ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର ,ସରକାରଙ୍କ ବଡ଼ ନିଷ୍ପତି ବିଦ୍ୟାଳୟ ଖୋଲିବା ମାତ୍ରେ ସବୁ Student ମାନଙ୍କ ପାଇଁ ଲାଗୁ ହେବ ଏହି ନିୟମ

ବନ୍ଧୁଗଣ ରାଜ୍ୟରେ ପଢ଼ୁଥିବା ସ୍କୁଲ ଛାତ୍ର ଛାତ୍ରଙ୍କ ପାଇଁ ଏବେ ଏବେ ଆସିଲା କିଛି ନୂଆ ସୂଚନା ବର୍ତ୍ତମାନ ଯାହାବି କିଛି ନୂଆ ଅପଡେଟ ଆସିଛି ତାହା ସମସ୍ତେ ଜାଣିରଖିବା ଜରୁରୀ ତେବେ ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା | ସ୍କୁଲ ଖୋଲିବା ପ୍ରଥମ ଦିନ ଦିଆଯିବ ମଧ୍ୟାହ୍ନଭୋଜନ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି। ପିଏମ୍ ପୋଷଣ ରାଜ୍ୟ ନୋଡାଲ୍ ଅଫିସର ରଘୁରାମ ଆର ଆୟାର ଚିଠି କରିଛନ୍ତି।

ଚିଠିରେ ଉଲ୍ଲେଖ କରିଛନ୍ତି, ଖରା ଛୁଟି ପରେ ଆସନ୍ତା ୧୮ ତାରିଖରେ ସ୍କୁଲ ଖୋଲିବା ପାଇଁ ଯାଉଛି । ସ୍କୁଲ ଖୋଲିବାର ପ୍ରଥମ ଦିନରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଅଯିବ । ସୂଚନାଯୋଗ୍ୟ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକଶ୍ରେଣୀର ପିଲାଙ୍କୁ ପିଏମ୍ ପୋଷଣ କାର୍ଯ୍ୟକ୍ରମରେ ମଧ୍ୟାହ୍ନଭୋଜନ ଯୋଗାଇ ଦିଅଯାଉଛି | ମଧ୍ୟାହ୍ନଭୋଜନ ଯୋଗାଇ ଦିଅଯାଉଛି।

ତେଣୁ ସ୍କୁଲ ଆସୁଥିବା ସମସ୍ତ ପିଲାଙ୍କୁ ସେମାନଙ୍କର ଅଧିକାରରୁ ଯେପରି ବଞ୍ଚିତ ନହୁଅନ୍ତି ତାକୁ ଧ୍ୟାନ ଦେବାକୁ କୁହାଯାଇଛି। ଏପରିକି ଖରା ଛୁଟିରେ ଅବ୍ୟହୃତ ହୋଇ ରହିଥିବା ମଧ୍ୟାହ୍ନଭୋଜନ ଚାଉଳ, ତେଲ, ମସଲା, ଡାଲି, ସୋୟା ବଡ଼ି ସମେତ ଅନ୍ୟ ସାମଗ୍ରୀ ନଷ୍ଟ ହେବା ସହ ଫିମ୍ପି ହୋଇଥିବା ଆଶଙ୍କା ରହିଛି।

ତେଣୁ ସ୍କୁଲ କର୍ତ୍ତୃପକ୍ଷ ପାଚିକାଙ୍କୁ ରୋଷେଇ ସାମଗ୍ରୀ ହସ୍ତାନ୍ତର କରିବା ପୂର୍ବରୁ ଯାଞ୍ଚ କରିବାକୁ କୁହାଯାଇଛି । ଖାଦ୍ୟ ରୋଷେଇ ବେଳେ ସ୍ବଚ୍ଛତା ଓ ପରିଚ୍ଛନ୍ନତାକୁ ଧ୍ୟାନ ଦେବାକୁ କୁହାଯାଇଛି। ଏହାକୁ ସିଆରସିସି ଓ ବିଇଓଙ୍କୁ ମଧ୍ୟ ନିୟମିତ ଯାଞ୍ଚ କରିବାକୁ କୁହାଯାଇଛି । ଏନେଇ ଭର୍ଟୁଆଲ୍ ବୈଠକରେ ଆଲୋଚନା କରାଯାଇଛି ।

Leave a Reply

Your email address will not be published. Required fields are marked *