ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧ୍ ଯୋଜନାର ହିତାଧ୍ୟାକାରୀଙ୍କ ପାଇଁ ବଡ଼ ଖୁସିର ଖବର। ୧୯ତମ କିସ୍ତିର ଅପେକ୍ଷାରେ ଥିବା ଲାଭାର୍ଥୀଙ୍କ ବ୍ୟାଙ୍କ ଖାତାରେ ଆସନ୍ତା ମାସ ଟଙ୍କା ଜମା ହେବ। ଏ ନେଇ ତାରିଖ ମଧ୍ଯ ଘୋଷଣା କରାଯଇଅଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସ ୨୪ରେ ବିହାରରୁ ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ । ରବିବାର ଏହାର ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ। ଏହା ପୂର୍ବରୁ ଯୋଜନାର ୧୮ତମ କିସ୍ତି ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରାଯାଇଥିଲା ।
ଏହି ଯୋଜନାରେ ୯.୫ କୋଟିରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି । ପ୍ରତ୍ୟେକ ହିତାଧ୍ୟାକାରୀଙ୍କୁ ୨ ହଜାର ଟଙ୍କା ଚାରି ମାସରେ ୨ ହଜାର ଟଙ୍କା ଲେଖାଏଁ ମିଳୁଛି। ବର୍ଷକୁ ୬ ହଜାର ମିଳୁଥିବା ବେଳେ ପ୍ରତି ତିନୋଟି କିସ୍ତିରେ ବିତରଣ କରାଯାଉଛି। ସରକାର ଏହି କିସ୍ତି ପାଇଁ ୨୦ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି ।
ପିଏମ କିଷାନ ଯୋଜନାର ଉଦ୍ଦେଶ୍ୟ ଛୋଟ ଓ ସୀମାନ୍ତ କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିବା। ଏହା ଦ୍ବାରା ଚାଷୀଙ୍କୁ ଦେଶର ଉତ୍ପାଦନ ବଢାଇବା ପାଇଁ ପ୍ରୋତ୍ସାହନ କରିବ। ନିଜର ଜୀବିକା ସୁରକ୍ଷିତ ହୋଇ ପାରିବ ।