ପ୍ରଥମ ଦିନିକିଆ ରେ ମ୍ୟାଚ୍ ଡ୍ର ରହିବା ପରେ ବି କଣ ପାଇଁ ହେଲାଣି ସୁପର ଅଭର, କଣ କହୁଛି ICCର ନିୟମ ଦେଖନ୍ତୁ |

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଟାଏ ରହିଲା, କାହିଁକି ହେଲାନି ସୁପର ଓଭର କଣ କହୁଛି ICCର ନିୟମ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ଟାଏ ଭାବେ ଶେଷ ହୋଇଛି । ଶ୍ରୀଲଙ୍କା ଦଳ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୮ ଓ୍ବିକେଟ୍‌ ହରାଇ ସଂଗ୍ରହ କରିଥିଲା ୨୩୦ ରନ୍ କରିଥିଲେ ।

ଜବାବରେ ଟିମ୍ ଇଣ୍ଡିଆ ସମସ୍ତ ଓ୍ବିକେଟ୍‌ ହରାଇ ୨୩୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଫଳରେ ପ୍ରଥମ ଦିନିକିଆ ଟାଏ ଭାବେ ଶେଷ ହୋଇଥିଲା । ଆରମ୍ଭରୁ ଭଲ ଖେଳିଥିବା ଭାରତୀୟ ବ୍ୟାଟର ପରେ ପରେ କ୍ରମାଗତ ଭାବେ ଓ୍ବିକେଟ୍‌ ହରାଇଥିଲେ ।

କ୍ୟାପଟେନ୍ ରୋହିତ ଶର୍ମାଙ୍କ ଦର୍ଶନୀୟ ଅର୍ଦ୍ଧଶତକ ସତ୍ତ୍ବେ ନିୟମିତ ବ୍ୟବଧାନରେ ଓ୍ବିକେଟ୍‌ ହରାଇବା କାରଣରୁ ଦଳ ଛୋଟ ଟାର୍ଗେଟ୍‌ ବି ହାସଲ କରିବାରେ ବିଫଳ ହୋଇଥିଲା । ନିଜ ଠାରୁ ଅପେକ୍ଷାକୃତ ଦୁର୍ବଳ ଦଳ ଶ୍ରୀଲଙ୍କା ଦମଦାର ବୋଲିଂ କରି ମ୍ୟାଚ୍‌କୁ ଟାଏ କରିବାରେ ସକ୍ଷମ ହୋଇଥିଲା ।

Leave a Reply

Your email address will not be published. Required fields are marked *