ଭୟଙ୍କରରୁ ଭୟଙ୍କର ଅଣ୍ଟା ବିନ୍ଧା ସବୁଦିନ ପାଇଁ ଭଲ ହୋଇଯିବ ,ଥରେ କରିକି ଦେଖନ୍ତୁ ଏହି ଘରୋଇ ଉପଚାର ଦେଖିବେ ଚମତ୍କାରୀ ଫାଇଦା

ନମସ୍କାର ବନ୍ଧୁଗଣ ତେବେ ବୟସ ବଢିବା ସଙ୍ଗେ ସଙ୍ଗେ ମାନବ ଶରୀର ଦିନକୁ ଦିନ ଦୁର୍ବଳ ହେବାକୁ ଲାଗୁଛି । ଶରୀରରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ । ବିଶେଷ କରି ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବ୍ୟଥା ଆଦି ବହୁଳ ସମସ୍ୟା ଦେଖିବାକୁ ମିଳିଥାଏ । ପ୍ରାୟ ଅଧିକାଂଶ ଲୋକ ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି । ଏହି ସମସ୍ୟା ଯୋଗୁଁ ବିଭିନ୍ନ ସମୟରେ ଶରୀରରେ ଖୁବ୍ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେଣୁ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କିଛି ବ୍ୟକ୍ତିବିଶେଷ ମାର୍କେଟରେ ମିଳୁଥିବା ଅଧୁନା ମେଡ଼ିସିନ୍ ଉପରେ ଅଧିକ ନିର୍ଭର କରିଥାନ୍ତି । କିନ୍ତୁ ଏହା କେବଳ କିଛି କ୍ଷଣ ପାଇଁ ଯନ୍ତ୍ରଣାରୁ ଆରାମ ଦେଇଥାଏ । ପରବର୍ତ୍ତୀ ମୁହୂର୍ତ୍ତରେ ପୁଣି ଶରୀରରେ କଷ୍ଟ ଅନୁଭବ ହେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ

ଯାହା ବ୍ୟବହାର କରି ଆପଣ ସମ୍ପୁର୍ଣ୍ଣ ରୂପେ ଶରୀରର ଦେଖା ଯାଉଥିବା ଜଏଣ୍ଟ ପ୍ୟାନ୍ ରୁ ମୁକ୍ତି ପାଇ ପାରିବେ । ଏଥି ସହିତ ଏହି ଉପଚାର ଶରୀର ପାଇଁ ଖୁବ୍ ଲାଭ ଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ଏହି ହୋମ ରେମେଡି ପାଇଁ ଆବଶ୍ୟକ ଉପକାର ଓ ପ୍ରସ୍ତୁତି ପ୍ରଣାଳୀ । ତେବେ ପ୍ରଥମରେ ପାନ ମଧୁରୀ । ତେବେପାନମଧୁରୀ ଶରୀର ପାଇଁ ଖୁବ୍ ଲାଭ ଦାୟକ ଅଟେ । ପାନ ମଧୁରୀରେ ଆଇରନ, ଭିଟାମିନ ଏବଂ ପୋଟାସିୟମର ଗୁଣ ଭରପୁର ରହିଥାଏ । ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଏହା ସେବନ ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

ଏହା ମୋଟାପଣକୁ କମ୍ କରିଥାଏ । ମୋଟାପଣ କମ୍ ରହିଲେ ଆମ ହାଡ଼ରେ କଷ୍ଟ କମ୍ ଏବଂ ଆଣ୍ଠୁ ଗଣ୍ଠି ଭଳି ସମସ୍ୟା କେବେ ଦେଖା ଯାଇନଥାଏ । ଦ୍ଵିତୀୟ ରେ ଜିରା ତେବେ ଏହା ଖାଦ୍ୟର ସ୍ବାଦ ବଢାଇବା ସହିତ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । ଏଥିରେ ଫାଇବର, ଆଇରନ,କ୍ୟାଲସିୟମ, ପୋଟାସିୟମ,ଜିଙ୍କ,ଭିଟାମିନ, ମ୍ୟାଗ୍ନେସିୟମ ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ । ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ରକ୍ଷା କରିବାରେ ସାହାଯ୍ୟ କରେ ଜିରା । ତୃତୀୟ ରେ ଜୁଆଣି ତେବେ ଜୁଆଣି ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ ।

ଏଥିରେ ଆଣ୍ଟି ଅକ୍ସୀଡେଣ୍ଟ ଗୁଣ ଭରପୁର ମାତ୍ରାରେ ରହିଥାଏ । ଜୁଆଣିର ଅନ୍ତିମେକ୍ଲେୟର ଗୁଣ ଆଣ୍ଠୁ ଗଣ୍ଠି ଖୋଲିବାରେ ସହାୟକ ହୋଇଥାଏ । ତେବେ ପ୍ରଥମେ ଏକ ଚାମଚ ପାନମଧୁରୀ, ଏକ ଚାମଚ୍ ଜିରା, ଏକ ଚାମଚ୍ ଜୁଆଣି ନିଅନ୍ତୁ ଏବେ ଏହି ୩ଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ ଏବଂ ସେଥିରେ ଦୁଇ ଗ୍ଲାସ ସାଧା ପାଣି ମିଶାନ୍ତୁ । ପରେ ଏହାକୁ ରାତି ସାରା ଭେଦିବାକୁ ରଖି ଦିଅନ୍ତୁ ।

ଯେପରି ପାଣି ରେ ସମସ୍ତ ସାମଗ୍ରୀ ର ପୋଷକ ତତ୍ତ୍ୱ ଭଲ ଭାବରେ ମିଶିଯିବ । ଆପଣ ସକାଳୁ ଉଠିବା ପରେ ଏହାକୁ ୫ ରୁ ୭ ମିନିଟ ବଏଲ କରି ଦିଅନ୍ତୁ । ଏହାପରେ ଆପଣ ଗ୍ୟାସ ବନ୍ଦ କରି ପାତ୍ର କୁ ଓଲ୍ହାଇ ଦିଅନ୍ତୁ ଏବଂ ସେହି ପାଣି କୁ ଭଲ ଭାବରେ ଛାଣି ଦିଅନ୍ତୁ । ଏବେ ଏହାକୁ ଆପଣ ପ୍ରତିଦିନ ସକାଳେ ଖାଲି ପେଟ ରେ ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *