ନମସ୍କାର ବନ୍ଧୁଗଣ ଯଦି ଆପଣମାନେ ଆପଣଙ୍କ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଜ୍ୟୋତିଷ ଶାସ୍ତ୍ରରେ ରହିଅଛି କିଛି ସରଳ ଏବଂ ଚମତ୍କାର ଉପାୟମାନ ଯାହାକି ଆପଣଙ୍କ ରୋଷେଇ ଘରେ ସର୍ବଦା ରୋଷେଇ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ସେହି ରୋଷେଇ ସାମଗ୍ରୀଟି ହେଉଛି ସୋରିଷ। ଆପଣମାନେ ଦେଖିଥିବେ ପୂଜାପାଠ, ତନ୍ତ୍ର ପୂଜା, ବାସ୍ତୁ ପୂଜା ଆଦିରେ ସାଧକ ବା ପୂଜାରୀମାନେ ସୋରିଷ ମାଗି ଥାଆନ୍ତି ବା ସୋରିଷରେ କିଛି ଉପାୟ ମଧ୍ୟ ବତାଇଥାନ୍ତି କାରଣ ସୋରିଷ ଏପରି ଏକ ଦିବ୍ୟ ଏବଂ ଚମତ୍କାରି ଶସ୍ୟ ଅଟେ ଯାହାକି ଘରର ବାସ୍ତୁ ଦୋଷ, ମଣିଷର ଗ୍ରହ ଦୋଷ ଖଣ୍ଡନ କରି ମନୁଷ୍ୟକୁ ଧନୀ ମଧ୍ୟ କରାଇ ଦେଇଥାଏ। ସମସ୍ତ ଦୁଃଖକୁ ଦୂର କରି ଘରେ ସୁଖ ସମୃଦ୍ଧି ବୃଦ୍ଧି କରାଇଥାଏ। ତେବେ ଆସନ୍ତି ଜାଣିବା ସୋରିଷକୁ ନେଇ କିଛି ସରଳ ଏବଂ ଚମତ୍କାରି ଉପାୟମାନ ବିଷୟରେ।
ବନ୍ଧୁଗଣ ଯଦି ଆପଣଙ୍କ ଘରେ କେହି ଛୋଟ ପିଲା ରହିଥାନ୍ତି ସେମାନଙ୍କ ସ୍ବାସ୍ଥ୍ୟ ସର୍ବଦା ଖରାପରେ ରହୁଥାଏ। ସେମାନେ ସର୍ବଦା କାନ୍ଧୁଥାନ୍ତି, ଚିଡିଚିଡି ହୋଇଥାନ୍ତି ତେବେ ଜାଣନ୍ତୁ ସେହି ପିଲା ଉପରେ କାହାରି ଦୃଷ୍ଟି ଲାଗି ଯାଇଛି। ଏହି ଦୃଷ୍ଟିକୁ ଛଡାଇବା ପାଇଁ ବାମ ହାତରେ ୭ଟି ସୋରିଷ ରଖନ୍ତୁ ଏବଂ ତାହା ଉପରେ ଚିମୁଟାଏ ଲୁଣ ରଖନ୍ତୁ ଏବଂ ୧ କିମ୍ବା ୨ଟି ନାଲି ରଙ୍ଗର ଶୁଖିଲା ଲଙ୍କା ରଖନ୍ତୁ ଏବଂ ତାହାକୁ ଏକତ୍ର ମୁଠିରେ ଧରି ସେହି ପିଲାର ମୁଣ୍ଡ ଉପରେ ସାତଘେରା ବୁଲାଇ ଦିଅନ୍ତୁ ଏହାପରେ ଏହି ସାମଗ୍ରୀକୁ ତୁରନ୍ତ ନେଇ ଜଳନ୍ତା ନିଆଁରେ ପକାଇ ଦିଅନ୍ତୁ, ଏଥିପାଇଁ ଆମ୍ବ କାଠର ନିଆଁ ଶ୍ରେଷ୍ଠ ହୋଇଥାଏ ଏହାର ଅଭାବରେ ଅନ୍ୟ କାଠ ମଧ୍ୟ ନେଇ ପାରିବେ। ବନ୍ଧୁଗଣ ଯଦି ପରିବାରରେ କେହି ବ୍ୟକ୍ତି ସର୍ବଦା ବିରକ୍ତ ହେଉଥାନ୍ତି ସର୍ବଦା କ୍ରୋଧ କରୁଥାନ୍ତି ତେବେ ପୂର୍ବ ଉପାୟଟିକୁ କରି ସେହି ବ୍ୟକ୍ତିକୁ ଶାନ୍ତ କରିପାରିବେ।
ବନ୍ଧୁଗଣ ଯଦି ଆପଣଙ୍କର କୁଛି କାର୍ଯ୍ୟ ଅଟକି ରହିଥାଏ ଆଗକୁ ବଢ଼ିପାରୁ ନଥାଏ ତେବେ ଗୁରୁବାର ଦିନ କାହାରିକୁ ସୋରିଷ ଦାନ କରନ୍ତୁ ଦେଖିବେ ସେହି ଅଟକି ରହିଥିବା କାର୍ଯ୍ୟ ପୁଣିଥରେ ଚାଲିବାକୁ ଲାଗିବ ଏବଂ ଜୀବନରେ ଉନ୍ନତି ମଧ୍ୟ ଦେଖାଯିବ।
ବନ୍ଧୁଗଣ ଯଦି ଆପଣଙ୍କର ଶନିଦଶା, ମହାଦଶା ଚାଲୁଥାଏ ଏବଂ ଆର୍ଥିକ ସମସ୍ୟା ଦେଇ ଗତି କରୁଥାନ୍ତି ତେବେ ଶନିବାର ଦିନ ମୁଠାଏ ସୋରିଷ ନେଇ କୌଣସି ନଦୀ ବା ଜଳ ସ୍ରୋତରେ ତାହାକୁ ପ୍ରବାହିତ କରି ଦିଅନ୍ତୁ ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କର ଶନିଦଶାରୁ ମୁକ୍ତି ମିଳିଯିବ ଏବଂ ସମସ୍ତ ପ୍ରକାରର ଧନର ସଙ୍କଟ ଦୂର ହୋଇଯିବ।
ବନ୍ଧୁଗଣ ଯଦି ଆପଣ ଦିନକୁ ଦିନ ଦାରିଦ୍ର୍ୟତା ଆଡ଼କୁ ଗତି କରୁଛନ୍ତି ଧନର ଅଭାବ ବଢ଼ି ଚାଲୁଛି, ଦୁଃଖର ବୋଝ ଭାରି ହେଉଛି, କଜହରେ ବୁଡ଼ି ରହିଛନ୍ତି ତେବେ ଏକ କପଡ଼ାରେ ମୁଠାଏ ସୋରିଷ ରଖି ଦିଅନ୍ତୁ ଏବଂ ତାହା ଉପରେ କିଛି ଧାନ, କିଛି ମୁଗ, କିଛି ଗହମ, କିଛି ମାଣ୍ଡିଆ, କିଛି କଳାରାଶି ରଖି ତାହାକୁ ଏକତ୍ର ବାନ୍ଧି ପୁଟୁଳିଟିଏ କରି ଦିଅନ୍ତୁ। ଆପଣଙ୍କର ଯେତିକିଟି ରୁମ୍ ବା କୋଠରୀ ଥିବ ସେତିକିଟି ପୁଟୁଳି ପ୍ରସ୍ତୁତ କରି ପାରିବେ ଏବଂ ତାହାକୁ ନେଇ ପ୍ରତି କୋଠରୀରେ ଗୋଟିଏ ଗୋଟିଏ ଉତ୍ତର କିମ୍ବା ପୂର୍ବ କିମ୍ବା ଉତ୍ତରପୂର୍ବ ବା ଐଶାନ୍ୟ କୋଣରେ ରଖି ଦିଅନ୍ତୁ ଦେଖିବେ ସେହିଦିନ ଠାରୁ ସମସ୍ୟା ଧନର ସମସ୍ୟାମାନ ଦୂର ହୋଇଯିବ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବାକୁ ଲାଗିବ ଏବଂ ସମସ୍ତ କରଜରୁ ମୁକ୍ତି ମିଳିଯିବ।