କେଉଁ ଠାକୁରଙ୍କୁ କେଉଁ ଫୁଲରେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୁଏ,ସୂର୍ଯ୍ୟଙ୍କୁ କେଉଁ ଫୁଲ ଅର୍ପଣ କରିବେ ଜାଣନ୍ତୁ ଏହାର ନିୟମ

ବନ୍ଧୁଗଣ ଠାକୁର ପୂଜା ସମୟରେ କେଉଁ ଠାକୁରଙ୍କୁ କେଉଁ ଫୁଲ ଅର୍ପଣ କରାଯାଏ ତାହା ହୁଏ ତ ଅନେକ ଲୋକ ଜାଣି ନ ଥାନ୍ତି । ଆମେ ଆପଣଙ୍କୁ କହିବୁ କେଉଁ ଫୁଲ କେଉଁ ଦେବତାଙ୍କ ଥରେ ଅର୍ପଣ କରାଯାଏ । ସ୍ନାନାଦୀ କର୍ମ ପରେ ପ୍ରଥମେ ପଞ୍ଚ ଦେବତାଙ୍କ ପୂଜା କରାଯାଏ । ସମସ୍ତ ଶୁଭ କାର୍ଯ୍ୟରେ ପଞ୍ଚ ଦେବତାଙ୍କୁ ପୂଜା କରାଯାଏ । ମଶ୍ଚ୍ୟ ପୁରାଣ ଅନୁଯାୟୀ ପାଞ୍ଚ ଦେବତା ହେଉଛନ୍ତି ଆଦିତ୍ୟ, ଗଣନାଥ, ଦେବୀ, ରୁଦ୍ର ଓ କେଶବ । ଆଦିତ୍ୟ କହିଲେ ସୂର୍ଯ୍ୟ, ଗଣନାଥ ହେଲେ ଗଣେଶ, ଦେବୀ ହେଲେ ଭଗବତୀ, ରୁଦ୍ର ହେଲେ ଶିବ, କେଶବ ହେଲେ ଭଗବାନ ଶ୍ରୀହରି ।

ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରିବା ଉଚିତ ପଞ୍ଚ ଦେବତାଙ୍କ ପୂଜା ପରେ । ଭବିଷ୍ୟ ପୁରାଣ ଅନୁଯାୟୀ ସୂର୍ଯ୍ୟ ନାରାୟଣଙ୍କୁ ବା ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ସମୟରେ ଅରଖ ଫୁଲ ଦେଇ ପୂଜା କରିଲେ 10ଟି ସୁବର୍ଣ୍ଣ ଫୁଲର ପୂଣ୍ୟ ଫଳ ପ୍ରାପ୍ତ ହେବ । ଆଗକୁ ଭବିଷ୍ୟ ପୁରାଣରେ କୁହା ଯାଇଛି ଯେ ଯଦି 1000 ରକ୍ତ ମନ୍ଦର ଫୁଲ ଭଗବାନ ସୂର୍ଯ୍ୟ ଙ୍କୁ ଅର୍ପଣ କରାଯାଏ ତା ଅପେକ୍ଷା ଗୋଟିଏ କନିଅର ଫୁଲ ଶ୍ରେୟସ୍କର ଅଟେ । 1000 ମନ୍ଦାର ଫୁଲ ଠାରୁ ଗୋଟେ ବେଲପତ୍ର ଶ୍ରେୟସ୍କର ଅଟେ । 1000 ବେଲପତ୍ର ଠାରୁ ଗୋଟେ ପଦ୍ମ ଫୁଲ ଶ୍ରେଷ୍ଠ ଅଟେ ।

ଯାହା ଭଗବାନ ସୂର୍ଯ୍ୟଙ୍କର ଅତି ପ୍ରିୟ ଅଟେ । 1000 ପଦ୍ମ ଫୁଲ ଠାରୁ ଗୋଟେ ବଉଳ ଫୁଲ ଭଗବାନ ସୂର୍ଯ୍ୟ ଦେବଙ୍କୁ ଅତି ପ୍ରିୟ ଅଟେ । ଏଣୁ ଶାସ୍ତ୍ର ରେ କୁହା ଯାଉଛି ଭଗବାନ ସୂର୍ଯ୍ୟ ଦେବଙ୍କୁ ଅରଖ, କନିଅର, ରକ୍ତ ମନ୍ଦାର, ବେଲପତ୍ର, କଦମ୍ବ ଫୁଲ, ବଉଳ ଫୁଲ ଅର୍ପଣ କରିବା ଉଚିତ । ତା ସହ ସମି ଫୁଲ, ନୀଳୋତ୍ପର, ରକ୍ତ ପଦ୍ମ ମଧ୍ୟ ଭଗବାନ ସୂର୍ଯ୍ୟ ନାରାୟଣ ଙ୍କୁ ଅର୍ପଣ କରି ପାରିବେ । ଶାସ୍ତ୍ର ଆଗକୁ କହିଛନ୍ତି ମଲ୍ଲି, ମାଳତୀ, କାଶତଣ୍ଡି, ଚମ୍ପା, ମଧୁମାଳତୀ, ଜୁଇ, ଅଶୋକ ଆଦି ଫୁଲ ସୂର୍ଯ୍ୟ ନାରାୟଣ ଙ୍କୁ ଚଢାଇ ପାରିବା ।

ସୂର୍ଯ୍ୟ ପୂଜା ପରେ ଭଗବାନ ଶ୍ରୀ ଗଣେଶଙ୍କର ପୂଜା କରିବାର ବିଧି ରହିଛି । ଭଗବାନ ଗଣେଶଙ୍କୁ ପୂଜା କରିବା ସମୟରେ ତୁଳସୀ ବ୍ଯତୀତ ଅନ୍ୟ ସବୁ ଫୁଲ ଅର୍ପଣ କରିବା ଉଚିତ । ମାତା ଭଗବତୀ ବା ପାର୍ବତୀଙ୍କୁ ପୂଜା ସମୟରେ ଯେଉଁ ପତ୍ର ଯେଉଁ ଫୁଲ ଭଗବାନ ଶଙ୍କରଙ୍କର ପ୍ରିୟ ତାହା ଆଟ ପାର୍ବତୀ ଙ୍କର ପ୍ରିୟ ଅଟେ । କିନ୍ତୁ ମାତା ଭଗବତୀଙ୍କୁ ଅପାମାର୍ଗ ଅତି ପ୍ରିୟ ଅଟେ ।

ଶାସ୍ତ୍ର କହିଛନ୍ତି ଯେତେ ପ୍ରକାରର ରକ୍ତ ଫୁଲ ମାତା ପାର୍ବତୀଙ୍କ ପ୍ରିୟ ଅଟେ । ତା ସହ ସୁବାସିତ, ଶ୍ଵେତ ଫୁଲ ପ୍ରିୟ ଅଟେ । ମାତା ଦୂର୍ଗାଙ୍କ ପାଇଁ ମଲ୍ଲି, ଚମେଲୀ, ଶ୍ଵେତ ପଦ୍ମ, ଟଗର, ଅଶୋକ, ଚମ୍ପା, ବଉଳ, ମନ୍ଦର, ଜୁଇ, କନିଅର, ଶିଶୁ, ସମି, ଅପରାଜିତା, ଅଗସ୍ତ୍ୟା, କେତକୀ, କଦମ୍ବ ଆଦି ଫୁଲ ପ୍ରିୟ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *