ମହାବାତ୍ୟାକୁ ପୂରିଲା 25 ବର୍ଷ, ଆତ୍ମୀୟଙ୍କୁ ଝୁରି ଏବେ ବି ଶୁଖିନି ବାତ୍ୟା ବିପନ୍ନଙ୍କ ଲୁହ |

1999 ମସିହା ଅକ୍ଟୋବର 29 ତାରିଖର ଚିତ୍ର । ଭୟଙ୍କର ପବନ ସାଙ୍ଗକୁ ଭୀଷଣ ବାତ୍ୟା । 10 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିଲା । ଆଜି ମହାବାତ୍ୟାକୁ ପୁରି ଯାଇଛି 25 ଶହ । ହେଲେ ସେହି କଥା ମନେ ପଡିଲେ ଆଜି ମଧ୍ୟ ଲୋମ ଟାଙ୍କୁରି ଉଠୁଛି । ଅକ୍ଟୋବର ୨୯ ତାରିଖ ୧୯୯୯ ମସିହା ସେଦିନ ଥାଏ ଶୁକ୍ରବାର ।

ଠିକ ସନ୍ଧ୍ୟା ବେଳକୁ ହଠାତ୍ ମାଡି ଆସିଥିଲା ୪୯ ଚାଷ ପବନ ସାଙ୍ଗକୁ ମୂଷଳ ଧାରାରେ ବର୍ଷା । ସୁସୁ ପବନ ସାଙ୍ଗକୁ ସମୁଦ୍ର ଗର୍ଜନ କରି ତାଣ୍ଡବ ରଚିଥିଲା । ଶହ ଶହ ଘର ଭାଙ୍ଗି ଯାଇଥିବା ବେଳେ ହଜାର ହଜାର ଗଛ ମଧ୍ୟ ଉପୁଡି ପଡିଥିଲା । ଆଜକୁ ଠିକ ୨୫ ବର୍ଷ ତଳେ ଓଡିଶାକୁ ଛିନଛତ୍ର କରି ଦେଇଥିଲା ମହାପ୍ରଳୟଙ୍କାରୀ ମହାବାତ୍ୟା ।

ପ୍ରକୃତିର କରାଳ ରୂପରେ ଥରି ଉଠିଥିଲା ଉପକୂଳ ଓଡିଶା । କେତେ ବାତ୍ୟା ଆସିଛି କେତେ ବାତ୍ୟା ଯାଇଛି ହେଲେ ଯେତେ ଥର ବି ବାତ୍ୟା ଓଡିଶାମୁହାଁ ହୋଇଛି ୧୯୯୯ ମସିହାର ସେ ମହାବାତ୍ୟା ଦୃଶ୍ୟ ଆଖି ଆଗରେ ନାଚି ଯାଉଛି । ସକାଳ ୧୦ ଟା ୩୦ ରେ ଏରସମା ବାଲିକୁଦାରେ ହିଟ୍ କରିଥିଲା ବାତ୍ୟା । ସ୍ଥଳଭାଗ ଛୁଇଁଲା ତାଣ୍ଡବ ରଚିଥିଲା ।

ବର୍ଷା ସାଙ୍ଗକୁ 200 କିମି ବେଗରେ ପବନ ବୋହିଥିଲା । ଅଶାନ୍ତ ସମୁଦ୍ର ୩୦ ଫୁଟ୍ ଉଚ୍ଚ ଜୁଆରରେ ହଜିଗଲା ହଜାର ହଜାର ଘର । ୩୬ ଘଣ୍ଟା ଧରି ତାଣ୍ଡବ କରିଥିଲା ମହାବାତ୍ୟା । ସେତେବେଳେ ଟିଭି କିମ୍ବା ସୋସିଆଲ ମିଡିଆ ନଥିବା କାରଣରୁ ଲୋକେ ମଧ୍ୟ ବାତ୍ୟା ନେଇ ଅବଗତ ହୋଇପାରିନଥିଲେ । ଜଗତସିଂହପୁର , କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଥିଲା ।

Leave a Reply

Your email address will not be published. Required fields are marked *