗ୍ଧା ମହାନ୍ତି |ଯିଏ କି 50 ରୁ ପ୍ରାୟ ଅଧିକ ଓଡ଼ିଆ ସିନେମା ସହିତ ସିରିଏଲରେ ମଧ୍ୟ ଦମଦାର ଆକ୍ଟିଙ୍ଗ କରି ଦର୍ଶକମାନଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି |ତେବେ ଅଭିନୟ ସହିତ ସ୍ନିଗ୍ଧା ମହାନ୍ତି ଜଣେ ସରକାରୀ କର୍ମଚାରୀ ଅଟନ୍ତି |ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କର ଜଣେ ଝିଅ ଅଛନ୍ତି |

ଯାହାଙ୍କୁ ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ପ୍ରକୃତ ନାମ ହେଉଛି ସମ୍ଭାବନା ମହାନ୍ତି ତେବେ ସମ୍ଭାବନା ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି |ଅରିନ୍ଦମଙ୍କ ସହିତ ତୁ ରାଜା ମୁଁ ରାଣୀ ସିନେମାଟି ହେଉଛି ସମ୍ଭାବନାଙ୍କ ପ୍ରଥମ ସିନେମା ଯେଉଁ ସିନେମାରେ ବେଶ ସଫଳତା ପାଇଥିଲେ ସମ୍ଭାବନା |

ଏହା ପରେ ସେ ଓଡ଼ିଶା ଛାଡ଼ି ମୁମ୍ବାଇରେ ରହିଥିଲେ ଏବଂ ବହୁତ ସାରା ହିନ୍ଦୀ ସିନେମାରେ ନଜର ଆସୁଛନ୍ତି ସମ୍ଭାବନା |ତେବେ ଅଭିନୟରୁ ଫାଙ୍କା ମିଳିଲେ ସ୍ନିଗ୍ଧା ମହାନ୍ତି ନିଜ ଝିଅଙ୍କ ସହିତ ଯାଇ ସମୟ ବିତାଇ ଥାଆନ୍ତି |ସ୍ନିଗ୍ଧା ମହାନ୍ତିଙ୍କର ଯଦି ବାହାଘର ବିଷୟରେ କହିବା ତେବେ ସେ ଜୟପ୍ରକାଶ ମହାନ୍ତିଙ୍କୁ ପ୍ରେମ ବିବାହ କରିଥିଲେ ଏବଂ ଜୟପ୍ରକାଶ ହେଉଛନ୍ତି ଜଣେ ମ୍ୟୁଜିକ ଆଲବମ ଡାଇରେକ୍ଟର |

ସେ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ବହୁତ ସାରା ଓଡ଼ିଆ ସିନେମା ଦେଇ ଭେଟି ଯାଇଛନ୍ତି |ତେବେ ସମ୍ଭାବନାଙ୍କ ଜନ୍ମ କିଛି ମାସ ପରଠାରୁ ନିଜର କୌଣସି ବ୍ୟକ୍ତିଗତ କାରଣରୁ ଉଭୟେ ଦୁହେଁ ପରସ୍ପର ଠାରୁ ଅଲଗା ରହିଥିଲେ |ବର୍ତ୍ତମାନ ସ୍ନିଗ୍ଧା ମହାନ୍ତି ନିଜ ଝିଅଙ୍କ ପାଖରେ ବହୁତ ସମୟ ରହିଥିବାର ଦେଖିବାକୁ ମିଳିଛି

Leave a Reply

Your email address will not be published. Required fields are marked *