ଶିବ ମନ୍ଦିର ଯାଉଛନ୍ତି କି ଭୟଙ୍କର କଥା ଜାଣନ୍ତୁ ସଚ୍ଚା ଶିବ ଭକ୍ତ ଶୀଘ୍ର ଦେଖନ୍ତୁ ହାତ ଯୋଡ଼ିଦେବେ ଆପଣ

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ କେବେ ବା କେବେ ଶିବ ମନ୍ଦିର ନିଶ୍ଚୟ ଯାଇଥିବେ । ଏବେ ତ ଶ୍ରାବଣ ମାସ ଚାଲିଛି ନିଶ୍ଚୟ ଆପଣ ମାନେ ଶିବ ମନ୍ଦିର ଯାଉଥିବେ । କିନ୍ତୁ ଶିବ ମନ୍ଦିର କୁ ଯିବା ସମୟରେ ଆପଣ ମାନେ କିଛି ନା କିଛି ଭୁଲ ନିଶ୍ଚୟ କରୁଥିବେ । ଯାହା ପାଇଁ ଯିଏ ରାଜା ଥାଏ ସେ ଭିକାରି ହୋଇଯାଏ । ତେବେ ଶିବ ମନ୍ଦିରର କୁ ଯିବା ସମୟରେ କେଉଁ ନିୟମ ରହିଛି ଓ ଏହାକୁ କିପରି ପାଳନ କରିବା ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।ଯେବେ ବି ଆପଣ ଶିବ ମନ୍ଦିର ଯାଉଛନ୍ତି ସିଧା ସଳଖ ଶିବ ଦର୍ଶନ କରନ୍ତୁ ନାହିଁ ।

ଭୋଗ, ଦୀପ, ଧୂପ ନିଅନ୍ତୁ କି ନ ନିଅନ୍ତୁ ଯେବେ ଆପଣ ଶିବ ମନ୍ଦିର ଯାଉଛନ୍ତି ପ୍ରଥମେ ଭଗବାନ ଗଣେଶ ଙ୍କ ନିକଟକୁ ଜାଣନ୍ତୁ । ଭଗବାନ ଗଣେଶଙ୍କୁ ଦୀପ ଧୂପ ଦିଅନ୍ତୁ କି ନ ଦିଅନ୍ତୁ କିମ୍ବା ସ୍ତୁଷ୍ଟି କୁହନ୍ତୁ କି ନ କୁହନ୍ତୁ । ଭଗବାନ ଗଣେଶ ଙ୍କ ସମୁଖ ରେ ନତ ମସ୍ତକ ହୋଇ ସାଷ୍ଟାଙ୍ଗ ପ୍ରଣାମ କରନ୍ତୁ । ଏହା ପରେ ଭଗବାନ କାର୍ତ୍ତିକ ଙ୍କ ପାଖକୁ ଯାଇ ତାଙ୍କର ଦର୍ଶନ କରନ୍ତୁ ଓ ଭୂମିଷ୍ଠ ପ୍ରଣାମ କରନ୍ତୁ । ପୂର୍ବ ପରି ଦୀପ ଧୂପ ଥାଉ କି ନ ଥାଉ ଭଗବାନ କାର୍ତ୍ତିକ ଙ୍କୁ ପ୍ରଣାମ କରି ମନର ଇଚ୍ଛା କୁହନ୍ତୁ ।

ଏହା ପରେ ମା ପାର୍ବତୀ ଙ୍କ ଦର୍ଶନ କରିବାକୁ ଯାଆନ୍ତୁ । ସେଠାରେ ମା ପାର୍ବତୀ ଙ୍କୁ ପ୍ରଣାମ କରନ୍ତୁ । ଏହା ପରେ ମା ପାର୍ବତୀ ଙ୍କର ସିଧା ସଳଖ ଦେଇ ଶିବ ମନ୍ଦିର କୁ ଯାଆନ୍ତୁ ନାହିଁ ।ଯଦି ଏମିତି କରନ୍ତି ତେବେ ଯାହା ପାଇବା ଆଶାରେ ଯାଇଥିବେ ସବୁ କିଛି ହରାଇ ବସିବେ । ଏହି ଭୁଲ କାରଣରୁ ଅନେକ ଧନୀ ଗରିବ ହୁଅନ୍ତି ଓ ରାଜା ଭିକାରି ହୋଇଯାଏ । ତେଣୁ ଏମିତି ଭୁଲ କରନ୍ତୁ ନାହିଁ ।

ସେହି ଠାରୁ ମା ପାର୍ବତୀ ଙ୍କୁ ଚାହିଁ ପଛକୁ ଫେରି ଆସନ୍ତୁ ଓ ଭଗବାନ ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ । ଭଗବାନ ଗଣେଶ ଓ କାର୍ତ୍ତିକ ଙ୍କ ପଛ ପଟ ଦେଇ ଶିବ ମନ୍ଦିର ଭିତରକୁ ପ୍ରବେଶ କରନ୍ତୁ ।କିନ୍ତୁ ସିଧା ସଳଖ ଭଗବାନ ଶିବ ଙ୍କୁ ଦର୍ଶନ କରନ୍ତୁ ନାହିଁ । ପ୍ରଥମେ ବୃଷଭ ଙ୍କୁ ଦର୍ଶନ କରି ତାଙ୍କୁ ପ୍ରଣାମ କରନ୍ତୁ । ଏହା ପରେ ବୃଷଭ ଙ୍କ କାନ ରେ ନିଜର ମନସ୍କାମନା କୁହନ୍ତୁ ।

ଶେଷରେ ଭଗବାନ ଶିବ ଙ୍କୁ ଦର୍ଶନ କରନ୍ତୁ । ଭୋଗ, ଦୀପ ଧୂପ ଅର୍ପଣ କରି ଭଗବାନ ଶିବ ଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ । ଏହା ପରେ ନବ ଗ୍ରହ ଙ୍କୁ ପ୍ରଣାମ କରନ୍ତୁ । ଆଦି ଏତିକି ନିୟମ ମାନି ଆପଣ ଶିବ ମନ୍ଦିର ପରିକ୍ରମା କରିବେ ସବୁ କିଛି ପାଇଯିବେ । ଆପଣଙ୍କ ମନରେ ଯାହା ଇଚ୍ଛା ଥିବା ତାହା ନିଶ୍ଚୟ ପାଇବ ।

Leave a Reply

Your email address will not be published. Required fields are marked *