ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବଡ଼ ଖବର ,ସରକାର ନେଲେ ନୂଆ ନିଷ୍ପତି ସବୁ Student ମାନେ ଶୀଘ୍ର ଦେଖନ୍ତୁ

ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ବହୁତ୍ ବଡ଼ ଖବର ଯାହାକୁ ଛାତ୍ର ଛାତ୍ରୀମାନଙ୍କ ଜାଣିବା ନିହାତି ଆବଶ୍ୟକ ତେବେ ଡେରି ନକରି ଆସନ୍ତୁ ଜାଣିବା ସେହି ଗୁରୁତ୍ଵ ପୂର୍ଣ୍ଣ ଖବର ଟି ବିଷୟରେ ।ଭୁୁୁବନେଶ୍ୱରର ରାଜ୍ୟ କ୍ୟାବିନେଟରେ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ସରକାରୀ ହାଇସ୍କୁଲ ଗୁଡ଼ିକର ଯୋଗ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଓଡ଼ିଶାର ଡାକ୍ତରୀ ଓ ଇଞ୍ଜିନିୟରିଂ କଲେଜ ମାନଙ୍କରେ ସ୍ଥାନ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କ୍ୟାବିନେଟ୍ ନିଷ୍ପତ୍ତି ପରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟ ସ୍ତରରେ ନିଟ୍ ଓ ଜେଇଇ ଭଳି ଏକକ ପରୀକ୍ଷା ପ୍ରବର୍ତ୍ତନ କରାଯାଇଛି। କିନ୍ତୁ, ଓଡ଼ିଶାର ସରକାରୀ ହାଇସ୍କୁଲ ଏବଂ କଲେଜ ମାନଙ୍କରେ ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏହି ପାଠ୍ୟକ୍ରମରେ ହ୍ରାସ ପାଉଛି। ମେଧାବୀ ଛାତ୍ରଛାତ୍ରୀଙ୍କ ଅଭାବ କାରଣରୁ ନୁହେଁ, ବରଂ ଗ୍ରାମାଞ୍ଚଳ ପିଲାମାନେ ଉପଯୁକ୍ତ କୋଚିଂ ସୁବିଧା ପାଉନଥିବା କାରଣରୁ ଏସବୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁ ନାହାଁନ୍ତି ବୋଲି ରାଜ୍ୟ ସରକାର ଉପଲବ୍ଧି କରିଛନ୍ତି।

ଏସବୁ ପରୀକ୍ଷା ପାଇଁ କୋଚିଂ ସେଣ୍ଟର ବା ଅନ୍ ଲାଇନ୍ କୋଚିଂ ଦିଆଯାଏ। ଯେହେତୁ କୋଚିଂ ଆଦି ସହାରଞ୍ଚଳରେ ରହିଛି ଓ ତାଲିମ ବ୍ୟୟବହୁଳ, ତେଣୁ ଗ୍ରାମାଞ୍ଚଳ ତଥା ସରକାରୀ ସ୍କୁଲ ପିଲାମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ଫଳରେ ସେମାନେ ପ୍ରବେଶିକା ପରୀକ୍ଷାରେ ଦକ୍ଷତାର ସର୍ବୋତ୍ତମ ପ୍ରଦର୍ଶନ କରିପାରୁ ନାହାଁନ୍ତି।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶାର ଡାକ୍ତରୀ ଓ ଇଞ୍ଜିନିୟରିଂ କଲେଜ ମାନଙ୍କରେ ସରକାରୀ ହାଇସ୍କୁଲ ଗୁଡ଼ିକର ଯୋଗ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତାବର୍ଷ ଠାରୁ ଏହା ଲାଗୁ ହେବ। କେତେ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନିଆଯିବ, କିଭଳି ପଦ୍ଧତି ଗ୍ରହଣ କରାଯିବ, ତାହା ଉପରେ ଚୂଡ଼ାନ୍ତ ପଦକ୍ଷେପ ନେବା ଲାଗି ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକ୍ଷମତା ସଂପନ୍ନ କମିଟି ଗଠନ ହେବ। ଏହି କମିଟିରେ ଖ୍ୟାତିସଂପନ୍ନ ଶିକ୍ଷାବିତ୍‌ଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ରହିବେ। ତିନି ମାସ ମଧ୍ୟରେ ସେମାନେ ରିପୋର୍ଟ ଦେବେ। ଏହାପରେ ଆସନ୍ତା ବର୍ଷରୁ ସରକାର ଏହାକୁ ଲାଗୁ କରିବେ ବୋଲି କ୍ୟାବିନେଟ୍ ପରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *