ସନ୍ତାନ ହୋଇ ପାରୁନଥିବା ଦମ୍ପତିଙ୍କୁ କେମିତି ଚମତ୍କାର ଉପହାର ଦେଲେ ମହାପ୍ରଭୁ ଜାଣନ୍ତୁ ଏହି ସତ୍ୟ ଘଟଣା ଜାଣିଲେ ହାତ ଯୋଡ଼ିଦେବେ

ନମସ୍କାର ବନ୍ଧୁଗଣ ଭୁବନେଶ୍ବର ଏକ ଘରୋଇ ବ୍ୟାଙ୍କରେ କାମ କରନ୍ତି ବାଲିହନ୍ତା ତିରଣପଡ଼ାର ଜୁଲୁହୋତା ବାବୁ ୨୦୧୯ ମସିହାରେ ପ୍ରେମ ବିବାହ କରିଥିଲେ ଶ୍ରଦ୍ଧା ହୋତାଙ୍କୁ ବୈବାହିକ ଜୀବନକୁ ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ଆରମ୍ଭ କରିଥିଲେ ଉଭୟ ଦମ୍ପତି ଶ୍ରଦ୍ଧା ଜଗନ୍ନାଥଙ୍କ ପ୍ରତି ସମର୍ପିତ ଥିଲେ ତେଣୁ ସବୁବେଳେ ଜୁଲୁ ବାବୁଙ୍କୁ ତାଙ୍କ ମହିମା କିଛି ନା କିଛି କୁହନ୍ତି ସକାଳୁ ଠାକୁର ଘରର ପୂଜା ପାଉଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପ୍ରାର୍ଥନା କରି ଦିନ ଆରମ୍ଭ କରନ୍ତି ଦାମ୍ପତ୍ୟ ଜୀବନ ଏକ ପ୍ରକାର ହସ ଖୁସିରେ ଚାଲିଥିଲା ବର୍ଷେ ପରେ ଉଭୟ ସନ୍ତାନଟିଏ ପାଇଁ ମନସ୍ଥ କଲେ ଶ୍ରଦ୍ଧାଙ୍କର କିଛି ସମସ୍ୟା ଥିଲା ଯାହା ଫଳରେ ସନ୍ତାନ ରହିବାରେ ସମସ୍ୟା ଦେଖାଦେଲା ଜୁଲୁ ବାବୁ ଡାକ୍ତରଙ୍କୁ ଦେଖାଇଲେ ଆଉ ଡାକ୍ତରଙ୍କ ପରାମର୍ଶ କ୍ରମେ ପରୀକ୍ଷା ନିରୀକ୍ଷା ମଧ୍ୟ କଲେ ରିପୋର୍ଟ ଆସିବା ପରେ ଜୁଲୁ ବାବୁଙ୍କୁ ଡାକ୍ତର କହିଲେ

ଜୁଲୁ ବାବୁ ଶ୍ରଦ୍ଧାଙ୍କ ଗର୍ଭାଶୟରେ କିଛି ସମସ୍ୟା ଅଛି ଜୁଲୁ ବାବୁ କହିଲେ ଏହାର କିଛି ସଫଳ ଉପଚାର ନାହିଁ ଡାକ୍ତର କହିଲେ ଆଜି ଜଣେ ୧୦୦% ସଫଳ ହୋଇନାହିଁ କିନ୍ତୁ ଅପରେସନ କରିବାକୁ ପଡ଼ିିବ ନହେଲେ ଆଉ କିଛି ଚାରା ନାହିଁ ନହେଲେ ଅପରେସନ ପରେ ମଧ୍ୟ ଆଉ କିଛି ଗ୍ୟାରେଣ୍ଟି ନାହିଁ। ଏହାଶୁଣି ଶ୍ରଦ୍ଧା ଦୁଃଖରେ ଭାଙ୍ଗି ପଡ଼ିଲେ ଆଉ କାନ୍ଦିବାକୁ ଲାଗିଲେ ଜୁଲୁ ବାବୁ କହିଲେ ଭାଙ୍ଗି ପଡ଼ନି ମେଡ଼ିସିନ୍ ଖାଅ ଆଉ ଭଗଵାନଙ୍କ ଉପରେ ଭରଷା ରଖ ଦେଖିବ ସେ କିଛି ନା କିଛି ରାସ୍ତା ନିଶ୍ଚୟ ବାହାର କରିବେ ସ୍ବାମୀଙ୍କ କଥା ଶୁଣି ଶ୍ରଦ୍ଧା କାନ୍ଦି କାନ୍ଦି ଯାଇ ଠାକୁର ଘରେ ପହଞ୍ଚିଲେ ଆଉ ଜଗନ୍ନାଥଙ୍କୁ ଧରି କାନ୍ଦିବାକୁ ଲାଗିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଶ୍ରଦ୍ଧା ମେଡ଼ିସିନ୍ ଖାଇବା ବନ୍ଦ୍ କରିନଥିଲେ ପ୍ରତିଦିନ ମେଡ଼ିସିନ୍ ଖାଇବା ସହ ସକାଳେ ସଞ୍ଜେ ଠାକୁର ଘରେ ଲୁହ ମଧ୍ୟ ଗଡାନ୍ତି

ଏମିତି କିଛିଦିନ ବିତିଗଲା କିନ୍ତୁ ଗର୍ଭ ଧାରଣ ରିପୋର୍ଟ ନେଗେଟିଭ ଆସୁଥିଲା ଏହାଦେଖି ଶ୍ରଦ୍ଧା ଆହୁରି ଭାଙ୍ଗି ପଡ଼ିଥିଲେ ଦିନେ ଜୁଲୁ ବାବୁଙ୍କର ମିଟିଂ ପୁରୀରେ ପଡ଼ିଲା ଜୁଲୁ ବାବୁ ଶ୍ରଦ୍ଧାଙ୍କୁ କହିଲେ ମୋର ପୁରୀରେ ମିଟିଂ ଅଛି ଆଜି ତୁମର ରିପୋର୍ଟ ଆସିବାର ଅଛି କଣ ହୋଇଛି ତୁମେ ଫୋନ୍ କରି ବୁଝିନେବ ମିଟିଂ ସରି ଜଗନ୍ନାଥଙ୍କ ଦର୍ଶନ କରି ଫେରିବି। ପୁରୀ ଜୀବନରେ ଜୁଲୁ ବାବୁ ଜାଣିଲେ ତାଙ୍କର ମିଟିଂ କ୍ୟାନ୍ସଲ୍ ହୋଇ ଯାଇଛି ସେ ପ୍ରଭୁଙ୍କ ପାଖକୁ ଗଲେ ସ୍ତ୍ରୀଙ୍କ ଗୋଟି ଗୋଟି କଥା କାଳିଆ ଠାକୁରଙ୍କୁ କହି ଚାଲିଲେ ଆଖିରୁ ଲୁହ ବି ବହି ଚାଲୁଥାଏ ଏହି ସମୟରେ ଜଣେ ବ୍ରାହ୍ମଣ ଆସିଲେ ଆଉ ଜୁଲୁ ବାବୁଙ୍କୁ ତୁଳସୀ ଦେଇ କହିଲେ ନିଅ ଏହି ତୁଳସୀ ଟିକକ ତମେ ଯାହା ମାଗୁଛ ପୂରଣ ହୋଇଯିବ

ଜୁଲୁ ବାବୁ ମନ୍ଦିରରୁ ବାହାରକୁ ଆସିଲେ ମୋବାଇଲ୍ ରେ ଦେଖିଲେ ଶ୍ରଦ୍ଧାର ୨୦ ମିସକଲ୍ ହୋଇ ଯାଇଛି ମନରେ ଅନେକ ଆଶଙ୍କା ନେଇ ଶ୍ରଦ୍ଧାଙ୍କୁ ଫୋନ୍ କଲେ ଶ୍ରଦ୍ଧା ଉତ୍ତର ଦେଇ କହିଲେ ଶୁଣୁଛ ଗୋଟିଏ ଖୁସୀ ଖବର ମୋ କାଳିଆ ଧନ ମତେ ଗୋଟିଏ ଉପହାର ଦେଇଛି ତୁମେ ବାପା ହେବାକୁ ଯାଉଛ ଏବେ ଏବେ ଡାକ୍ତର ମତେ ଫୋନ୍ କରି କହିଲେ ଏକଥା ଶୁଣି ଖୁସିରେ ଜୁଲୁ ବାବୁଙ୍କ ଆଖିରୁ ଲୁହ ଆସିଗଲା ପୁଣି ଦୌଡ଼ିଲେ ମନ୍ଦିର ଭିତରକୁ ସେ ପଣ୍ଡା ପୁଅକୁ ଖୋଜିଲେ କିନ୍ତୁ ପାଇଲେ ନାହିଁ ଜଗନ୍ନାଥଙ୍କୁ ଦର୍ଶନ କରି ଭାବ ବିହ୍ୱଳ ହୋଇ ପଡିଲେ ଆଉ ଭଗଵାନଙ୍କୁ ଧନ୍ୟବାଦ୍ ଜଣାଇ ଘରକୁ ଗଲେ ୧୦ ମାସ ପରେ ଶ୍ରଦ୍ଧାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଲା ଉଭୟ ଦମ୍ପତି ବୋହୁତ ଖୁସୀ ହେଲେ ଆଉ ମହାପ୍ରଭୁଙ୍କୁ କହିଲେ ହେ ମହାପ୍ରଭୁ ତମେ ସତରେ ମହାନ୍।

Leave a Reply

Your email address will not be published. Required fields are marked *