ଏବେ ଏବେ ସରକାର କଲେ ବଡ଼ ଘୋଷଣା ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ଖୁସିର ଖବର ,ସବୁ student ମାନେ ଜାଣିବା ଗୁରୁତ୍ୱପୂର୍ଣ୍ଣ

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଏବେ ଏବେ ଆସିଲା ବଡ଼ ଖୁସି ଖବର ବର୍ତ୍ତମାନ ଯାହାବି କିଛି ନୂଆ ସୂଚନା ମିଳିଛି ତାହା ସମସ୍ତେ ଜାଣିରଖିବା ଜରୁରୀ ଆସନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା |ସ୍କୁଲରେ ହେବ ପ୍ରେରଣା ଉତ୍ସବ ଏହା ଏକ ଅଭିଜ୍ଞ ଶିକ୍ଷଣ କାର୍ଯ୍ୟକ୍ରମ ଚଳିତ ମାସରେ ଏହି କାର୍ଯ୍ୟକ୍ରମ କରାଯିବ ସମସ୍ତ ସରକାରୀ ସ୍କୁଲ ,ଆଦର୍ଶ ବିଦ୍ୟାଳୟ ,କେନ୍ଦ୍ରୀୟ ବିଦ୍ୟାଳୟ ,ଜବାହାର ନବୋଦୟ ବିଦ୍ୟାଳୟ ମାନଙ୍କରେ ଏହି କାର୍ଯ୍ୟକ୍ରମ କରାଯିବ |

ଏହି କାର୍ଯ୍ୟକ୍ରମ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ନେଇ କରାଯିବ |ସ୍କୁଲ ସ୍ତରରେ ଚୟନ ହୋଇଥିବା ପିଲା ମାନଙ୍କୁ ନେଇ ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମ କରାଯିବ |ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି କରାଯାଇଛି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଛାତ୍ର ଛାତ୍ରୀ ମାନେ ପଞ୍ଜିକରଣ କରିବେ ସ୍କୁଲ ସ୍ତରରେ ପ୍ରେରଣା ଉତ୍ସବ ହେବ |

ଏଥିରେ ପିଲା ମାନେ ବିକଶିତ ଭାରତକୁ ନେଇ ଯେକୌଣସି ବିଷୟରେ ପ୍ରବନ୍ଧ ଲେଖିବେ |ଏଥି ସହ ପ୍ରବନ୍ଧ ,କାହାଣୀ ,ଗୀତ ,ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ହେବ ମୋ ଦେଶ ତଥା ସମାଜ ପାଇଁ କଣ ଅବଦାନ ରହିବ ତାକୁ ନେଇ ପିଲା ମାନେ ପ୍ରବନ୍ଧ ଲେଖିବେ |ଏହି ସବୁ ପ୍ରତିଯୋଗିତାରେ ଉତୀର୍ଣ୍ଣ ଶ୍ରେଷ୍ଠ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ କରାଯିବ |

ଏଥିରେ ମାଇଁ ଭିଜନ ଫର ଇଣ୍ଡିଆ ଶୀର୍ଷକରେ ପିଲା ମାନେ ଲେଖିବେ |ଏଥି ସହ ପ୍ରବନ୍ଧ ଲିଖନ ,ଗପ ,ସଙ୍ଗୀତ ,ଚିତ୍ରାଙ୍କନ ଆଦି କରାଯିବ ଏଥିରୁ ମୋଟ 30 ଜଣ ପିଲାଙ୍କୁ ଚୟନ କରାଯିବ |ଶ୍ରେଷ୍ଠ 15 ଛାତ୍ର ଓ 15 ଛାତ୍ରୀଙ୍କର ସାକ୍ଷାତ କାର କରାଯିବ ଏମାନଙ୍କର ମାର୍କ ପ୍ରେରଣା ପୋର୍ଟାଲରେ ଅପଲୋଡ କରାଯିବ |

ଏଥିରୁ ଶ୍ରେଷ୍ଠ ଦୁଇ ଜଣ ଛାତ୍ର ,ଛାତ୍ରୀଙ୍କୁ ଜାତୀୟ ସ୍ତରରେ ହେବାକୁ ଥିବା ପ୍ରେରଣା ଉତ୍ସବ ପାଇଁ ଚୟନ କରାଯିବ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଦୁଇ ଜଣ ଶ୍ରେଷ୍ଠ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ |

Leave a Reply

Your email address will not be published. Required fields are marked *