ଦୁବ ଘାସର ଦଶଟି ଚମତ୍କାରି ଫାଇଦା ଗ୍ୟାସ,ମୁଣ୍ଡବିନ୍ଧା,ଗର୍ଭପାତ ଶହେ ରୋଗ ମୂଳରୁ ଶେଷ ହେବ ଜାଣନ୍ତୁ ଏହାର ଚମତ୍କାରିତା

ବନ୍ଧୁଗଣ ହିନ୍ଦୁ ସଂସ୍କୃତିରେ ଦୁବ ଘାସକୁ ବହୁତ ପବିତ୍ର ମାନାଯାଏ । ଯାହାକୁ ଆମେ ପୂଜାରେ ବ୍ୟବହାର କରିଥାଉ । କିନ୍ତୁ ଆପଣ ଏହାର ସ୍ଵାସ୍ଥ୍ୟଗତ ଫାଇଦା ବିଷୟରେ ଜାଣି ନ ଥିବେ । ଦୁବ ଘାସର ପ୍ରୟୋଗ କେଉଁ ରୋଗରେ କିପରି କରାଯାଏ ତାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ । ସକାଳୁ ଖାଲି ପାଦରେ ଦୁବ ଘାସରେ ଚାଲିଲେ ଆଖିର ଉଜ୍ବଳତା ବଢିଥାଏ ଏବଂ ସ୍ନାୟୁ ଶକ୍ତି ବଢିଥାଏ । କୌଣସି କାରଣରୁ ଆଖି ବିନ୍ଧା ବା ନାଲି ପଡିଛି ତେବେ ଦୁବ ଘାସର ପେଷ୍ଟ ବନାଇ ଏହାକୁ ଆଖି ଉପରେ ରଖିକି ପଟି ବାନ୍ଧି ଦିଅନ୍ତୁ । ଦେଖିବେ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ ।

ଯଦି ଆପଣ ଚିନ୍ତାରେ ରହୁଛନ୍ତି ତେବେ ସେଥିପାଇଁ ଦୁବ ଘାସର ପେଷ୍ଟ ବନାଇ ନିଜ ପାଦରେ ଲଗାନ୍ତୁ । ଦେଖିବେ ଆପଣଙ୍କର ଷ୍ଟ୍ରେସ ନିଶ୍ଚୟ ଦୂର ହେବ । ଯଦି ଆପଣଙ୍କର ମୁଣ୍ଡ ବିନ୍ଧା ସମସ୍ଯା ଅଛି ତେବେ ଦୁବ ଘାସକୁ ବାଟି ଏହାର ପେଷ୍ଟ ମୁଣ୍ଡରେ ଲଗାନ୍ତୁ । ଦେଖିବେ ଭୟଙ୍କରର୍ଟୁ ଭୟଙ୍କର ମୁଣ୍ଡ ବିନ୍ଧା ସମସ୍ଯା ଠିକ ହୋଇଯିବ । ଯଦି ଆପଣଙ୍କ ନାକରୁ ରକ୍ତ ବାହାରୁଛି ତେବେ ଦୁବ ଘାସକୁ ବାଟି ରସ ବାହାର କରନ୍ତୁ । ଧ୍ୟାନ ରଖିବେ ଦୁବକୁ ଭଲରେ ଧୋଇ ଏହାର ବ୍ୟବହାର କରିବେ । ଏହାର ରସକୁ ନାକରେ ୨ ବୁନ୍ଦା ଲେଖାଏଁ ପକାନ୍ତୁ ।

ଯଦି ଆପଣଙ୍କର ମାଉଥ ଅଲସର ଭଳି ସମସ୍ଯା ଅଛି ତେବେ ଦୁବ ଘାସର ରସରେ ଅଳ୍ପ ଫିଟିକିରି ଗୁଣ୍ଡ ମିଶାଇ ପାଟିରେ କୁଳା କରନ୍ତୁ । ମନେ ରଖିବେ ପୂଜାରେ ବ୍ୟବହାର ହେଉଥିବା ଦୁବ ଘାସର ଏଥିରେ ପ୍ରୟୋଗ କରନ୍ତୁ । ଯେଉଁ ମାନଙ୍କୁ ଅଧିକ ଏସିଡିଟି, ଅଲସର ସମସ୍ଯା ଅଛି ସେମାନେ ୩ରୁ ୪ ଚାମଚ ଦୁବ ଘାସର ରସକୁ ଏକ ଗ୍ଳାସ ପାଣିରେ ମିଶାନ୍ତୁ ଏବେ ଆପଣ ଏହାକୁ ପ୍ରତିଦିନ ସକାଳୁ ଖାଲି ପେଟରେ ସେବନ କରନ୍ତୁ ।

ଦେଖିବେ କିଛି ଦିନ ପରେ ଏସିଡିଟି, ଷ୍ଟୋମାକ ଇନଫେକ୍ସନ ସମସ୍ଯା ଦୂର ହୋଇଯିବ । ଯେଉଁ ମାନଙ୍କୁ ଲିଭର ଶିରୋଷିସ ସମସ୍ଯା ଅଛି ସେମାନେ ଦୁବ ଘାସର ରସ ୩ରୁ ୪ ଚାମଚ ମିଶାଇ ସେଥିରେ ଅଧ ଚାମଚ ଗୋଲମରୀଚ ଗୁଣ୍ଡ ମିଶାନ୍ତୁ । ଏହାକୁ ଦିନରେ ୩ରୁ ୪ ଥର ସେବନ କରନ୍ତୁ । ଦିନକୁ ୩ରୁ ୪ ଥର କେବଳ ଦୁବ ଘାସର ରସ ସେବନ କରିଲେ ଓଭର ବ୍ରୀଡିଙ୍ଗ ଭଳି ସମସ୍ଯା ଦୂର ହେବ । ଦୁବ ଘାସ କୌଣସି ବିଷାକ୍ତ ଜିନିଷ ନୁହେଁ ।

ଏହାକୁ ଆପଣ ଛୋଟ ପିଲାଙ୍କୁ ବି ଦେଇ ପାରିବେ । ଯେଉଁ ମାନେ ଗର୍ଭବତୀ ସେମାନେ ମଧ୍ୟ ଏହାର ସେବନ କରି ପାରିବେ । ତେବେ କୌଣସି ରୋଗ ହେବା ପୂର୍ବରୁ ଆଜି ଠାରୁ ହିଁ ଆପଣ ମାନେ ଦୁବ ଘାସର ରସ ର ସେବନ କରିବା ଆରମ୍ଭ କରି ଦିଅନ୍ତୁ । ଦେଖିବେ ଅନେକ ପ୍ରକାରର ରୋଗରୁ ବଞ୍ଚି କି ରହିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *