ଆଜିର ରାଶିଫଳ 06 ସେପ୍ଟେମ୍ବର 2024 ଶୁକ୍ରବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – କାମ ମାମଲାରେ ଆପଣ ବହୁତ ବ୍ୟବହାରିକ ରହିବେ। ଆପଣଙ୍କର ମିଠାବାଣୀ ଆପଣଙ୍କ କାମ ପୂରା କରିବାରେ ସାହାଯ୍ୟ କରିବ। ବକେୟା ଅର୍ଥ ପାଇବେ। ପରିବାର ଲୋକଙ୍କ ସହ ଭଲ ସାମଞସ୍ୟ ରହିବ। ‌

ବୃଷ ରାଶି – ଅନ୍ୟର ପ୍ରେରଣା ନେଇ କାମ କରିବା ଦରକାର। କଥା କମ୍ କାମରେ ଅଧିକ ମନୋଯୋଗ ଦିଅନ୍ତୁ। ବାପା ମାଆଙ୍କ ସହିତ ସମୟ ଅତିବାହିତ କରିବା ଦରକାର। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମିଥୁନ ରାଶି – ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବ୍ୟବସାୟ ବଢ଼ାଇବା ଲାଗି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ପଡ଼ୋଶୀ ଆପଣଙ୍କୁ କୌଣସି ପ୍ରକାର ସହାୟତା ମାଗିବେ। ରାଜନୀତିରେ ସଫଳତା ପାଇବେ।

କର୍କଟ ରାଶି – ଅଫିସରେ କୌଣସି ସହକର୍ମୀଙ୍କ ସହିତ ବନ୍ଧୁତା ହେବ। ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଖୁସି ଭରା ରହିବ।

ସିଂହ ରାଶି – ଲୋକମାନଙ୍କ ଭରସା ଆପଣଙ୍କ ଉପରେ ରହିବ। ଆପଣଙ୍କର ସଚ୍ଚୋଟତାରେ ଲୋକେ ପ୍ରେରଣା ନେବେ। ବକେୟା ଅର୍ଥ ପାଇବେ। କର୍ମଜୀବୀ ମହିଳା ନୂଆ ପ୍ରୋଜେକ୍ଟରେ କାମ କରିବେ।

କନ୍ୟା ରାଶି – ସୋସିଆଲ ମଡ଼ିଆ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ପୂର୍ବରୁ କରିଥିବା କାମରେ ଦିଗୁଣା ଲାଭ ପାଇବେ। ଶିକ୍ଷକଙ୍କ ସହଯୋଗରେ ଆପଣଙ୍କର କୌଣସି ପ୍ରୋଜେକ୍ଟ ପୂରା ହେବ।

ତୁଳା ରାଶି – ଆପଣଙ୍କର କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ଯାହା ବି ବେପାର ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। କୌଣସି ବନ୍ଧୁର ସହାୟତା ପାଇବେ। ପିଲାଙ୍କର ସ୍ବାସ୍ଥ୍ୟ ଭଲ ରହିବ।

ବିଛା ରାଶି – କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। କୌଣସି ବଡ଼ ପ୍ରୋଜେକ୍ଟରେ ପୁଞି ଲଗାଇବାକୁ ଭାବୁଥିଲେ କୌଣସି ବୁଦ୍ଧିମାନ ବ୍ୟକ୍ତିଙ୍କ ମତ ନିଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ବୈବାହିକ ଜୀବନ ଭଲ ରହିବ।

ଧନୁ ରାଶି – ଯାହା ବି କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। କ୍ୟାରିୟର ସମ୍ବନ୍ଧ‌ରେ ନୂଆ ଅବସର ପାଇବେ। ବାଣିଜ୍ୟ ଛାତ୍ରଛାତ୍ରୀ ମାର୍କେଟିଙ୍ଗି ବିଷୟରେ ଜାଣିବା ପାଇଁ ଶିକ୍ଷକଙ୍କର ସହଯୋଗ ପାଇବେ।

ମକର ରାଶି – ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କର ମତ ନେବାକୁ ଚାହିଁବେ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଆପଣଙ୍କର ସାକ୍ଷାତ ହୋଇପାରେ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।

କୁମ୍ଭ ରାଶି – ଦୂରରେ ଥିବା ଭାଇ ଭଉଣୀଙ୍କ ସହିତ ଫୋନରେ କଥା ହେବେ। ଅଫିସ କାମରେ ବାଧା ଦୂର ହେବ। ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ମୀନ ରାଶି – ବିନା କାରଣରେ ଆରମ୍ଭ ହୋଇଥିବା ବାଧା ସଂପୂର୍ଣ୍ଣରୂପେ ସମାପ୍ତ ହୋଇଯିବ। ଅଜା ଘରୁ ଖୁସି ଖବର ପାଇବେ। ସୋସିଆଲ ମିଡ଼ିଆରେ କାହାରି ସହିତ କଥା ହେବେ ଯାହା ଭବିଷ୍ୟତରେ ଆପଣଙ୍କୁ ଲାଭ ହେବ।

Leave a Reply

Your email address will not be published. Required fields are marked *