ଯେଉଁମାନେ ପାଇଛ 5ହଜାର, 8ରେ ପୁଣି ଆସୁଛି 5ହଜାର ଟଙ୍କା…

ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ସୁଭଦ୍ରା ଯୋଜନାକୁ ନେଇ ଏକ ବହୁତ୍ ବଡ଼ ଅପଡେଟ ଏହି ତାରିଖରେ ମିଳିବାକୁ ଯାଉଛି ଟଙ୍କା ତାହେଲେ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ଆଉ ଡେରି ନକରି ଜାଣିବା। ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ସୂଚନା ।

ମନ୍ତ୍ରୀ କହିଛନ୍ତି, ଶୀଘ୍ର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ବାକି ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ । ମନ୍ତ୍ରୀଙ୍କ ବୟାନରୁ ଜଣାଯାଉଛି କି, ଦୀପବଳି ଭେଟି ଭାବେ ତୃତୀୟ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିବ । ତେବେ ସୁଭଦ୍ରା ଯୋଜନା ପାଇଁ ବର୍ତ୍ତମାନ ଯାଏ ୧ କୋଟିରୁ ଅଧିକ ମହିଳା ଆବେଦନ କରିଛନ୍ତି ।

ସେମାନଙ୍କ ମଧ୍ୟରୁ ୬୦ ଲକ୍ଷ ମହିଳାଙ୍କୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ହଜାର ଲେଖା ଟଙ୍କା ଦିଆ ସରିଲାଣି । ବାକି ରହିଥିବା ୪୦ ଲକ୍ଷଙ୍କ ଖାତାକୁ ଖୁବ ଶୀଘ୍ର ଟଙ୍କା ଆସିବା ଆଜି ମନ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି । କିନ୍ତୁ ଏହି ଭେଟି ଦୀପାବଳିରେ ବା ଦୀପାବଳି ପରେ ପରେ ମିଳିବା ସୁନିଶ୍ଚିତ ହୋଇଛି ।

ଏହି ଟଙ୍କା ସିଧାସଳଖ ୫ ହଜାର ଆକାରରେ ଆସିବ । ସେପଟେ ସୁଭଦ୍ରାକୁ ନେଇ ହୋଇଥିବା କ୍ୟାବିନେଟ ବୈଠକରେ ୨ ଲକ୍ଷରୁ ଅଧିକ ମହିଳାଙ୍କ ଆବେଦନ ରଦ୍ଦ କରିଛନ୍ତି ସରକାର । ତେଣୁ କେଉଁ କାରଣରୁ ଏହି ଆବେଦନ ଖାରଜ ହୋଇଛି, କଣ କଲେ ଜଣେ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବେ, ତା ଉପରେ କାମ ଚାଲିଛି ପ୍ରଶାସନିକ ସ୍ତରରେ ।

Leave a Reply

Your email address will not be published. Required fields are marked *