ସରକାରୀ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ପୋଷ୍ଟ ପେଡ଼ ପ୍ଲାନ ଧାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛି । ଗ୍ରାହକ ମାନଙ୍କ ପାଇଁ ବିନା କୌଣସି ଦରରେ ଆମାଜନ ପ୍ରାଇମ ସବସ୍କ୍ରିପସନ ସୁବିଧା ଯୋଗାଇବା ନେଇ ଘୋଷଣା କରିଛି । ଏହା ଦ୍ୱାରା ଏବେ ପୋଷ୍ଟ ପେଡ ପ୍ଲାନ ୟୁଜର ମାଗଣାରେ ଅମଜାନ ପ୍ରାଇମ କଣ୍ଟେଣ୍ଟ ଆକ୍ସେସ କରିପାରିବେ ।
ଏଥିପାଇଁ ୟୁଜର୍ସଙ୍କୁ କୌଣସି ପ୍ରକାରର ଅତିରିକ୍ତ ଚାର୍ଜ ବି ଦେବାକୁ ହେବନି । ଅବଶ୍ୟ ୩୯୯ ଟଙ୍କାରୁ ଉର୍ଦ୍ଧ୍ବ ପୋଷ୍ଟ ପେଡ ଧାରୀଙ୍କୁ ହିଁ ଏହି ସୁବିଧା ବିଶେଷ ଭାବେ ମିଳିବ । ଯଦିବା କମ୍ପାନୀର ପୋଷ୍ଟ ପେଡ ପ୍ଲାନ ୯୯ ଟଙ୍କାରୁ ଆରମ୍ଭ ହୋଇଥାଏ, କିନ୍ତୁ ଆମାଜନ ପ୍ରାଇମ ସବସ୍କ୍ରିପସନର ସୁବିଧା ୩୯୯ ଟଙ୍କାରୁ ଉର୍ଦ୍ଧ୍ବ ପ୍ଲାନ ଧାରୀଙ୍କୁ ମିଳିଥାଏ ।
ଆମାଜନ ପ୍ରାଇମ ସବସ୍କ୍ରିପସନ ୪୦୧ , ୪୯୯ , ୫୨୫ , ୭୨୫, ୭୯୮, ୭୯୯,୧୧୨୫, ୧୫୨୫ ଟଙ୍କିଆ ପ୍ଲାନ ଗୁଡିକରେ ହିଁ ଏହି ସୁବିଧା ମିଳିପାରିବ । ଆଉ ମଧ୍ୟ ବିଏସଏନଏଲ ପୋଷ୍ଟ ପେଡ ପ୍ଲାନ ୟୁଜର ସହଜରେ ଅମଜାନ ପ୍ରାଇମ ସବସ୍କ୍ରିପସନକୁ ରିଡ଼ିମ କରିପାରିବେ । ଏଥିପାଇଁ ପ୍ରଥମେ ଗ୍ରାହକ ମାନଙ୍କୁ କମ୍ପାନୀ ଦ୍ୱାରା ଦିଆଯାଇଥିବା ଲିଙ୍କରେ ନିଜ ନିଜର ତଥ୍ୟ ଦେବାକୁ ହେବ ।
ଏହା ପରେ ୟୁଜର୍ସ ମାନେ ବିନା କୌଣସି ବାଧାରେ ଆମାଜନ ପ୍ରାଇମ କଣ୍ଟେଣ୍ଟକୁ ଆକ୍ସେସ କରି ପାରିବେ । କହିରଖିବା ଉଚିତ ହେବକି, ପ୍ରାଇଭେଟ ଟେଲିକମ କମ୍ପାନୀ ଏୟାର ଟେଲ ଓ ଭୋଡ଼ାଫୋନ ଗ୍ରାହକ ମାନଙ୍କୁ ବିନା କୌଣସି ଅତିରିକ୍ତ ଚାର୍ଜରେ ଓଟିଇଟି ସୁବିଧା ମାନ ଯୋଗାଇ ଆସୁଛନ୍ତି ।