ମେଷ ରାଶି – ଦୀର୍ଘ ଦନରୁ ଭାବିଥିବା କାମ ପୂରା ହୋଇଯିବ। କୌଣସି ମହତ୍ବପୂର୍ଣ୍ଣ କାର୍ଯ୍ୟରେ ଜୀବନସାଥୀର ସହଯୋଗ ପାଇବେ। ଯେଉଁ ମହିଳାମାନେ ଅନଲାଇନି ବ୍ୟବସାୟ କରିବାକୁ ଭାବୁଛନ୍ତି ସେମାନଙ୍କ ଲାଗି ଦିନଟି ଭଲ।
ବୃଷ ରାଶି – ମହିଳା ବ୍ୟବସାୟୀଙ୍କ ପାଇଁ ଲାଭ ଯୋଗ ଅଛି। ସରକାରୀ ଚାକିରିଆଙ୍କୁ ନୂଆ ଦାୟତ୍ବ ମିଳିବ। ଆପଣଙ୍କ ଭୌତିକ ସୁଖ ସୁବିଧା ବଜାୟ ରହିବ। ମାଆ କିଛି ଭଲ ବ୍ୟଞନ ତିଆରି କରି ଖୁଆଇବେ।
ମିଥୁନ ରାଶି – ଅତୀତ ଭୁଲରୁ କିଛି ନୂଆ ଶିକ୍ଷା କରି ଆଗକୁ ବଢ଼ିବେ। ମହତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ। ମନ ଚାହୁଁଥିବା ବସ୍ତୁ ପାଇବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ ରାଶି – କୌଣସି ପ୍ରୋଜେକ୍ଟରେ ଲାଭ ପାଇବେ। ସନ୍ତାନଙ୍କୁ କ୍ୟାରିୟରରେ ବଡ଼ ସଫଳତା ମିଳିବ। ନବ ବିବାହିତ ଦମ୍ପତ୍ତି କୌଣସି ଧାର୍ମିକ ସ୍ଥାନକୁ ବୁଲି ଯିବେ। ବନ୍ଧୁ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ।
ସିଂହ ରାଶି – ସରକାରୀ ଚାକିରି କରୁଥିବା ଲୋକ ନିଜର କାମ ପାଇଁ ପ୍ରୋତ୍ସାହନ ପାଇବେ। କୌଣସି ଖବର ପାଇ ଖୁସିରେ ଆତ୍ମହରା ହୋଇଯିବେ। ଘରକୁ ବନ୍ଧୁ ଆସିବେ। ତାଙ୍କ ସହିତ ମିଶି ଆପଣଙ୍କୁ ଭଲ ଲାଗିବ।
କନ୍ୟା ରାଶି – କୌଣସି ବନ୍ଧୁ ସହିତ କଥାବାର୍ତ୍ତାରେ ଆପଣଙ୍କୁ କାମ ମିଳିପାରେ। ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣଙ୍କ ଯୋଜନା ସଫଳ ହୋଇପାରେ। ଆପଣଙ୍କ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ।
ତୁଳା ରାଶି – ନିର୍ଦ୍ଧାରିତ ସମୟକୁ ଲକ୍ଷ୍ୟ ରଖି କରୁଥିବା କାମରେ ସଫଳତା ପାଇବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକ ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ପରିବାରରେ ସ୍ଥିତି ଠିକ୍ ରହିବ।
ବିଛା ରାଶି – ସମୟ ସୀମାକୁ ଧ୍ୟାନ ରଖି କାମ କରନ୍ତୁ। ବେପାରରେ ଆଶାଜନକ ଫଳ ପାଇବେ। ଯାତ୍ରା ଓ ଫିଲ୍ମ କଳାକାରଙ୍କ ଲାଗି ଦିନଟି ଲାଭଦାୟକ ରହିବ। ପାରିବାରିକ ମାହୋଲ ଠିକ୍ ବଜାୟ ରହିବ।
ଧନୁ ରାଶି – ବିଦେଶ ଯାତ୍ରା ଯୋଗ ଅଛି। କୌଣସି ବଡ଼ କଂପାନିରେ ଚାକିରିର ସୁଯୋଗ ଆସିବ। ସମସ୍ତଙ୍କୁ ନିଜ କଥାରେ ପ୍ରଭାବିତ କରିନେବେ। ରାଜନୀତି କ୍ଷେତରେ ସଫଳତା ପାଇବେ। ପ୍ରେମ ଜୀବନ ମଧୁର ହେବ।
ମକର ରାଶି – ନିଜର ଲକ୍ଷ୍ୟ ହାସଲ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। କାମ କେତେ ବି କଠିନ ହେଉ ଆପଣଙ୍କୁ ଏକାଗ୍ରତା ବଜାୟ ରଖିବାକୁ ହେବ। ସନ୍ତାନ ପକ୍ଷରୁ ସୁଖ ପାଇବେ। ବେପାରରେ ଲାଭ ହେବ।
କୁମ୍ଭ ରାଶି – ଅଧିକ ସମୟ ଏକାନ୍ତରେ କଟାଇବାକୁ ପସନ୍ଦ କରିବେ। ନୂଆ ବିଚାର ଉପରେ କାମ କରିବେ। ଅଫିସରେ ଉଚ୍ଚାଧିକାରୀଙ୍କ ସହଯୋଗ ପାଇବେ। ଆପଣ ପ୍ରସ୍ତୁତି କରିଥିବା ଯୋଜନା ବ୍ୟବସାୟ ପାଇଁ ଭଲ ସାବ୍ୟସ୍ତ ହେବ।
ମୀନ ରାଶି – ଚାକିରିରେ ଉନ୍ନତି ଯୋଗ ଅଛି। ଆପଣଙ୍କର ବଦଳି ଆପଣଙ୍କ ମନ ପସନ୍ଦ ଜାଗାକୁ ହେବ। ଆପଣଙ୍କ ଯୋଜନାରେ ଲୋକ ଖୁବ୍ ପ୍ରଭାବିତ ହେବେ। ବାଲ୍ୟ ବନ୍ଧୁ ସହ ସାକ୍ଷାତ ହେବ।