ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଦେଖାଯାଏ କି ସନ୍ତାନ ଘରେ ଜନ୍ମ ନେବା ପରେ ଘରେ ବା ମାନେ ତାଙ୍କୁ କଳା ଟୀକା ବା ସୂତା ବା ନଜର ହଟାଇବା ପାଇଁ କିଛି କାର୍ଯ୍ୟ କରିଥାନ୍ତି । କିନ୍ତୁ ଏହା ପଛରେ କାରଣ କଣ ତାହ ଆପଣ ଜାଣିଛନ୍ତି କି ? ଆମେ ସମୟ ସହ ଆକୁ ବଢି ଚାଲିଛୁ । ପୁରୁଣା ରୀତିନିତି, ଧର୍ମ କାର୍ଯ୍ୟ ଓ ମାନ୍ୟତା ଭୁଲି ଯାଉଛୁ ଯାହାର ପ୍ରଭାବ ଆମ ସଂସ୍କୃତି ଉପର ଦେଖିବାକୁ ମିଳୁଛି । ଆଜି ଆମେ ଯେଉଁ ସମାଜରେ ଅଛି ସେଥିରେ ଛଳ, ହିଂସା, କପଟ ଭଳି ଭାବନା ଲୋକଙ୍କ ଠାରେ ରହିଛି । ଆଜି ଆମେ ଆପଣଙ୍କ କହିବୁ କଳାସୁତା ସହ ଜଡିତ କିଛି ଉପାୟ ବିଷୟରେ । କଳା ରଙ୍ଗ ନେଗେଟିଭ ଶକ୍ତିକୁ ଦୂର କରିଥାଏ ।
ଏଥିପାଇଁ ଖରାପ ନଜର ରୁ ବଞ୍ଚିବା ପାଇଁ କଳା ଟୀକା ବା ସୂତା ବା କଳା ରଙ୍ଗର ଜିନିଷ ଉପୋଯୋଗ କରାଯାଏ । ଯଦି ଘରେ ଅକାରଣରେ ଝଗଡା ହେଉଛି ବା ମନୋମାଳିନ୍ୟ ହେଉଥାଏ ତେବେ ଶନିବାର ଦିନ ଶନି ମହାରାଜଙ୍କ ମନ୍ଦିରକୁ ଯାଇ ୧ ମିଟର କଳା ସୂତା ନେଇ ସେଥିରେ ୧୦୮ ଗଣ୍ଠି ପକାନ୍ତୁ । ପ୍ରତେକ ଗଣ୍ଠି କୁ ପକାଇବା ବେଳେ ଓମ ସନିଶ୍ଚରାୟ ନମହ ମନ୍ତ୍ର ଜପ କରନ୍ତୁ । ଯଦି ଆଖପାଖରେ ଶନି ମନ୍ଦିର ନାହି ତେବେ ଘରେ ଏହା କରି ପାରିବେ ।
ସେହି ସୂତାକୁ ଘରର ମୁଖ୍ୟ ଦ୍ଵାରା ରେ ବାନ୍ଧି ଦିଅନ୍ତୁ । ଏମିତିରେ ଘରକୁ ଖରାପ ନଜର ଓ ନେଗେଟିଭ ଊର୍ଜା ପ୍ରବେଶ କରିପାରିବ ନାହି । ଯଦି ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ବାରମ୍ବାର ଖରାପ ରହୁଥାଏ ବା ତାଙ୍କୁ କୌଣସି ସମସ୍ୟାର ସାମ୍ନା କରିବାକୁ ପଡୁଥାଏ ତେବେ ଏଥିପାଇଁ କଳା ସୂତାକୁ ମନ୍ଦିରକୁ ନେଇ ଟିକେ ସିନ୍ଦୁର ଲଗାଇ ରଖନ୍ତୁ ଓ ତା ପର ଦିନ ସକାଳୁ ସ୍ବଚ୍ଛ ହୋଇ ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ପାଦରେ ବାନ୍ଧି ଦିଅନ୍ତୁ ।
ଏହା ଦ୍ଵାରା ତାଙ୍କୁ ଖରାପ ନଜର ଛୁଇଁ ପାରିବ ନାହି । ଗର୍ଭବତୀ ମହିଳାଙ୍କୁ ସବୁବେଳେ ନଜର ଲାଗିଥାଏ । କେତେଥର ଆସିବାକୁ ଥିବା ପିଲା ଠାରେ ଖରାପ ନଜର ପଡି ଯାଇଥାଏ । ଗର୍ଭବତୀ ମହିଳା ମାନେ ନିଜ ମାପ ଅନୁଯାୟୀ କଳା ସୂତା ନେଇ 3 ଥର ନିଜର ଚାରିପଟେ ବୁଲାଇ ଦିଅନ୍ତୁ । ସେହି ସୂତାକୁ ବାର ଗଛ ବା ନଦୀରେ ବିସର୍ଜନ କରି ଦିଅନ୍ତୁ । ଏମିତି କରିଲେ ଗର୍ଭବତୀ ମହିଳାଙ୍କୁ ଖରାପ ନଜର ଲାଗିବ ନାହି ।
କଳାସୂତାରେ ରୁଦ୍ରାକ୍ଷ ଲଗାଇ ଯଦି ଡେଣା ରେ ଲଗାଯାଏ ଏହା ଲାଭଦାୟକ ହୋଇଥାଏ । ପୁରୁଣା କଳାସୁତାକୁ ମାଟି ରେ ପୋତିବା ବା ନଦୀରେ ଭସାଇ ଦେବା ଉଚିତ । ଅନ୍ୟଥା ଏହି କଳାସୂତାକୁ କେତେ ଲୋକ କଳାଜାଦୁ ବ୍ୟବହାର କରିଥାନ୍ତି । ଗୋଡରେ ମୁଦି ପିନ୍ଧୁଥିବା ଆଙ୍ଗୁଳି ରେ କଳାସୁତା ପିନ୍ଧିଲେ କଳାଶକ୍ତିର ପ୍ରଭାବ କମ ହୋଇଥାଏ । କଳାସୂତା ମନ୍ଦିରର ପୂଜକ ବା ନିଜେ କିଣିକି ପିନ୍ଧିବା ଉଚିତ ।