୧୦୬ ଜଣଙ୍କୁ ନେଇ ଅଦୃଶ୍ୟ ହେଇଗୋଲା ଏହି Train, ଆଉ ତାପରେ ଯାହା ହେଲା ଜାଣିଲେ ହୋସ ଉଡ଼ିଯିବ |

ନମସ୍କାର ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିବ ଆପଣଙ୍କର କେହିଜଣେ ନିଜର ଲୋକ ଗୋଟିଏ ନୂଆ ଜାଗାକୁ ଯିବାପାଇଁ ଗୋଟିଏ ନୂଆ ଟ୍ରେନରେ ବସି ଯାତ୍ରା କରୁଥିବ ହେଲେ ହଠାତ ଆପଣ ନିଉଜରେ ଶୁଣିବାକୁ ପାଇବେ ଯେ ସେହି ଟ୍ରେନ ଏବଂ ସେହି ଟ୍ରେନରେ ବସିଥିବା ସବୁ ଯାତ୍ରୀମାନେ ଅଚାନକ କୁଆଡେ଼ ଗାୟବ ହୋଇଗଲେ। ନିଶ୍ଚୟ ଏସବୁକୁ ଶୁଣି ଆପଣଙ୍କ ପାଦ ତଳମାଟି ଖସିଯିବ। ଆଜି ଆସନ୍ତୁ ଠିକ୍ ସେମିତି ହିଁ ଘଟଣା ବିଷୟରେ ଜାଣିବା ଗୋଟିଏ ଟ୍ରେନ ଯେଉଁଥିରେ ୧୦୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ କିନ୍ତୁ ସେମାନେ କେବେବି ସେମାନଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲେ ନାହିଁ। ସେମାନେ ସବୁଦିନ ପାଇଁ ସେହି ଟ୍ରେନ ସହିତ ଅଦୃଶ୍ୟ ହୋଇଗଲେ।

୧୪ ଜୁନ୍ ୧୯୧୧ ଆଜିଠୁ ଠିକ୍ ଶହେ ବର୍ଷ ପୂର୍ବେ ଇଟାଲୀର ରମ୍ ସହରରୁ ଜେମେଟି ନାମକ ଗୋଟିଏ ଟ୍ରେନ ଗଡି ଚାଲିଲା। ଗୋଟିଏ ନୂଆ ଟ୍ରେନ ଯାହାକୁ ପ୍ରଥମ ଥର ରେଳବାଇକୁ ଅଣାଗଲା। ଏହି ଟ୍ରେନର ଏହା ପ୍ରଥମ ଯାତ୍ରା ଥିଲା ସେଥିପାଇଁ ଟ୍ରେନ କମ୍ପାନୀ ଲୋକମାନଙ୍କୁ ପ୍ରଥମ ଦିନ ଫ୍ରୀରେ ଯାତ୍ରା କରିବାର ପ୍ରଚାର କରିଲେ ଏବଂ ଏଥିପାଇଁ ୧୦୦ ଜଣକୁ ବଛା ଗଲା ଯେଉଁମାନଙ୍କୁ ଏହି ଟ୍ରେନରେ ସବୁକିଛି ଫ୍ରୀରେ ଦିଆଯିବ। ଯିବା ଆସିବା ଠାରୁ ଆରମ୍ଭ କରି ଖାଇବା ପିଇବା ପର୍ଯ୍ୟନ୍ତ ସବୁକିଛି ସେମାନଙ୍କୁ ଫ୍ରିରେ ମିଳିବ। ୧୦୦ ଯାତ୍ରୀ ୬ ଜଣ ଷ୍ଟାଫ୍ ମେମ୍ବର ସହିତ ସମୁଦାୟ ୧୦୬ ଜଣ ଲୋକ। ଏହି ଟ୍ରେନରେ ଗୋଟେ ଇଞ୍ଜିନ ଏବଂ ୩ ଟି ବଗି ଥିଲା। ଏହି ଟ୍ରେନ ରମ୍ ଠାରୁ ବାହାରିଲା ଏବଂ ଏହି ଟ୍ରେନ ସମସ୍ତଙ୍କ ପାଇଁ ଏକ ଆନନ୍ଦମୟ ଯାତ୍ରା ଥିଲା। କିଛି ଘଣ୍ଟା ବିତିଗଲା ଏବଂ ଏହି ଟ୍ରେନ ବୋହୁତ ଦୂର ଚାଲିଆସିଲା। ଟ୍ରେନର ବାହାରେ ଏବଂ ଭିତରେ ସବୁକିଛି ଠିକ୍ ଠାକ୍ ଚାଲିଥିଲେ କାହିଁକି ନା ଗୋଟେ ତ ଏହା ପ୍ରଥମ ଯାତ୍ରା ଥିଲା ଏବଂ ଏହା ସହିତ ସେମାନଙ୍କ ପାଇଁ ସବୁକିଛି ଫ୍ରି ଥିଲା। ସେଥିପାଇଁ ଟ୍ରେନର ସବୁ ଯାତ୍ରୀମାନେ ବୋହୁତ ଖୁସୀ ଥିଲେ ଆଉ ସେପଟେ ଟ୍ରେନର ଷ୍ଟାଫ୍ ମାନେ ମଧ୍ୟ ଯାତ୍ରୀମାନଙ୍କର ଭଲ ଭାବରେ ସେବା କରୁଥିଲେ।

ଯେମେଟି ନାମକ ଏହି ଟ୍ରେନ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଦୃତ ଗତିରେ ମାଡ଼ି ଚାଲିଛି। ଏପର୍ଯ୍ୟନ୍ତ ସବୁ ଠିକ୍ ଠାକ୍ ଥିଲା କିନ୍ତୁ ଏହାପରେ ଯାହା ଘଟିଲା ତାକୁ ଶୁଣି ଆପଣଙ୍କ ହୋସ ଉଡ଼ିପାରେ। ଜେନେଟିର ରାସ୍ତାରେ ହଠାତ୍ ଗୋଟିଏ ସୁରଙ୍ଗ ଆସିଲା ଯାହାର ନାଁ ଥିଲା ଲଙ୍ଗାଡ଼ି ଟନଲ୍। ସେହି ସୁରଙ୍ଗର ଲମ୍ବା ୧ କିଲୋମିଟର ଥିଲା। ଏହି ଟ୍ରେନ ସୁରଙ୍ଗରର ଗୋଟେ ପଟୁ ପ୍ରବେଶ ତ କରିଲା କିନ୍ତୁ ଅନ୍ୟ ପଟୁ ଆଉ ବାହାରକୁ ବାହାରିଲା ନାହିଁ। ସୁରଙ୍ଗ ଭିତରକୁ ଯିବା ମାତ୍ର ୩ ବଗିର ଏହି ଟ୍ରେନ ସବୁଦିନ ପାଇଁ ଗାୟବ ହୋଇଗଲା। ସେହି ଟ୍ରେନର ସନ୍ଧାନ ନା ସେବେ ହୋଇ ପାରିଲା ନା ଆଜିକୁ ୧୦୦ ବର୍ଷ ବିତି ଗଲାଣି ତଥାପି ସେହି ଟ୍ରେନର ସନ୍ଧାନ କେହି କରି ପାରିଲେ ନାହିଁ। ଜେନେଟି ନମକ ଏହି ଟ୍ରେନଟି ସେହି ସୁରଙ୍ଗ ଭିତରୁ ସବୁଦିନ ପାଇଁ ଗାୟବ ହୋଇଗଲା। ଏହି କଥାକୁ ଶୁଣି ଆପଣଙ୍କୁ ଯେମିତି ଆଶ୍ଚର୍ଯ୍ୟ ଲାଗିଲା ଠିକ୍ ସେମିତି ସେମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିଲା ଯେଉଁମାନେ ସେହି ଟ୍ରେନକୁ ସୁରଙ୍ଗ ଭିତରକୁ ଯିବାର ନିଜ ଆଖିରେ ଦେଖିଥିଲେ।

ଏହି ଘଟଣାର ଖବର ଯେମିତି ଲୋକମାନଙ୍କ କାନରେ ପଡ଼ିଲା ତେବେ ସେହି ଇଟାଲୀରେ ଚାରିଆଡ଼େ ବ୍ୟାପି ଗଲା ଯେ ୧୦୬ ଜଣ ଲୋକ ଥିବା ଏକ ଟ୍ରେନ ଲଙ୍ଗଡି ନାମକ ଏକ ସୁରଙ୍ଗ ଭିତରୁ ଗାୟବ ହୋଇଗଲା। ଏହି ଘଟଣା ଘଟିବାର ତୁରନ୍ତ ପରେ ଛାନ୍ ବିନ୍ ଆରମ୍ଭ କରି ଦିଆଗଲା କାହିଁକି ନା ୧ କିଲୋମିଟର ସୁରଙ୍ଗକୁ ପାର କରିବା ପାଇଁ ଟ୍ରେନକୁ ଏବେ ଗୋଟିଏ ଦିନରୁ ଅଧିକ ବିତି ଗଲାଣି। ଏହାର ମାନେ ଏହା ଯେ ସେହି ଟ୍ରେନ କୋଉ ଦୁର୍ଘଟଣାର ଶିକାର ହୋଇ ସାରିଛି। ତେବେ ସେହି ଟ୍ରେନ ସହିତ ପ୍ରକୃତରେ କଣ ଘଟିଛି ଏହା ଜାଣିବା ସମସ୍ତଙ୍କ ପାଇଁ ଜରୁରୀ ହୋଇଗଲା। ସମସ୍ତଙ୍କର ସନ୍ଦେହ ସେହି ସୁରଙ୍ଗ ଉପରେ ଥିଲା ସେଥିପାଇଁ ସେହି ସୁରଙ୍ଗର କୋଣ କୋଣ ସନ୍ଧାନ କରାଗଲା। ସମସ୍ତଙ୍କୁ ଏହା ସନ୍ଦେହ ଥିଲା ଯେ ବୋଧେ ସେହି ସୁରଙ୍ଗ ଭିତରେ କୌଣସି ଅଲଗା ରାସ୍ତା ଥିବ ଯେଉଁ ପେଟ ଭୁଲ୍ ରେ ସେହି ଟ୍ରେନ ଚାଲି ଯାଇଥିବ ଆଉ ସେହି ଟ୍ରେନର ଦୁର୍ଘଟଣା ହୋଇ ଯାଇଥିବ। ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ନା ସେହି ସୁରଙ୍ଗ ଭିତରେ ଅନ୍ୟ ରାସ୍ତା ଥିଲା ନା ସେହି ଟ୍ରେନର କିଛି ପାର୍ଟ ମିଳିଲା।

ଧୀରେ ଧୀରେ ସମୟ ଏମିତି ବିତି ଚାଲିଲା ହେଲେ ଛାନ୍ ବିନ୍ ରେ ଗୋଟେ ବି ସୁରାଗ ମିଳିଲା ନାହିଁ ଆଉ ଏହି ଖବର ମିଡ଼ିଆ ପାଖରେ ପହଞ୍ଚିଗଲା। ଏହାପରେ ଇଟାଲୀର ବୋହୁତ ବଦନାମ ହେଲା କାହିଁକି ନା ଇଟାଲୀର ୧୦୬ ଜଣ ବସିଥିବା ଗୋଟିଏ ଟ୍ରେନ ଗାୟବ ହୋଇଗଲା ଏବଂ ଇଟାଲୀ ସେହି ଟ୍ରେନକୁ ଖୋଜିବାରେ ଅସଫଳ ହୋଇଗଲେ। ହେଲେ ମିଡ଼ିଆର ଏହି ବଦନମିରେ ଇଟାଲୀକୁ ଏକ ଆଲୋକର କିରଣ ଦେଖାଗଲା। ମ୍ୟାକ୍ସିକୋର ଦୁଇଜଣ ବ୍ୟକ୍ତି ଅଚାନକ ସାମ୍ନାକୁ ଆସିଗଲେ। ଆଉ କହିଲେ ଆମେ ମଧ୍ୟ ସେହି ଟ୍ରେନ ଭିତରେ ଥିଲୁ। ହେଲେ ସୁରଙ୍ଗ ଭିତରକୁ ଟ୍ରେନ ଯିବା ଆଗରୁ ସେମାନେ ଡେଇଁ ପଡ଼ିଥିଲେ ଆଉ ଏହାର କାରଣ ଥିଲା ଗୋଟିଏ ଘନ ଧଳା ଧୂଆଁ ଆଉ ଗୋଟିଏ ଅଜବ ଶବ୍ଦ ଯାହା ଗଡି ସୁରଙ୍ଗ ଭିତରକୁ ଯିବା ଆଗରୁ ସେମାନଙ୍କୁ ଶୁଣାଗଲା ଏବଂ ଦେଖା ଗଲା। ଯାହାକୁ ଦେଖି ସେମାନେ ବୋହୁତ ଡରି ଗଲେ ଏବଂ ସେମାନେ ତୁରନ୍ତ ସେହି ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଲେ। ଭାଗ୍ୟ ଭଲ ଯେ ସେହି ୨ ଜଣ ବ୍ୟକ୍ତି ବଞ୍ଚିଗଲେ କାହିଁକି ନା ଧୂଆଁ କାରଣରୁ ଡ୍ରାଇଭର ଟ୍ରେନର ଗତିକୁ ଧୀରେ କରିଦେଇ ଥିଲେ। ସେମାନେ ଡେଇଁ ତ ପଡିଲେ କିନ୍ତୁ ସେମାନଙ୍କୁ ବୋହୁତ ଆଘାତ ମଧ୍ୟ ଲାଗିଲା ଏବଂ ସେମାନେ କିଛି ଘଣ୍ଟା ପର୍ଯ୍ୟନ୍ତ ସେହିଠାରେ ବେହୋସ୍ ହୋଇ ପଡ଼ି ରହିଲେ। ଯାହା କାରଣରୁ ସେମାନଙ୍କୁ ସେହି ଟ୍ରେନ ସହିତ କଣ ଘଟିଥିଲା କିଛି ବି ମନେ ନଥିଲା। ପରେ ଏହି ଘଟଣାର ପୁଣି ଛାନ୍ ବିନ୍ କରାଗଲା କିନ୍ତୁ କିଛି ବି ପ୍ରମାଣ ହାତକୁ ଆସିଲା ନାହିଁ କାହିଁକିନା ସେହି ୨ଜଣଙ୍କର ମାନସିକ ପରିସ୍ଥିତି ବୋହୁତ ଖରାପ ଥିଲା ଏମିତିରେ ସେହି ୨ ଜଣଙ୍କ କଥା ଉପରେ ବିଶ୍ୱାସ କରିବା ଯାଞ୍ଚ୍ କର୍ତ୍ତାମାନଙ୍କୁ ଅନ୍ଧାରରୁ ଆଲୁଅକୁ ଆଣିବା ବଦଳରେ ଓଲଟା ଅନ୍ଧାରକୁ ଟାଣି ନେଉଥିଲା। ହେଲେ ଏହାର କିଛି ଦିନ ପରେ ଏକ ଏମିତି ଦାବି ହେଲା ଯାହା ପରେ ସମସ୍ତଙ୍କ ହୋସ ଉଡ଼ିଗଲା।

ଏହି ଦାବି ମ୍ୟାକ୍ସିକୋର ଜଣେ ଡକ୍ଟରଙ୍କର ଥିଲା ଯିଏ କହିଲେ ଏହି ଘଟଣାର କିଛି ଦିନ ପରେ ୪ ଜଣ ରୋଗୀଙ୍କୁ ଏକା ସେଥିରେ ତାଙ୍କ ପାଖକୁ ଅଣା ଯାଇଥିଲା ଏବଂ ସେମାନେ ସମସ୍ତେ ମାନସିକ ରୋଗୀ ଥିଲେ। ଯାହାଙ୍କର କଥାବାର୍ତ୍ତା ଆଉ ବ୍ୟବହାର ସବୁ ଅଜବ ପ୍ରକାର ଥିଲା ଡକ୍ଟର ଏହା ଜାଣିବାକୁ ଚେଷ୍ଟା କରିଲେ ଯେ ପ୍ରକୃତରେ ସେମାନଙ୍କ ସହିତ କଣ ଘଟିଥିଲା ହେଲେ ସେମାନେ କିଛି ବି କହି ପାରିଲେ ନାହିଁ। ଏହି କଥା ଉପରେ ଇଟାଲୀ ଭରଷା କରିବାକୁ ଚାହୁଁଥିଲା କିନ୍ତୁ ସେହି ଡକ୍ଟରର କଥାରେ ସେତେ ଦମ୍ ନଥିଲା ସେଥିପାଇଁ ସେହି କଥା ଉପରେ ଯାଞ୍ଚ୍ କର୍ତ୍ତାମାନେ ସେତେ ଗୁରୁତ୍ଵ ଗମଦେଲେ ନାହିଁ। ସମୟ ସେଥିରେ ଲୋକମାନେ ସେହି ଘଟଣାକୁ ଭୁଲିବାକୁ ଲାଗିଲେ ଆଉ ଯାଞ୍ଚ୍ କର୍ତ୍ତାମାନେ ମଧ୍ୟ ପ୍ରମାଣ ନ ମିଳିବା କାରଣରୁ ଏହି ଘଟଣାର ଛାନ୍ ବିନ୍ କୁ ବନ୍ଦ୍ କରିଦେଲେ। ସେବେଠାରୁ ଧରି ଆଜି ପର୍ଯ୍ୟନ୍ତ ଏହି ଟ୍ରେନ ଗୋଟିଏ ରହସ୍ୟମୟ ଘଟଣା ହୋଇଗଲା। ଏହି ଘଟଣାର ଛାନ୍ ବିନ୍ ତ ବନ୍ଦ୍ କରିଦିଆଯାଇଛି କିନ୍ତୁ ସମୟେ ସମୟେ ଏହି ଘଟଣାର ଚର୍ଚ୍ଚା କିଛି ଲୋକମାନେ କରୁଥିଲେ।

ଏହି ଘଟଣା ଉପରେ ସମସ୍ତଙ୍କ ଧ୍ୟାନ ପୁଣି ସେତେବେଳେ ଗଲା ଯେତେବେଳେ କିଛି ଲୋକ ଏହିଭଳି ଟ୍ରେନକୁ ଭିନ୍ନ ଭିନ୍ନ ଜାଗାରେ ଦେଖିଥିବାର ଦାବି କରିଲେ। ଏହି ଟ୍ରେନକୁ ଜର୍ମାନୀ, ମ୍ୟାକ୍ସିକୋ ଏପରିକି ଆମ ଭାରତରେ ମଧ୍ୟ ଦେଖିବାର ଦାବି କରାଗଲା ଏବଂ ସମସ୍ତେ ଏହା ମଧ୍ୟ କହିଲେ ଯେ ଜେନେଟିର ସେହି ମଡେ଼ଲ ଏବଂ ୩ ବଗି ଥିବା ସେହି ଟ୍ରେନ ଯାହା ଲଙ୍ଗଡ଼ିଆ ସୁରଙ୍ଗ ଭିତରକୁ ଯାଇ ଗାୟବ ହୋଇଯାଇଥିଲା। ଏମିତି ହିଁ ଆଉ ଗୋଟିଏ ବଡ଼ ଦାବି କରାଗଲା ୟୁକେରେଞ୍ଜର ଜଭାଲିଜ୍ ଷ୍ଟେସନ୍ ର ଯେଉଁଠି ଜେନେଟି ଭଳି ୩ ବଗି ଥିବା ଟ୍ରେନ ପହଞ୍ଚିଲା। ରାତିର ସମୟ ଥିଲା ଆଉ ଷ୍ଟେସନ ମଧ୍ୟ ବୋହୁତ ଛୋଟ ଥିବା ଏବଂ ସେହି ସମୟରେ ସେଠି କେବକେ ଜଣେ ଲୋକ ଥିଲେ ସିଏ ଥିଲେ ସେଠାକାର ଷ୍ଟେସନ୍ ମାଷ୍ଟର। ସେ ମଧ୍ୟ କହିଲେ ସେହି ଟ୍ରେନକୁ ସେ ନିଜ ଆଖିରେ ଦେଖିଛନ୍ତି ଯାହା ବିନା କୌଣସି ଟାଇମ୍ ଟେବୁଲ୍ ଅନୁସାରେ ସେଠାକୁ ଆସିଲା ଆଉ ସେଠାରୁ ଚାଲିଗଲା। ପ୍ରଥମେ ତ ଏହା ଲାଗିଲା ଯେ ଏହା ତାଙ୍କର ଭ୍ରମ ହୋଇଥିବ କିନ୍ତୁ ଯେବେ ସେ ସେହି ଟ୍ରେନକୁ ଧ୍ୟାନରେ ଦେଖିଲେ ତ ସେ ଦେଖିଲେ ଏହା ଠିକ୍ ଜେନେଟି ଭଳି ୩ ବଗିର ଟ୍ରେନ ହେଲେ ସେ ଦେଖୁ ଦେଖୁ ସେହି ଟ୍ରେନ ଆଗକୁ ଟିକେ ଗଲା ପରେ ପବନରେ କୁଆଡେ ଅଦୃଶ୍ୟ ହୋଇଗଲା।

ଏମିତି ବୋହୁତ ଲୋକ ବିଭିନ୍ନ ଦାବି କରିଲେ ଯେ ସେମାନେ ସେହି ଟ୍ରେନକୁ ଭିନ୍ନ ଭିନ୍ନ ଜାଗାରେ ଦେଖିଛନ୍ତି ଏବଂ ତାହା ରହସ୍ୟମୟ ଭାବରେ ଗାୟବ ମଧ୍ୟ ହୋଇ ଯାଉଛି। ଆଜି ପର୍ଯ୍ୟନ୍ତ ସେହି ଟ୍ରେନର କିଛି ପ୍ରମାଣ ମିଳିଲା ନାହିଁ। କିଛି ବୈଜ୍ଞାନିକ ଏହା କୁହନ୍ତି ଯେ ସେହି ଟ୍ରେନ ସୁରଙ୍ଗ ଭିତରକୁ ଯିବା ପରେ କୌଣସି ଗୋଟିଏ ଟାଇମ୍ ଲୁଗ୍ ରେ ଫସିଗଲା ଏବଂ ସମୟ ଯାତ୍ରା କରିବାକୁ ଲାଗିଲା। ସରଳ ଭାବରେ କହିବାକୁ ଗଲେ ସେହି ଟ୍ରେନ ଟାଇମ୍ ଟ୍ରାଭେଲ୍ କରି ଭିନ୍ନ ଭିନ୍ନ ଜାଗାରେ ଆଜି ବି ଘୁରି ବୁଲୁଛି। ଏବେ ଏହି କଥା ଏତେ ସହଜରେ ତ ବିଶ୍ୱାସ ହୁଏ ନାହିଁ। ଏହି ଘଟଣାର ସବୁ ତଥ୍ୟ ଆଜିବି ଇଟାଲୀରେ ସାଇତି ରଖା ଯାଇଛି।

Leave a Reply

Your email address will not be published. Required fields are marked *