ଟଙ୍କା ବର୍ଷା କରୁଥିବା ଗଛ କରନ୍ତୁ ଏହି ଉପାୟ କେବେବି ରହିବ ନାହିଁ ଧନର ଅଭାବ, ରାତାରାତି ଖୋଲିଯିବ ଭାଗ୍ୟ

ବନ୍ଧୁଗଣ ଆଜି ଜାଣିବା ଅଶ୍ୱସ୍ତ ଗଛ ବା ଓସ୍ତ ଗଛ ବିଷୟରେ ତାର ମହିମା ଏବଂ ଦୈବୀ ଗୁଣ ବିଷୟରେ ଏବଂ ପୂଜା କରିବାର ବିଧି ବିଧାନ କିପରି ପୂଜା କଲେ କେଉଁ ଦିନ ପୂଜା କଲେ ଦରିଦ୍ରତା ଦୂର ହୋଇଥାଏ ଘରେ ଧନ ଧାନ୍ୟ ପ୍ରାପ୍ତି ହୋଇଥାଏ | ଏହି ବିଷୟରେ ଆଜି ଆମେ ଜାଣିବା ସେଥିପାଇଁ ବିଷୟଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ |

ଓସ୍ତ ଗଛ ଏହି ଗଛକୁ ଅନେକ ଲୋକ ଭୟ କରିଥାଆନ୍ତି ଏମିତିକି କେହି କେହି କୁହନ୍ତି ଓସ୍ତ ଗଛରେ ଭୁତ ପ୍ରେତ ପିଶାଚ ରହିଛନ୍ତି ଗଛ ମୂଳକୁ ଯିବା କ୍ଷତିକାରକ ହୋଇଥାଏ ଆହୁରି ଅନେକ ଲୋକ ଓସ୍ତ ଗଛକୁ ପୂଜା ମଧ୍ୟ କରିଥାଆନ୍ତି | ଓସ୍ତ ଗଛକୁ କେବେ ବି ଶନିବାର ବ୍ଯତୀତ ଅନ୍ୟ ଦିନରେ ଛୁଇଁବା ଉଚିତ ନୁହେଁ । କାରଣ ଏହି ଗଛରେ ଅଲକ୍ଷ୍ମୀ ବାସ କରିଥାନ୍ତି । ତେଣୁ ରବିବାର ଦିନ ବା ରାତିରେ ଓସ୍ତ ଗଛ ସ୍ପର୍ଶ କରିବା ଅନୁଚିତ । ଏହାଦ୍ବାରା ଅନେକ କ୍ଷତି ହୋଇଥାଏ ।

ଧର୍ମ ଶାସ୍ତ୍ର ଓ ଭଗବତ ଗୀତାରେ ବର୍ଣ୍ଣିତ ଅଛି କି ଓସ୍ତ ଗଛର ମୂଳରେ ବ୍ରହ୍ମା,ଦେହରେ ବିଷ୍ନୁ ଓ ଶାଖା ମାନଙ୍କରେ ମହାଦେବ ବାସ କରିଥାନ୍ତି ଏବଂ ପତ୍ରରେ ସବୁ ଦେବାଦେବୀ ବାସ କରିଥାନ୍ତି । ଶନିବାର ଦିନ ସୂର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟାସ୍ତ ଯାଏଁ ଲକ୍ଷ୍ମୀ ନାରାୟଣ ଏହି ଗଛରେ ବାସ କରିଥାନ୍ତି । ଶନିବାର ଦିନ ଓସ୍ତ ଗଛକୁ ପୂଜା କରିବା ଉଚିତ ହୋଇଥାଏ । ପ୍ରତିଦିନ ଏହି ଗଛ ପୂଜା କରିଲେ ଦେବାଦେବୀଙ୍କ କୃପା ମିଳିଥାଏ । ଓସ୍ତ ଗଛକୁ କାଟିବା ଦ୍ଵାରା ମହାପାପ ଲାଗିଥାଏ ।

ଓସ୍ତ ଗଛ ମୂଳରେ ପ୍ରତିଦିନ ଜଳ ଅର୍ପଣ କରି ପରିକ୍ରମା କରିଲେ ଆର୍ଥିକ ସମସ୍ଯା, ରୋଗ, ରୁଣ, ଶତ୍ରୁ ନାଶ ହୋଇଥାଏ ଜୀବନରେ ଉନ୍ନତି ଓ ଧନର ବୃଦ୍ଧି ହୋଇଥାଏ । ଶନିବାର ଦିନ ଅମାବାସ୍ୟା ପଡିଥିଲେ ଓସ୍ତ ଗଛରେ ପୂଜା କରିଲେ ଶନିଦେବଙ୍କ କୃପା ମିଳିଥାଏ । ଶନି ଦଶା ଚାଲୁଥିଲେ ଶନିବାର ଦିନ ଓସ୍ତ ଗଛ ମୂଳରେ ସୋରିଷ ତେଲର ଦୀପ ଜଳାଇବା ସହ ରାଶି ଅର୍ପଣ କରିବା ଉଚିତ ।

Leave a Reply

Your email address will not be published. Required fields are marked *