ହୀରାକୁଦ ବନ୍ଧର ସମ୍ପୂର୍ଣ୍ଣ ଇତିହାସ ,କଣ ସତରେ ଭାଙ୍ଗିଯିବ ଏହି ବନ୍ଧ ମାଳିକା କଥା ହେବ ସତ ,ଜାଣନ୍ତୁ ଏହା ବିଷୟରେ କଣ କୁହାଯାଇଛି

ନମସ୍କାର ଦର୍ଶକବନ୍ଧୁ ଭାରତ ଏକ ଐତିହାସିକ ରାଷ୍ଟ୍ର ତନ୍ମଧ୍ୟରୁ କଳା ସ୍ଥାପତ୍ୟ ସଂସ୍କୃତିର ରାଜ୍ୟ ହେଉଛି ଓଡ଼ିଶା । ଓଡ଼ିଶାରେ ଅନେକ ସ୍ଥାନ,ମୂର୍ତ୍ତି, ପ୍ରତିଲିପି,କିମ୍ବଦନ୍ତୀ ରହିଛି ଯାହାକି ଇତିହାସ ପ୍ରସିଦ୍ଧ ଘଟଣା ଅଟେ । ବାସ୍ତବ ଇତିହାସକୁ ଶୁଣିଲେ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଏବଂ ଇତିହାସକୁ ସଂଗ୍ରହ କରିବା ପାଇଁ ଦର୍ଶକ ମଧ୍ୟ ବେଶ୍ ଆକୃଷ୍ଟ ଥାନ୍ତି । ଓଡ଼ିଶା ରାଜ୍ୟରେ ଅନେକ ଡ୍ୟାମ ରହିଛି ଆଉ ସେସବୁ କିଛି ନା କିଛି ଇତିହାସକୁ ନେଇ ପ୍ରସିଦ୍ଧ ଅଟେ ।ତେବେ ପୃଥିବୀ ର ସବୁଠାରୁ ବଡ ନଦୀ ବନ୍ଧ ହୀରାକୁଦ ଡ୍ୟାମର ଇତିହାସ ବିଷୟରେ ଜାଣନ୍ତୁ । ତେବେ ଆସନ୍ତୁ ଜାଣିବା ହୀରାକୁଦ ଡ୍ୟାମ ର ଅବସ୍ଥିତି ତଥା ଇତିହାସ ବିଷୟରେ ।

ଏହି ହୀରାକୁଦ ଡ଼୍ୟାମ ଓଡ଼ିଶାର ସମ୍ବଲପୁର ଜିଲ୍ଲା ରୁ ୧୫ କିମି ଦୂରରେ ଅବସ୍ଥିତ ଏହା ମହାନଦୀ ଉପରେ ନିର୍ମିତ ବର୍ଷା ଦିନରେ ମହାନଦୀରେ ବହୁତ ବଡ଼ ବଡ଼ ବନ୍ୟା ସବୁ ଆସିଥିଲା । ଏହା ଫଳରେ ହଜାର ହଜାର ଏକର ଚାଷ ଜମି ନଷ୍ଟ ହୋଇଯାଉଥିଲା ଏହି ପରିସ୍ଥିତି କୁ ଲକ୍ଷ୍ୟ କରି ୧୯୩୬ ମସିହାରେ ଶ୍ରୀ ବିଶ୍ୱେଶ୍ୱରାୟ ମହାନଦୀ ଉପରେ ଏକ ଜଳ ବନ୍ଧ ନିର୍ମାଣ ପାଇଁ ଯୋଜନା କଲେ । ଏହା ମଧ୍ୟ କାର୍ଯ୍ୟକାରୀ ହେଲା । ୧୯୪୫ ମସିହାରେ ଡାକ୍ତର ଆମ୍ବେଦକର ଡ଼୍ୟାମ ନିର୍ମାଣ ପାଇଁ ସ୍ବୀକୃତି ପ୍ରଦାନ କରିଥିଲେ । ୧୯୪୬ ମସିହାରେ ଡ୍ୟାମର କାମ ଆରମ୍ଭ ହୋଇଥିଲା ।

ଏହି ଡ୍ୟାମ ତିଆରି କରିବା ପାଇଁ ଆଖ ପାଖର ତିନିସହ ଗ୍ରାମକୁ ସ୍ଥାନାନ୍ତରିତ କରାଯାଇଥିଲା ।ହୀରାକୁଦ ଡ୍ୟାମ ଦୁଇଟି ପାହାଡ଼ ମଝିରେ ତିଆରି ହୋଇଛି । ଏହି ଦୁଇ ପାହାଡ଼ ସହାୟତାରେ ହୀରାକୁଦ ଡ୍ୟାମ ନିର୍ମାଣ କରାଯାଇଛି । ଡ୍ୟାମର ଲମ୍ବ ହେଉଛି ୨୫ କିଲୋମିଟର । ହୀରାକୁଦ ଡ୍ୟାମର ଉଚ୍ଚତା ହେଉଛି ୨୦୦ ଫୁଟ । ତେବେ ଏହି ବନ୍ଧ ତିଆରି ପାଇଁ ବେଶ୍ ଅନେକ ବର୍ଷ ସମୟ ଲାଗିଥିଲା ।

ହୀରାକୁଦ ଡ୍ୟାମର ପାଣି ନିଷ୍କାସନ ପାଇଁ ୬୪ଟି ସୁଇଚ ଗେଟ ଓ ୩୬ଟି ଷ୍ଟେଟ ଗେଟ ତିଆରି ହୋଇଛି । ଡ୍ୟାମର ପୁରା ନିର୍ମାଣ ପାଇଁ ୮୧ ବିଲିଅନ ଟଙ୍କା ଖର୍ଚ୍ଚ ହୋଇଥିଲା । ଡ୍ୟାମର ଉଦଘାଟନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହରଲାଲ ନେହେରୁ ଆସିଥିଲେ ଓ ହୀରାକୁଦ ଡ୍ୟାମର ଉଦ୍ଘାଟନ କରିଥିଲେ ।

ତେବେ ହୀରାକୁଦ ଡ୍ୟାମ ତିଆରି ପାଇଁ ଯେତେ ସିମେଣ୍ଟ ଲାଗିଛି ସେତିକି ସିମେଣ୍ଟରେ କାଶ୍ମୀରରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ୧୦ ଫୁଟ ଓସାରର ଏକ ରାସ୍ତା ତିଆରି ହୋଇପାରନ୍ତା । ଏହି ଡ୍ୟାମର ନିର୍ମାଣ ସମୟରେ ଅନେକ ଲୋକ ମଧ୍ୟ ମୃ-ତ୍ୟୁବରଣ ମଧ୍ୟ କରିଥିଲେ । ତେବେ ମାଳିକା ରେ ମଧ୍ୟ ରହିଛି ଯେ ୨୦୨୬ ରେ ହୀରାକୁଦ ବନ୍ଧ ଭାଙ୍ଗିଯିବ । ତେବେ ଏକ ପ୍ରକାର କଳିଯୁଗର ଅନ୍ତ ସେହି ସମୟରେ ହେବ ବୋଲି କୁହାଯାଇଛି |

Leave a Reply

Your email address will not be published. Required fields are marked *