ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର ,ସରକାରଙ୍କ ବଡ଼ ନିଷ୍ପତି ବଦଳିବ ସ୍କୁଲର ସବୁ ନିୟମ Student ମାନେ ଶୀଘ୍ର ଦେଖନ୍ତୁ

ସ୍କୁଲ ପିଲାଙ୍କ ପଢ଼ାଯିବ ବର୍ଜ୍ୟ ପରିଚାଳନା ପାଠ। ସ୍କୁଲ ପରିସର ଆବର୍ଜନା ମୁକ୍ତ ହେବା ସହ ବର୍ଜ୍ୟ ପରିଚାଳନା ନେଇ ପିଲାଙ୍କୁ ପାଠପଢ଼ା ଯିବ। ଅଳିଆରୁ ଖତ କରିବା ସହ ପ୍ଲାଷ୍ଟିକ୍ ବର୍ଜ୍ୟର ପୁନଃବ୍ୟବହାରକୁ ଏମିତି ଯୋଜନା କରିଛି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌) । ବିଏମ୍‌ସି ଅଧୀନରେ ଥିବା ସ୍କୁଲରେ ଜିରୋ ୱେଷ୍ଟ ସ୍କୁଲ ପ୍ରକଳ୍ପ କରାଯିବା ନେଇ ଆଜି କର୍ପୋରେସନରେ ପ୍ରସ୍ତାବ ପାରିତ ହୋଇଛି।

ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ଅଣ୍ଟା ଭିଡି଼ଛି ବିଏମ୍‌ସି । ବିଏମ୍‌ସି ଅଧୀନରେ ଥିବା ସ୍କୁଲ ମଧ୍ୟରୁ କିଛି ମନୋନୀତ ସ୍କୁଲରେ ଆବର୍ଜନା ଶୂନ୍ୟ (ଜିରୋ ୱେଷ୍ଠ) ପାଇଁ ପ୍ରୟାସ କରିବାକୁ ପ୍ରସ୍ତାବ ରଖାଯାଇଛି । ଏଥିରେ ରହିଛି, ବର୍ଜ୍ୟବସ୍ତୁ ହ୍ରାସ ପାଇଁ ଅଭ୍ୟାସ ପରିବର୍ତ୍ତନ। ବର୍ଜ୍ୟବସ୍ତୁ ଗୁଡ଼ିକର ବିଭିନ୍ନ ପଦ୍ଧତି ମାଧ୍ୟମରେ ପୁନଃବ୍ୟବହାରିକରଣ। ଓଦା ଅଳିଆରୁ ଜୈବିକ ଖତରେ ପ୍ରସ୍ତୁତି ।

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଏସବୁ ପିଲାଙ୍କୁ ଶିକ୍ଷା ଦିଆଯିବ। ଏଥିପାଇଁ ଅଭିଜ୍ଞ ଏନ୍‌ଜିଓଙ୍କୁ ଇଓଆଇ ମାଧ୍ୟମରେ ଏକ ବର୍ଷ ପାଇଁ ମନୋନୀତ କରାଯିବ। ସେମାନେ ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କୁ ତାଲିମ ଦିଆଯିବ । ସ୍କୁଲରେ ଜିରୋ ୱେଷ୍ଟ କମିଟି ଗଠନ କରାଯିବ।

ବିଏମ୍‌ସି ସହ ସମନ୍ବୟ ମାଧ୍ୟମରେ ସ୍କୁଲରେ ଜିରୋ ଆବର୍ଜନା ସୁନିଶ୍ଚିତ କରିବା ପାଇଁ ଭିତ୍ତିଭୂମି ବିକାଶ କରାଯିବ। ଯେଉଁଥିରେ କମ୍ପୋଷ୍ଟ ପିଟ ପ୍ଲାଷ୍ଟିକ୍, କାଗଜ, ପେନ୍‌ସିଲ୍‌ର ବର୍ଜ୍ୟବସ୍ତୁ ସଟିଂ ବିନ୍, ସାନିଟାଇଜ୍ ନାପକିନ୍ ନିଷ୍କାସନ କାର୍ଯ୍ୟକ୍ଷମ କରାଇବା ଆଦି ରହିବ। ଏହା ଦ୍ୱାରା ସ୍କୁଲ ପରିସର ବର୍ଜ୍ୟବସ୍ତୁ ମୁକ୍ତ ହୋଇପାରିବ

ଏହା ଦ୍ବାରା ସ୍କୁଲ ପରସର ବର୍ଜ୍ୟବସ୍ତୁ ମୁକ୍ତ ହୋଇପାରିବ । ପିଲାମାନେ ନିଜ ଘର ଏବଂ ନିଜ ଅଞ୍ଚଳରେ ଏନେଇ ସଚେତନତା ସୃଷ୍ଟି କରିବେ। ଆବର୍ଜନା ମୁକ୍ତ ଅଞ୍ଚଳ ଭାବେ ଗଢ଼ିତୋଳିବାରେ ପ୍ରମୁଖ ଭୂମିକା ନେବେ

Leave a Reply

Your email address will not be published. Required fields are marked *