ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଆସିଲା ବଡ଼ ଖବର ,ଅସହ୍ୟ ଗୁଳୁଗୁଳି ଯୋଗୁଁ ରାଜ୍ୟରେ ଏହି ଦିନ ଖୋଲିବ ବିଦ୍ୟାଳୟ ,ସବୁ Student ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଏବଂ ଗରମ ଯୋଗୁଁ ହନ୍ତ ସନ୍ତ ହେଉଛନ୍ତି ଲୋକେ ହେଲେ ଗ୍ରୀଷ୍ମ ଛୁଟି ସରିବା ପରେ ଖୋଲିବ ସ୍କୁଲ ଗତବର୍ଷ ତୁଳନାରେ ଓଡ଼ିଶାରେ ଚଳିତ ବର୍ଷ ପ୍ରଥମ ଥର ଉଗ୍ର ତାପ ଏବଂ ଗୁଳୁଗୁଳି ବୃଦ୍ଧି ପାଇଛି ଜୁନ ମାସ ଅଧା ବିତି ସାରିବା ପରେ ଓଡ଼ିଶାରେ ମୌସୁମୀ ସମ୍ପୂର୍ଣ୍ଣ ଆସିବା ନେଇ ଏନେଇ ସମ୍ପୂର୍ଣ୍ଣ କିଛି ସ୍ପଷ୍ଟ ସୂଚନା ଆସି ନାହିଁ | ଆଉ ଏପଟେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଆହୁରି ଦୁଇଦିନ ଯାଏ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଏବଂ ତିନିଦିନ ଯାଏ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଆଶଙ୍କା ନାହିଁ |

ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିବ ଏହା ଭିତରେ ଯାହାବି କିଛି ନୂଆ ସୂଚନା ଆସିଛି ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟ ଜାଣିବା | ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତିରେ ପରିବର୍ତ୍ତନର ଆଶା ନଥିଲେ ମଧ୍ୟ ଏଭଳି ସମୟରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଜୁନ 18 ଅର୍ଥାତ ଆସନ୍ତା କାଲି ମଙ୍ଗଳବାର ସ୍କୁଲ ଖୋଲିବା ପାଇଁ ନିର୍ଦେଶ ଦେଇଛନ୍ତି | ଫଳରେ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି

ଓଡ଼ିଶାର ଅଧିକାଂଶ ସ୍କୁଲ ଗୃହ ଆଜିବଷ୍ଟ ଏକ ମହଲା ଛାତ ହୋଇଥିବାରୁ ବିଦ୍ୟାଳୟର ସମସ୍ତ ଶ୍ରେଣୀ ଗୃହ ତୁଳନାରେ ବିଦ୍ୟୁତ ସଂଯୋଗ ପଙ୍ଖାର ସୁବିଧା ନାହିଁ | ଏଭଳି ସମୟରେ ବିଦ୍ୟାଳୟ ଖୋଲିଲେ ଛାତ୍ରଛାତ୍ରୀମାନେ ଗରମରେ ଅସୁସ୍ଥ ହେବା ସହ ଅଚେତ୍ ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ପଙ୍ଖା ସେଥିରୁ ଝାଞ୍ଜି ପବନ ବାହାରିଲେ ପିଲାଙ୍କୁ ମଧ୍ୟ ଶିକ୍ଷକଙ୍କୁ ଆହୁରି କଷ୍ଟ ଦେବ।

ସମସ୍ତ ସ୍କୁଲ୍ ଦିନ ୧୦ଟାରୁ ୪ଟା ହୋଇଥିବାରୁ ପିଲାମାନେ ଘରୁ ଚାଲିଚାଲି ଓ ସାଇକେଲ୍‌ ଓ ଟାଣ ଖରାରେ ସ୍କୁଲ୍ ଯିବେ କିନ୍ତୁ ଯେଉଁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍, ପୋଷ୍ଟ ଅଫିସ୍ ଆଦି ଦିନବେଳେ ଖୋଲୁଛି ସେଠାରେ କୁଲର,ଏସି, ଥଣ୍ଡା ପିଇବା ପାଣି ଆଦି ସୁବିଧା ଉପଲବ୍ଧ ଅଛି | ମାତ୍ର ବିଦ୍ୟାଳୟଗୁଡ଼ିକରେ ଏଭଳି ସୁବିଧା ନଥିବା ସତ୍ତ୍ବେ ଶିକ୍ଷାଦାନ ହେବ ଏ ନେଇ ଭୁବନେଶ୍ବରର ରେଣୁଲତା ମହାରଣାଙ୍କ କହିବା କଥା, କାଳବୈଶାଖୀ ପ୍ରଭାବରେ କାଁ ଭାଁ ଯେଉଁ ବର୍ଷା ହେଉଛି, ତାହା ତାପମାତ୍ରାକୁ ହ୍ରାସ କରିପାରୁ ନାହିଁ ବରଂ ଆର୍ଦ୍ରତାକୁ ବଢ଼ାଉଛି।

ଯାହାଫଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଏଭଳି ସମୟରେ ସକାଳୁଆ ସ୍କୁଲ୍ କଲେ ପିଲା ପାଠପଢ଼ି ପାରିବା ସହିତ ଆପାତତଃ କେବଳ ୧୦ଟା ବେଳ ଖରାଟି କଷ୍ଟ ଦେବ ସକାଳୁଆ ସ୍କୁଲ୍ କଲେ ପିଲା ପାଠପଢ଼ି ପାରିବା ସହିତ ଆପାତତଃ କେବଳ ୧୦ଟା ବେଳ ଖରାଟି କଷ୍ଟ ଦେବ | ଏହି ଅସ୍ଵାଭାବିକ ପାଣିପାଗକୁ ଦୃଷ୍ଟିରେ ରଖି ୧୮ତାରିଖରୁ ବିଦ୍ୟାଳୟଗୁଡ଼ିକୁ ନଖୋଲି ତାପମାତ୍ରା ହ୍ରାସ ହେବା ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ଗତକାଲି ସରକାରଙ୍କ ନିକଟରେ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *