ମା Saraswati ଙ୍କର ପସନ୍ଦ ଏହି ୫ଟି ଜିନିଷ, ବସନ୍ତ ପଞ୍ଚମୀ ରେ ନିହାତି ଅର୍ପଣ କରନ୍ତୁ ମାଙ୍କ ନିକଟରେ |

ସାରା ଭାରତରେ ବସନ୍ତ ପଞ୍ଚମୀ ପର୍ବ ହ୍ରସ୍ବ ଉଲ୍ଲାସ ରେ ପାଳନ କରାଯାଇ ଥାଏ, ପ୍ରତ୍ୟେକ ବର୍ଷ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥ୍ୟରେ ବସନ୍ତ ପଞ୍ଚମୀ ପାଳନ କରାଯାଇଥାଏ। ଅନେକ ସ୍ଥାନରେ ବସନ୍ତ ପଞ୍ଚମୀ କୁ ସରସ୍ବତୀ ପୂଜା ଭାବରେ ପାଳନ କରାଯାଏ, ଏହିଦିନ ଘର, ବିଦ୍ୟାଳୟ ଓ ଅଫିସ ସମେତ ଅନେକ ସ୍ଥାନରେ ମା ସରସ୍ବତୀ ପୂଜା ପାଇଥାଆନ୍ତି । ଚଳିତ ବର୍ଷ ବସନ୍ତ ପଞ୍ଚମୀ ଉତ୍ସବ ଫେବୃଆରୀ ୨ତାରିଖ ରେ ସମୟ ସକାଳ ୧୧ ଟା ୫୪ ମିନିଟ ରେ ଆରମ୍ଭ ହେଉଛି, ଏବଂ ପାଳନ ହେବ, ଏବଂ ଶୁଭ ୩ତାରିଖ ସକାଳ ୯ ଟା ୩୬ ମିନିଟ ରେ ସମାପ୍ତ ହେବ । ଏମିତିରେ ଉଦୟ ତିଥ୍ୟ ଅନୁସାରେ ବସନ୍ତ ପଞ୍ଚମୀ ୨ତାରିଖ ରେ ପାଳନ କରାଯିବ । ମାନ୍ୟତା ଅନୁସାରେ ବସନ୍ତ ପଞ୍ଚମୀ ରେ ମା ସରସ୍ବତୀ ଙ୍କ ନିକଟରେ ପ୍ରସାଦ ଭାବରେ କିଛିଟା ପାରମ୍ପରିକ ପ୍ରସାଦ ଅର୍ପଣ କରାଯାଇ ଥାଏ ।

୧ – ବିଶେଷ ଭାବରେ ସରସ୍ବତୀ ପୂଜା ଦିନ ମା ସରସ୍ବତୀ ଙ୍କ ନିକଟରେ ହଳଦିଆ ରଙ୍ଗର କିଛିଟା ମିଷ୍ଟାନ୍ନ ଅର୍ପଣ କରିବା ଜରୁରୀ ଅଟେ, ତେଣୁ ଏହିଦିନ ବେସନ ରେ ପ୍ରସ୍ତୁତ ଲଡୁ ପ୍ରସାଦ ଭାବରେ ଅର୍ପଣ କରନ୍ତୁ । ଆପଣଙ୍କ ମନସ୍କାମନା ପୁର୍ଣ ହେବ ।

୨ – ବସନ୍ତ ପଞ୍ଚମୀ ରେ କେଶର ଓ ଦୁଗ୍ଧ ରେ ପ୍ରସ୍ତୁତ କ୍ଷୀରୀ ପ୍ରସାଦ ଭାବରେ ସରସ୍ବତୀଙ୍କ ନିକଟରେ ଅର୍ପଣ କରନ୍ତୁ, ଏବଂ ଏହାକୁ ଶୁଦ୍ଧ ମନରେ ଅର୍ପଣ କରିବା ଦ୍ବାରା ମା ସରସ୍ବତୀ ଙ୍କ କୃପା ଲାଭ ହୋଇଥାଏ ।

୩ – ମା ସରସ୍ବତୀ ଙ୍କର ଅତି ପ୍ରିୟ ଅଟେ ବରକୋଳି, ଏହାଛଡା ଛାତ୍ରଛାତ୍ରୀ ମାନେ ମଧ୍ୟ ସରସ୍ବତୀ ପୂଜା ପୂର୍ବରୁ ବରକୋଳି ଖାଇବା ଉଚିତ ନୁହେଁ I ସରସ୍ଵତୀ ଙ୍କ ନିକଟରେ ବରକୋଳି ଅର୍ପଣ କଲେ ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

୪ – ବସନ୍ତ ପଞ୍ଚମୀ ରେ ମା ସରସ୍ବତୀ ଙ୍କ ନିକଟରେ ଗୁଡରେ ପ୍ରସ୍ତୁତ ଖେଚୁଡ଼ି ଅର୍ପଣ କରିବା ଶୁଭ ଅଟେ, ଏହିଦିନ ମିଠା ଖେଚୁଡ଼ି ଅର୍ପଣ କରିବାର ବିଶେଷ ମହତ୍ଵ ରହିଛି, ଏବଂ ଏହି ପ୍ରସାଦ ସକାରାତ୍ମକ ଉର୍ଜା ଓ ସମୃଦ୍ଧିର ପ୍ରତୀକ ଅଟେ ।

୫ – ମା ସରସ୍ବତୀ ଙ୍କୁ ବସନ୍ତ ପଞ୍ଚମୀ ଦିନ ହଳଦିଆ ଓ ଧଳା ଫୁଲ ଅର୍ପଣ କରାଯାଇ ଥାଏ, ଏହି ଫୁଲ ଅର୍ପଣ କରିବା ଖୁବ ଶୁଭ ଅଟେ, ହଳଦିଆ ରଙ୍ଗ ଜ୍ଞାନ, ବୁଦ୍ଧି ଓ ଉର୍ଜା ର ପ୍ରତୀକ ଅଟେ । ଯେବେକି ଧଳା ରଙ୍ଗ ଶୁଦ୍ଧତା ଓ ଶାନ୍ତି ର ପ୍ରତୀକ ଅଟେ । ଏହି ୨ରଙ୍ଗ ର ପୁଷ୍ପ କୁ ଅର୍ପଣ କରିବା ଦ୍ବାରା ମା ସରସ୍ବତୀ ପ୍ରସନ୍ନ ହୁଅନ୍ତି ।

Leave a Reply

Your email address will not be published. Required fields are marked *