ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର ବଦଳିଲା ସକାଳୁଆ ସ୍କୁଲ ଯିବା ସମୟ ,ପୁଣି ହେଲା ନୂଆ ଘୋଷଣା ସବୁ Student ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର ବର୍ତ୍ତମାନ ଯାହାବି କିଛି ନୂଆ ସୂଚନା ମିଳିଛି ସମସ୍ତେ ଜାଣିରଖିବା ଜରୁରୀ ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି ଗତକାଲି ରାଜଧାନୀର ତାପମାତ୍ରା 43.5 ଡିଗ୍ରୀ ପହଁଚିଥିବା ବେଳେ ଏପଟେ ଏସିଆର 10 ଟି ଉତପ୍ତ ସହର ତାଲିକାରେ ଭାରତର ପାଞ୍ଚୋଟି ସହର ସ୍ଥାନ ପାଇଛି |

ସୂଚନା ଯୋଗ୍ୟ ପ୍ରବଳ ତାତି କାରଣରୁ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ସମୟକୁ ପରିବର୍ତ୍ତନ କରାଯାଇଛି |ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ସକାଳ 6.00 ରୁ 10.30 ପର୍ଯ୍ୟନ୍ତ ଚାଲିବ ତାପରେ ସ୍କୁଲ ଛୁଟି କରି ଦିଆଯିବ ତେବେ ସ୍କୁଲ ପରିସରରେ ପର୍ଯ୍ୟାପ୍ତ ମାତ୍ରାରେ ପାନୀୟ ଜଳ ମହଜୂତ ରଖିବାକୁ ପରାମର୍ଶ ଦିଆଯାଇଛି |

ପୂର୍ବରୁ ମଧ୍ୟ ଏପରି ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ କରା ଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପ୍ରତ୍ୟକ ଜିଲ୍ଲାରେ ଥିବା ସ୍କୁଲ ପାଇଁ ଏହିଭଳି ନିଷ୍ପତି ନିଆ ଯାଇ ନାହିଁ ତେବେ ଯେଉଁ ଜିଲ୍ଲା ଗୁଡ଼ିକରେ ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇ ନାହିଁ |

ସେହି ସବୁ ଜିଲ୍ଲା ଗୁଡ଼ିକରେ ସ୍କୁଲ ସମୟରେ ପରିବର୍ତ୍ତନ ଦରକାର କି ନାହିଁ ତାହା ନିହାତି କମେଣ୍ଟ କରି ଜଣାଇ ଦେବେ ଆଗକୁ ଯାହା ନୂଆ ସୂଚନା ଆସିବ ଆମର ଏହି ଚ୍ୟାନେଲ ମାଧ୍ୟମରେ ସର୍ବ ପ୍ରଥମେ ଦେଖିବାକୁ ପାଇଯିବେ |

Leave a Reply

Your email address will not be published. Required fields are marked *