ବାଛନ୍ତୁ ନିଜ ପସନ୍ଦର ଗୋଟିଏ ରଙ୍ଗର ଫୁଲ ଓ ଜାଣନ୍ତୁ ଆପଣଙ୍କର ଚରିତ୍ର, ସ୍ଵଭାଵ ଏବଂ ଭବିଷ୍ୟତ ବିଷୟରେ

ବାଛନ୍ତୁ ଏଥି ମଧ୍ୟରୁ କୌଣସି ଗୋଟିଏ ରଙ୍ଗ ଓ ଜାଣନ୍ତୁ ନିଜ ଭବିଷ୍ୟତ ସହିତ ଜଡ଼ିତ କିଛି ଗୁପ୍ତ ରହସ୍ୟ ଓ ଆଗକୁ ସମୟ ଆପଣଙ୍କୁ କେଉଁ ଆଡ଼କୁ ନେଇଯିବ ତାହା ମଧ୍ୟ ଆପଣ ରଙ୍ଗର ଆଧାରରେ ଜାଣିପାରିବେ । ଏହା ସହିତ ଲୋକ ମାନେ ନିଜ ଭବିଷ୍ୟତ ସହିତ ଜଡ଼ିତ ଘଟଣା ମାନ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାଆନ୍ତି । ଏଥି ମଧ୍ୟରୁ ଆମେ ଆପଣଙ୍କୁ କହିବୁ ଯେ ତିନୋଟି ରଙ୍ଗର ବିକଳ୍ପ ରୁ ବାଛି କେମିତି ଆପଣ ନିଜ ଭବିଷ୍ୟତ ସହିତ ଜଡ଼ିତ କଥାମାନ ଜାଣିପାରିବେ । ଯାହା ଦ୍ଵାରା ଆପଣ ଆପଣଙ୍କ ଭବିଷ୍ୟ ବିଷୟରେ କୁହା ଯାଇଥିବା କଥାମାନ ଜାଣି ସୁଦୃଢ଼ ହୋଇ ପାରିବେ

ହଳଦିଆ ଫୁଲ – ଆପଣ ଯଦି ଏହି ରଙ୍ଗର ଫୁଲ ବାଛିଛନ୍ତି ତେବେ ଆପଣଙ୍କର ଆଗାମୀ ଜୀବନରେ ଅର୍ଥ ସମସ୍ୟା ଲାଗିରହିବ । ଆପଣ ନିଜ ରୋଜଗାରର ଅଧିକ ଟଙ୍କା ଖର୍ଚ କରିବେ । ଏହି ରଙ୍ଗକୁ ପସନ୍ଦ କରିଥିବା ଲୋକ ଲୋଭୀ ସ୍ଵଭାବ ର ହୋଇନଥାନ୍ତି ଏବଂ ଆକାଶ ପରି ବିଚଳ ହୃଦୟ ଏମାନଙ୍କର ହୋଇଥାଏ । ଏହି ଲୋକ ମାନଙ୍କର ଆର୍ଥିକ ସମସ୍ୟା କାରଣରୁ ସେମାନେ ଚୁପ ରହିବାକୁ ପସନ୍ଦ କରିଥାଆନ୍ତି

ନାଲି ରଙ୍ଗ – ଯେଉଁ ମାନେ ଏହି ରଙ୍ଗର ଫୁଲକୁ ବାଛିଛନ୍ତି ସେମାନଙ୍କ ଜୀବନରେ ନାନା ପ୍ରକାରର ସମସ୍ୟା ଲାଗି ରହିଥାଏ । କେବେ ଭାଗ୍ୟ ଏମାନଙ୍କ ସହ ରହିଥାଏ ତ କେବେ ରହି ନଥାଏ । ନାଲି ରଙ୍ଗ ହେଉଛି ପ୍ରେମ ର ପ୍ରତୀକ ଚିହ୍ନ । ପ୍ରେମ ସମ୍ବନ୍ଧ ରେ ଥିବା ବ୍ୟକ୍ତିଙ୍କ ପାଇଁ ଏହି ରଙ୍ଗ ମୁଖ୍ୟ ଅଟେ । ଏହି ରଙ୍ଗର ଫୁଲଟିକୁ ପସନ୍ଦ କରୁଥିବା ଲୋକ ଦେଖିବାକୁ ଖୁବ ସୁନ୍ଦର ମଧ୍ୟ ହୋଇଥାନ୍ତି । ଏବଂ ଏମାନଙ୍କର ହୃଦୟ ବି ଏମାନଙ୍କ ପରି ହୋଇଥାଏ । ଅତି ସହଜରେ କାହା ସହ ବି ମିସିଯାଇଥାନ୍ତି ପ୍ରତ୍ୟେକ ଲୋକଙ୍କର ଭାବନକୁ ଗୁରୁତ୍ଵ ଦେଇଥାନ୍ତି ।

ସବୁଜ ରଙ୍ଗର ଫୁଲ – ଏହି ରଙ୍ଗକୁ ପସନ୍ଦ କରୁଥିବା ଲୋକେ ବହୁତ ରଚନାତ୍ମକ ହୋଇଥାନ୍ତି ଓ ନିର୍ମଳ ହୃଦୟର ହୋଇଥାନ୍ତି । ଏମାନେ ବଡ ସମସ୍ୟାର ସମାଧାନ ଅତି ସହଜରେ କରି ପାରିଥାନ୍ତି ଏବଂ ଏକ ସୁନ୍ଦର ଭବିଷ୍ୟତ ବିଷୟରେ ଚିନ୍ତା କରିଥାଆନ୍ତି । ପରିବାର ର ଲୋକଙ୍କୁ ସମ୍ମାନ ଦେଇଥାଆନ୍ତି କିନ୍ତୁ ପ୍ରତି ବଦଲରେ ସେହି ଅନୁଯାୟୀ ଭଲ ପାଇବା ମିଳିନଥାଏ । ଯାହା ଦ୍ଵାରା ଆପଣ ଅଳ୍ପ ଉଦାସ ରହିଥାନ୍ତି ।

Leave a Reply

Your email address will not be published. Required fields are marked *