ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ଭୁଲ୍ ଶତ୍ରୁ ମାନଙ୍କ ସହିତ ପଙ୍ଗା ନେଇ ପସ୍ତେବା ଥିବା ଭଳି କିଛି ପଶୁ ମାନଙ୍କର ବିଷୟରେ।
ମାର୍ଚ୍ଚ ୨୦୨୧ ରେ ଋଷିଆର ଏକ ଛୋଟ ସହରରେ ଗୋଟିଏ କୁକୁର ଗୋଟିଏ ବିଲେଇକୁ ଏକୁଟିଆ ଦେଖି ତାକୁ ମାରିବା ପାଇଁ ତା ପାଖକୁ ଆସେ କିନ୍ତୁ ବିଲେଇ ନିଜ ଜୀବନ ବଞ୍ଚାଇବାକୁ ପାଇଁ କାର୍ ତଳେ ଲୁଚିଯାଏ ଏହାପରେ କୁକୁର ନିଜ ଅନ୍ୟାନ୍ୟ ସାଙ୍ଗ ମାନଙ୍କୁ ସେଠାକୁ ଡାକିଦିଏ ଏତେ କୁକୁରଙ୍କୁ ଦେଖି ବିଲେଇ ବୁଝିଗଲା ଯେ କାର୍ ତଳେ ଅଧିକ ସମୟ ଲୁଚି ରହି ହେବ ନାହିଁ କାରଣ କୁକୁର ମାନେ ତା ଆଡକୁ ଧୀରେ ଧୀରେ ଅଗ୍ରସର ହେଉଥିଲେ ଏମିତି ପରିସ୍ଥିତିରେ ବିଲେଇ କାର୍ ତଳୁ ବାହାରି ଚକ୍ରି ଭଳି ଘୁରି ପାଖରେ ଥିବା ଏକ ଟେବୁଲ୍ ଉପରେ ସିଂହ ଭଳି ଛିଡା ହୋଇଗଲା ବିଲେଇ ସାହସ ଦେଖି ସେମାନଙ୍କ ମଧ୍ୟରୁ କେହି ଗୋଟିଏ କୁକୁର ବି ବିଲେଇ ଉପରେ ଆକ୍ରମଣ କରିବା ପାଇଁ ସାହସ କରି ପାରିଲେ ନାହିଁ ଧୀରେ ଧୀରେ ଲାଙ୍ଗୁଡ ଜାକି ଗୋଟେ ଗୋଟେ ଖସିବାକୁ ଲାଗିଲେ।
ଦର୍ଶକ ବନ୍ଧୁ ମା ସେହି ଶବ୍ଦ ଅଟେ ଯାହା ଆଗରେ ପାୱାର ଶବ୍ଦର ମୂଲ୍ୟ କିଛି ନୁହେଁ ସେ ନିଜ ପିଲାର ଜୀବନ ବଞ୍ଚାଇବା ପାଇଁ ଜମରାଜ ସହିତ ମଧ୍ୟ ଲଢ଼ିଯାଏ। ଦର୍ଶକ ବନ୍ଧୁ ଏହି ଦୃଶ୍ୟରେ ଆପଣମାନେ ଦେଖନ୍ତୁ ଗୋଟିଏ ମାଆ ହରିଣ ନିଜ ଛୁଆକୁ ଜନ୍ମ ଦେଲା ପରେ ତା ଚାରିପାଖରେ ବୁଲୁଥାଏ ଏହି ସମୟରେ ବବୁନ ନାମକ ଏକ ଖତରନାକ ଯିବ ସେଠାକୁ ଚାଲିଆସେ ପ୍ରଥମେ ମା ହରିଣ ବବୁନର ଧ୍ୟାନ ହଟାଇବା ପାଇଁ ତା ଚାରିପଟେ ଚକର ଲଗାଏ କିଛି ସମୟ ଏମିତି କରିବା ପରେ ହି ବବୁନ ସେଠାରୁ ଗଲା ନାହିଁ କିନ୍ତୁ ନିଜ ଛୁଆକୁ ରକ୍ଷା କରିବା ପାଇଁ ଯାଇ ମା ହରିଣ ବବୁନକୁ ଏକ ଶକ୍ତ ମୁଣ୍ଡିଆ ଦେଲା ଏବଂ ଶେଷରେ ଗୋଟିଏ ଖତରନାକ ପଶୁକୁ ବି ଗୋଟିଏ ମା ଆଗରେ ହାର ମାନିବାକୁ ପଡ଼ିଲା।
ଗୋଟିଏ ଭଲ ସାଙ୍ଗ ଆମକୁ ବିପଦରୁ ଉଦ୍ଧାର କରିବା ସହ ଆମର ଜୀବନ ବି ବଞ୍ଚାଇ ପାରେ କେବଳ ମଣିଷ ନୁହେଁ ପଶୁ ମାନଙ୍କର ମଧ୍ୟ ଏମିତି ବନ୍ଧୁତା ଅଛି ଯେମିତି ଏଠାରେ ସାପ ଗୋଟିଏ ଝିଟିପିଟିକୁ ନିଜ ଶରୀରରେ ଗୁଡ଼ାଇ ଶିକାର କରିବା ଚକରରେ ଥିଲା କିନ୍ତୁ ଠିକ୍ ସମୟରେ ଝିଟିପିଟିର ସାଙ୍ଗ ଘଟଣା ସ୍ଥଳରେ ପହଞ୍ଚି ଗଲା ଏବଂ ନିଜ ଜୀବନକୁ ବାଜି ଲଗାଇ ସାପ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଲା ସାପ ଏହାପରେ ରାଗିଯାଇ ଅନ୍ୟ ଝିଟିପିଟି ଉପରେ ଆକ୍ରମଣ କରିବାକୁ ଅଗ୍ରସର ହୁଏ କିନ୍ତୁ କାନ୍ଥରେ ଚଢ଼ି ନ ପାରିବାରୁ ତଳକୁ ଖସି ପଡେ ଏବଂ ସେଦିନ ଦୁଇଟି ଯାକ ଝିଟିପିଟିର ଜୀବନ ବଞ୍ଚିଗଲା।
ଦର୍ଶକ ବନ୍ଧୁ ଏହି ଦୃଶ୍ୟରେ ଗୋଟିଏ ଭୋକିଲା ଭାଲୁ ଦୁଇଟି ଘୁଷୁରୀକୁ ଦେଖି ବାଡ ଡେଇଁ ଭିତରକୁ ଚାଲିଯାଏ କିନ୍ତୁ ତାର ଏହି ନିଷ୍ପତି ବୋହୁତ ବଡ ଭୁଲ୍ ପାଲଟିଗଲା କାରଣ ଦୁଇଟି ଯାକ ଘୁଷୁରୀ ମିଳିମିଶି ଭାଲୁ ଉପରେ ଆକ୍ରମଣ କରିଦେଲେ ଏବଂ ବିଚାର ଭାଲୁ ଠିକ୍ ରେ ଖସିବାକୁ ମଧ୍ୟ ବାଟ ପାଇଲା ନାହିଁ।
ଫେବୃଆରୀ ୨୦୧୯ ରେ ସାଉଥ୍ ଆଫ୍ରିକାର ଗୋଟିଏ ଅଭୟାରଣ୍ୟରେ ରେକର୍ଡ ହୋଇଥିବା ଏହି ଭିଡ଼ିଓରେ ଗୋଟିଏ ଚିତାବାଘ ଫନୀବେଜରର ଛୁଆକୁ ଶିକାର କରିବା ପାଇଁ ମାଡ଼ି ବସିଲା କିନ୍ତୁ ସେ ବୋଧେ ଭୁଲି ଯାଇଥିଲା ଫନୀବେଜର ଛୋଟ ହେଲେ ବି ଦୁନିଆର ସବୁଠାରୁ ସାହସୀ ଆକ୍ରମକ ଜୀବ ଅଟେ। ଏଠାରେ ମା ଫନୀବେଜର ଚିତାବାଘକୁ ଦେଖୁ ଦେଖୁ ତା ଉପରେ ଆକ୍ରମଣ କରିଦେଲା ଏବଂ ଏତେବଡ ଶିକାରୀ ଠାରୁ ବୋ ନିଜ ଛୁଆର ଜୀବନ ଫେରାଇ ଆଣିଲା।
ଦର୍ଶକ ବନ୍ଧୁ ଆମେ ସମସ୍ତେ ଜାଣିଛନ୍ତି ଯେ କଇଁଛ ମାନେ ବୋହୁତ ଅଳସୁଆ ଏବଂ ସ୍ଲୋ ହୋଇଥାନ୍ତି କିନ୍ତୁ ଏଠାରେ ଆପଣ କଇଁଛର ଆଉ ଏକ ରୂପ ଦେଖନ୍ତୁ ଆଫ୍ରିକାର ଏକ ଆଇଲ୍ୟାଣ୍ଡରେ ରେକର୍ଡ ହୋଇଥିବା ଏହି ଭିଡିଓରେ ଗୋଟିଏ ପକ୍ଷୀ କଇଁଛକୁ ହଇରାଣ କରୁଥିଲା କିନ୍ତୁ କଇଁଛ ଧୀରେ ଧୀରେ ତା ପାଖକୁ ଯାଏ ଏବଂ ହଠାତ୍ ଚଢ଼େଇର ମୁଣ୍ଡକୁ କାମୁଡି ସବୁଦିନ ପାଇଁ ତାର ଖେଳ ଶେଷ କରିଦିଏ।