ଆଜିର ରାଶିଫଳ 10 ଏପ୍ରିଲ ବୁଧବାର 2024 ,କେମିତି କଟିବ ଆଜିର ଦିନ

ମେଷ ରାଶି – ଆଜି ଦିନଟି ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ସେତେଟା ଭଲ ରହିବ ନାହିଁ । ଚନ୍ଦ୍ର କେନ୍ଦ୍ରରେ ଶନିଥିବାରୁ ମନକୁ ବିକ୍ଷିପ୍ତ ଭାବନା ମାଡ଼ିବସିବ । ରାଜନୀତି, ପ୍ରଶାସନ, ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି । ସ୍ୱାର୍ଥସାଧନ ପାଇଁ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି । ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି । ଦୁଶ୍ଚିନ୍ତାରେ ରହିପାରନ୍ତି ।

ବୃଷ ରାଶି – ଆଜି ଦିନଟି ଆପଣଙ୍କ ପାଇଁ ବେଶ୍ ଭଲ ରହିଛି । ଅର୍ଥ ଓ ସମ୍ମାନ ପ୍ରାପ୍ତି ହେବ । କଳା, କ୍ରୀଡ଼ା ଓ ସାହିତ୍ୟ, ସଙ୍ଗୀତରେ ସୁନାମ ଅର୍ଜିବେ । ନିର୍ମାଣ, ବାଣିଜ୍ୟ, ପରିବହନ, କଳା, ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍‌ ସାଙ୍ଗକୁ ମାଲିମକଦ୍ଦମା ପ୍ରଭୃତିରେ ସଫଳତା ହାସଲ କରିବେ । ପରିଜନକୁ ନେଇ ସମସ୍ୟା ସୃଷ୍ଟି ହୋଇପାରେ ।

ମିଥୁନ ରାଶି – ଆଜି ଦିନ ଆପଣଙ୍କୁ ମିଶଅରିତ ଫଳ ପ୍ରଦାନ କରିବ । ବ୍ୟବସାୟରେ ଥିବା ବ୍ୟକ୍ତି ଲାଭବାନ ହେବେ । ବ୍ୟବସାୟ ବୃଦ୍ଧି ହେବାସହ ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବେ । ଜାଣିଶୁଣି କେତେକ ବ୍ୟକ୍ତି ସମସ୍ୟା ସୃଷ୍ଟି କରିବେ । ବାଣିଜ୍ୟ, ବ୍ୟବସାୟ, ପରିବହନ, ଜମିଜମା କାରବାର, କଳ, କାରଖାନା ଓ ଧାତୁ ଅଳଙ୍କାର କାମରୁ ଲାଭବାନ୍‌ ହେବେ ।

କର୍କଟ ରାଶି – ଆଜି ଦିନରେ ଆପଣଙ୍କୁ ଜଗିରଖି ଚଳିବାକୁ ହେବ । କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଅନୁକମ୍ପାରୁ କାର୍ଯ୍ୟ ହାସଲ କରିବେ । ସମସ୍ୟା ସମାଧାନରେ ଅତିପ୍ରିୟ ବନ୍ଧୁଙ୍କ ପରାମର୍ଶରୁ ମାନସିକ ସାନ୍ତ୍ବନା ମିଳିବ । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି । ସଭାସମିତିରେ ଆଜିର ଆଲୋଚନା ଫଳପ୍ରଦ ନ ହୋଇପାରେ ।

ସିଂହ ରାଶି – ଆପଣଙ୍କ ପାଇ ଦିନଟି ଭଲ ରହିଛି । ସହକର୍ମୀମାନଙ୍କ ଜରିଆରେ କାମ ହାସଲ କରିବେ । ପୁରୁଣା ରୋଗର ପୀଡ଼ା ବୃଦ୍ଧି ପାଇବ । ବ୍ୟସ୍ତତା ବୃଦ୍ଧି ପାଇବ । ଅନ୍ୟ ଉପରେ ଆଖିବୁଜି ବିଶ୍ୱାସ କଲେ ଅସୁବିଧାରେ ପଡ଼ିପାରନ୍ତି । ବ୍ୟବସାୟରେ ପ୍ରତିବନ୍ଧକ କାରଣରୁ ସଫଳତା ହାସଲ କରିପାରିବେ ନାହିଁ ।

କନ୍ୟା ରାଶି – ସମ୍ପର୍କୀୟଙ୍କୁ ସାହାଯ୍ୟ କରିବାକୁ ଯାଇ ହଇରାଣରେ ପଡ଼ିପାରନ୍ତି । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ମାନସିକ ସ୍ଥିତି ଭଲ ନ ଥିବା କାରଣରୁ ପ୍ରତ୍ୟେକ କଥାରେ ବିରକ୍ତିବୋଧ ଅନୁଭବ କରିପାରନ୍ତି । ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ ନିଜ ଲୋକଙ୍କ ଦ୍ୱାରା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ।

ତୁଳା ରାଶି – ବିଭିନ୍ନ କ୍ଷେତ୍ରରୁ ନିଜ ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ ଆସିପାରେ । ଭାବୁଥିବା ବିଷୟଟାକୁ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ । ପରିବାର ଭିତରେ ଭାଇଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେବେ । ଆନୁଷ୍ଠାନିକ କାମରେ ବନ୍ଧୁମାନଙ୍କୁ ଉପଯୁକ୍ତ ପ୍ରେରଣା ଦେଇ ପ୍ରଶଂସିତ ହେବେ ।

ବିଛା ରାଶି – ଆପଣଙ୍କ ପାଇଁ ଆଜିର ଦିନ ମିଶ୍ରିତ ଫଳ ପ୍ରଦାନ କରିବ । ଖୁସି ଖବର ମିଳିପାରେ । ପ୍ରତ୍ୟେକ ପରିସ୍ଥିତିରେ ଯୁକ୍ତିଯୁକ୍ତ କଥା କହି ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବାରେ ସଫଳ ହେବେ । ପରିବାରରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଯୋଗୁ ମନ ଅଶାନ୍ତ ରହିପାରେ । ବନ୍ଧୁଙ୍କ ନିକଟରୁ ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ । ପଡ଼ୋଶୀଙ୍କ ସହାୟତାରେ ବାକି ପଡ଼ିଥିବା ଅର୍ଥ ଆଦାୟରେ ସକ୍ଷମ ହୋଇପାରନ୍ତି ।

ଧନୁ ରାଶି – କଠିନ ଶ୍ରମ ଓ ଭ୍ରମଣ ଯୋଗୁଁ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବକରିବେ । କର୍ମକ୍ଷେତ୍ରରେ ବିଶେଷତଃ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ହଠାତ୍‌ କୌଣସି ଖବର ପାଇ ବିସ୍ମୟ ହେବେ । ବହୁତ ଦିନରୁ ଅଟକି ରହିଯାଇଥିବା କାମ ହାସଲ କରିବାରେ ସମର୍ଥ ହେବେ ।

ମକର ରାଶି – ଆଜି ଆପଣଙ୍କୁ ଚିନ୍ତା ଘାରିପାରେ । ବିଭିନ୍ନ ପୁରୁଣା କଥା ଓ ଅର୍ଥମାମଲାରେ ଚିନ୍ତା ବଢିପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବେ । କର୍ମକ୍ଷେତ୍ରରେ ଭଲ ସମ୍ପର୍କ ନଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଅସମ୍ମାନିତ ହୋଇପାରନ୍ତି । ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ନେବାରେ ସମର୍ଥ ହୋଇପାରିବେ । ଅର୍ଥ ସଙ୍କଟ, ମାଲିମକଦ୍ଦମା, ପରୋକ୍ଷ ଶତ୍ରୁତା ଦୁଶ୍ଚିନ୍ତାର କାରଣ ହୋଇପାରେ ।

କୁମ୍ଭ ରାଶି – ଦିନ ସାରା ଆପଣ ବ୍ୟଥିତ ରହିବେ । ବନ୍ଧୁ ସହଯୋଗ ମିଳିବନି । ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ । ସ୍ୱାର୍ଥ ହାସଲ ନ କରି ପାରିବା କାରଣରୁ ନିଜ ଲୋକଟି ହଠାତ୍‌ ଶତ୍ରୁତା କରିବାକୁ ପଛାଇବ ନାହିଁ । ପ୍ରାପ୍ୟଧନରେ ବାଧା ସୃଷ୍ଟି ହେବା କାରଣରୁ ସାମାନ୍ୟ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି । ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି

ମୀନ ରାଶି – ବାକି ପଡ଼ିଥିବା କାମ ସମ୍ପୂର୍ଣ୍ଣ ହେବ । ପ୍ରତିଯୋଗିତା, କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ, ମାଲିମକଦ୍ଦମାରେ ମଧ୍ୟ ସଫଳତା ହାସଲ କରିବେ । ପରିବାରର କୌଣସି ବ୍ୟତିକ୍ରମକୁ ସୁଧାରିବାର ଉପକ୍ରମ କରିପାରନ୍ତି । ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ ।

Leave a Reply

Your email address will not be published. Required fields are marked *