Anuchinta : ଘରର ଦକ୍ଷିଣ ପଶ୍ଚିମ ଦିଗରେ ଝରକା ଲଗାଇଲେ କଣ କ୍ଷତି ହୋଇଥାଏ ,ଭୁଲରେ କରନ୍ତୁ ନାହିଁ ଏପରି କାମ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ।

୧. ଘରକୁ ଲକ୍ଷ୍ମୀଙ୍କ ଆଗମନ ପାଇଁ ଘରର ଦୁଆର ମୁହଁ ସବୁବେଳେ ସଫା ରଖୁବା ଉଚିତ୍ ଏବଂ ସକାଳେ ଓ ସଂଧ୍ୟାରେ କର୍ପୁର ଆଳତି କରିବା ଉଚିତ ।

୨. ଦୁନିଆରେ ଆମ ଦୋଷ ଦେଖୁବାକୁ ହଜାର ଲୋକ ମିଳିବେ କିନ୍ତୁ ହଜାର ଦୋଷର କ୍ଷମା ଦେବାକୁ କେବଳ ଦୁଇଜଣ ସେମାନେ ହେଲେ ବାପା ଆଉ ମାଆ ।

୩. ଗଛଟି ବୁଢ଼ା ହେଲେ ଫଳ ଦେବନି ସିନା ହେଲେ ଛାଇତ ନିଶ୍ଚୟ ଦବ ପିତାମାତା ବୃଦ୍ଧ ହେଲେ ଅର୍ଥ ଉପାର୍ଜନ କରିପାରିବେନି ହେଲେ ଆମ ପିଲାମାନଙ୍କୁ ସଂସ୍କାର ତ ଦେଇପାରିବେ।

୪. ପିତାଙ୍କ ଗାଳୀକୁ ସହି ଯାଉଥୂବା ପୁତ୍ର, ଗୁରୁଙ୍କ ବଚନକୁ ମାନୁଥୂବା ଶିଷ୍ୟ ଏବଂ ସୁନାରି ହାତରେ ପିଟା ହେଉଥୁବା ସୁନା ଏହି ତିନୋଟି ଜିନିଷ ସଂସ୍କାର ପାଇଁ ସୁନ୍ଦର ଆଭୁସଣ ହେଇଥାଏ ।

୫. ଦୁନିଆରେ ପଇସା ଦ୍ବାରା ସବୁ କିଛି କିଣିପାର କିନ୍ତୁ ବାପା ମାଙ୍କର ସ୍ନେହ ଶ୍ରଦ୍ଧାକୁ ନୁହେଁ, ପଇସାରେ ଦୁନିଆରେ ସବୁ ଋଣ ସୁଝା ଯାଇପାରେ କିନ୍ତୁ ଗୋଟେ ମାର ଭଲପାଇବା ଓ ମମତା କୁ ନୁହେଁ ।

୬. ଯଦି ଆପଣଙ୍କ ପାଖରେ ପଇସା ବଞ୍ଚୁନାହିଁ ତେବେ ପକେଟ ରେ ବା ପଇସା ରଖୁଥୁବା ଜାଗାରେ ବେଲପତ୍ର ସହିତ ମନ୍ଦାର ପତ୍ର ରଖନ୍ତୁ ଦେଖୁବେ ଅଭାବ ଦୂର ହୋଇଯିବ ।

୭. ସେ ଯେ କୌଣସି ବି କାର୍ଯ୍ୟ ହେଉ କେବେବି ହାର ମାନନ୍ତୁ ନାହିଁ କାହିଁକି ନା ପ୍ରତ୍ୟେକ ମହତ କାର୍ଯ୍ୟ ସବୁବେଳେ ପ୍ରଥମେ ଅସମ୍ଭବ ଜଣାପଡ଼ିଥାଏ ।

୮. ଅନେକ ଲୋକଙ୍କ ସ‌ହ ମିଶି ଭୁଲ ରାସ୍ତାରେ ଯିବା ଅପେକ୍ଷା ଏକା ହେଲେବି ଠିକ୍ ରାସ୍ତାରେ ଯିବା ଉଚିତ, କାହିକିନା ଠିକ ରାସ୍ତାରେ ଚାଲିବାକୁ ହେଲେ ପ୍ରଥମେ ବହୁତ ଯନ୍ତ୍ରଣା ମିଳିଥାଏ କିନ୍ତୁ ପରେ ଆତ୍ମା କୁ ଶାନ୍ତି ମିଳିଥାଏ ।

୯. କେବେ କା କାହାକୁ ଦୁଃଖ ଦିଅନ୍ତୁ ନାହିଁ କାରଣ ଦେଇଥୁବା ଦୁଃଖ ଦିନେ । ନା ଦିନେ ହଜାରେ ଗୁଣ ହୋଇ ନିଜ ପାଖକୁ ଫେରି ଆସିଥାଏ, ସେଥୂପାଇଁ ଅନ୍ୟକୁ ସ୍ନେହ ପ୍ରେମ ଭଲପାଇବା ଦିଅନ୍ତୁ ଦେଖୁବେ ଆପଣଙ୍କୁ ସମସ୍ତେ ଭକ୍ତି କରିବେ ।

୧୦. ବହୁତ ଲୋକ ନିଜେ ବୁଝି ଯାଆନ୍ତି,ଭଲ ଲୋକ ଚୁପ ରୁହନ୍ତି, ଅଳ୍ପ Iଳ୍ପ ଭଲ ଲୋକ ଅନ୍ୟକୁ ବୁଝନ୍ତି, ଖରାପ ଲୋକ କେବେବି ନିଜର ଭୁଲ ଧରନ୍ତି ରନ୍ତି ନାହିଁ ? ଆଉ ବାଜେ ଲୋକ ନା ବୁଝନ୍ତି ନା ବୁଝାନ୍ତି ଖାଲି ନିରୋଳା ମିଛକହି ଝଗ ଝଗଡ଼ା କରନ୍ତି ।

Leave a Reply

Your email address will not be published. Required fields are marked *