ଆଜିର ରାଶିଫଳ 09 ଅକ୍ଟୋବର 2024 ବୁଧୁବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – କୌଣସି କାର୍ଯ୍ୟ ବହୁତ ଭଲ କରିବେ। ବେପାରୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଜଣେ ଅନ୍ୟଜଣଙ୍କୁ କଥାରେ ପ୍ରଭାବିତ କରିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବୃଷ ରାଶି – ଶିକ୍ଷାକ୍ଷେତ୍ରରେ ଭଲ ପରିଣାମ ପାଇବେ। ବୈବାହିକ ଜୀବନରେ କଟୁତା ଦୂର ହେବ। ପ୍ରେମୀ ଯୁଗଳ କୌଣସି ମନୋରଂଜନ ସ୍ଥାନକୁ ବୁଲି ଯିବେ। ପାନୀୟ ପ୍ରତି ସଜାଗ ରୁହନ୍ତୁ।

ମିଥୁନ ରାଶି – ଆପଣଙ୍କ କାମକୁ ଯଥେଷ୍ଟ ପ୍ରାଥମିକତା ଦେବେ। ଆପଣଙ୍କୁ ଉନ୍ନତି ଓ ନୂଆ ଶକ୍ତି ମିଳିବ। ବାଣୀ ଉପରେ ସଂଯମ ରଖନ୍ତୁ। ଘରର ପରିବେଶ ସକାରାତ୍ମକ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କର୍କଟ ରାଶି – ପ୍ରତିଟି କାମକୁ ସୁଚାରୁରୂପେ କରି ପାରିବେ। ପରିବାର ସହିତ ଆପୋସୀ ତାଳମେଳ ବଜାୟ ରଖିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବିବାହ ବନ୍ଧରେ ବାନ୍ଧିବା ପାଇଁ ମନ ବନାଇବେ।

ସିଂହ ରାଶି – ପାରିବାରିକ ଜୀବନ ବହୁତ ଭଲ ରହିବ। ବଡ଼ମାନଙ୍କ ସହିତ ବ୍ୟବହାର ମଧୁର ରଖନ୍ତୁ। ଆପଣଙ୍କର ଆତ୍ମବିଶ୍ବାସ ବହୁତ ଭଲ ରହିବ। ଜୀବନସାଥୀ ମାଧ୍ୟମରେ ବ୍ୟବସାୟରେ ଲାଭ ପାଇବେ।

କନ୍ୟା ରାଶି – ନିଜ ଉପରେ ନିଜର କାର୍ଯ୍ୟ ଉପରେ ଭରସା କରିବେ। ଶିକ୍ଷାକ୍ଷେତ୍ରରେ ଆପଣଙ୍କୁ ସଫଳତା ହାସଲ ହେବ। ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ।

ତୁଳା ରାଶି – କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ଦରମା ବୃଦ୍ଧି ହେବାର ସମ୍ଭାବନା। କିଛି ଲୋକ ଜାଣିଶୁଣି ଆପଣଙ୍କ କାମରେ ବାଧା ସୃଷ୍ଟି କରିପାରନ୍ତି। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ।

ବିଛା ରାଶି – ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ କାର୍ଯ୍ୟ ଯୋଜନା ସଫଳ ହେବ। ଜୀବନସାଥୀ ସହ ତାଳମେଳ ବଜାୟ ରହିବ। ସ୍ବାସ୍ଥ୍ୟକୁ ନେଇ ସଜାଗ ରହନ୍ତୁ। ତରବରିଆରେ ନେଇ ଥିବା ନିଷ୍ପତ୍ତି ହାନି ପହଞ୍ଚାଇପାରେ।

ଧନୁ ରାଶି – ବୈବାହିକ ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଅଫିସରେ କାମକୁ ସାବଧାନତାର ସହ କରନ୍ତୁ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ। ମାନସିକ ସୁସ୍ଥତା ପାଇଁ ଯୋଗ କରନ୍ତୁ। ‌

ମକର ରାଶି – ଧନଲାଭର ଯୋଗ ଅଛି। ଦାମ୍ପତ୍ୟ ଜୀବନ ଭଲ ରହିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ। ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯାଇପାରନ୍ତି। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

କୁମ୍ଭ ରାଶି – ସରକାରୀ ଚାକିରିଆଙ୍କ ଲାଗି ଭଲ ଦିନଟିଏ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କୌଣସି ଭଲ ଖବର ପାଇବେ। ପାରିବାରିକ ଜୀବନ ଭଲ ରହିବ। ଘରେ କୌଣସି ବଡ଼ ଆୟୋଜନର ଯୋଜନା କରିବେ।‌

ମୀନ ରାଶି – ମନ ଧାର୍ମିକ ଗତିବିଧିରେ ଅଧିକ ଲାଗି ରହିବ। ଚାକିରି ସମ୍ବନ୍ଧୀୟ ସବୁ ଇଚ୍ଛା ପୂରା ହେବ। ଦରମା ବୃଦ୍ଧି ସହ ପଦୋନ୍ନତି ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

Leave a Reply

Your email address will not be published. Required fields are marked *