ଆଜିର ରାଶିଫଳ 9 ଜୁନ ରବିବାର 2024, କେମିତି କଟିବ ଆଜିର ଦିନ

ମେଷ ରାଶି – ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟିଜନିତ ଆନୁଷ୍ଠାନିକ କାମ, ଯାତ୍ରା, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବେ। ମୁଖ୍ୟ ଭାବରେ ଏକାଧିକ ଗ୍ରହ ଯୋଗୁ ସାଧାରଣ କଥାରେ ମତାନ୍ତରର ଆଶଙ୍କା ରହିଛି। ଦିନ ଭିତରେ ବନ୍ଧୁମିଳନରୁ, ନୂତନ ପୋଷାକ ପରିଧାନ କିମ୍ବା କୌଣସି ମୂଲ୍ୟବାନ ଜିନିଷ କିଣିବା କାରଣରୁ ଖୁସି ରହିପାରନ୍ତି।

ବୃଷ ରାଶି – ରାଶିରେ ଚତୁର୍ଥାଧିପତି ଯୋଗୁ ବନ୍ଧୁମିଳନ ସାଙ୍ଗକୁ ସାହାଯ୍ୟ, ସହଯୋଗ ପ୍ରାପ୍ତ ହୋଇ କାର୍ଯ୍ୟ ହାସଲ କରିବେ। ମଙ୍ଗଳଙ୍କ ପ୍ରଭାବରୁ କ୍ରୋଧ ତଥା କଠୋର ବାକ୍ୟ ବିନିମୟ ପରିସ୍ଥିତିକୁ ବିଗାଡ଼ିଦେବ। ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆବଶ୍ୟକ ସମୟରେ ନପାଇ ବିଚଳିତ ହେବେ। ବନ୍ଧୁଙ୍କ ସହାୟତାରେ ପାରିବାରିକ ସମସ୍ୟାର ସମାଧାନ ଘଟିବ।

ମିଥୁନ ରାଶି – ଧନାଧିପ ଚନ୍ଦ୍ର ସ୍ବରାଶିସ୍ଥ ଯୋଗୁ ଅର୍ଥ କାରବାର, ଜମି ବିକ୍ରି, ବକେୟା ପ୍ରାପ୍ତି ଯୋଗ ରହିଛି। ଦ୍ୱାଦଶସ୍ଥ ବୁଧ ହେତୁ ଘର ଲୋକ କିମ୍ବା ସମ୍ପର୍କୀୟଙ୍କଠାରୁ ସାହାଯ୍ୟ ଆଶା ନିରର୍ଥକ ହୋଇପାରେ। କର୍ମାରମ୍ଭ ସହ ବ୍ୟବସାୟ, କଳା, ସାହିତ୍ୟରେ ସମସ୍ୟା ସମାଧାନ ହେବ। ଅସୁସ୍ଥ ଥିବା ପରିଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବାରୁ ଖୁସି ରହିବେ।

କର୍କଟ ରାଶି – ଭାଗ୍ୟାଧିପ ବୃହସ୍ପତି ପାପଗ୍ରହ କବଳିତ କାରଣରୁ ନୈରାଶ୍ୟଜନକ ସ୍ଥିତି ପରିଲକ୍ଷିତ ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା କାରଣରୁ ଆଶ୍ୱସ୍ତି ଅନୁଭବ କରିବେ। ପରିବାରରେ କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଏବଂ ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବ।

ସିଂହ ରାଶି – କର୍ମକ୍ଷେତ୍ରରେ ବୁଧାଦିତ୍ୟ ଯୋଗ ହେତୁ ସାମାଜିକ ସମ୍ମାନ, ଲୋକ ସମ୍ପର୍କ ବୃଦ୍ଧି, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ସହ ସମ୍ବର୍ଦ୍ଧିତ ହୋଇପାରନ୍ତି। ପାରିବାରିକ ସୁଖ, ବନ୍ଧୁଙ୍କ ଆଦର କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି କରିବ। କେତେକ କ୍ଷେତ୍ରରେ ଈର୍ଷାପରାୟଣ ଆତ୍ମୀୟଙ୍କ ଦ୍ୱାରା ଉପେକ୍ଷିତ ହୋଇ ମନଦୁଃଖ କରିପାରନ୍ତି।

କନ୍ୟା ରାଶି – ପାରିବାରିକ ସୌଖ୍ୟ, ଶିକ୍ଷାରେ ସଫଳତା, ସନ୍ତାନଙ୍କ କୃତିତ୍ୱ, ରଚନାମତ୍କ କାର୍ଯ୍ୟରୁ ସମ୍ମାନଲାଭର ସୂଚନା ରହିଛି। ସାହିତ୍ୟ, ପ୍ରବଚନ, ସଙ୍ଗୀତ ସମାରୋହ ପ୍ରତି ଆକର୍ଷିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ କିମ୍ବା ସଭାସମିତିରେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ହଠାତ୍‌ ମତ ବଦଳାଇବା ଠିକ୍‌ ହେବନାହିଁ।

ତୁଳା ରାଶି – ଅନେକ ଆଶା, ଅସୁମାରି କଳ୍ପନା, ବନ୍ଧୁଙ୍କ ବାକ୍‌ବିଳାସ, ଦେହ ଓ ମନରେ ନୂତନ ଶିହରଣ ସୃଷ୍ଟି କରିବ। ଆର୍ଥିକ ଉନ୍ନତି ସହ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ। ଯାତ୍ରା ସମୟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ, ଆନୁଷ୍ଠାନିକ କାମ ସକାଶେ ଦିନଟି ବହୁତ ଭଲ ରହିବ।

ବିଛା ରାଶି – ଅନୁରାଧା ନକ୍ଷତ୍ରର ନୂଆ କଳ୍ପନା ମନରେ ବସା ବାନ୍ଧିବ। ପାରିବାରିକ ଦିଗଟି ଅଶାନ୍ତ ରହିପାରେ। ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ସୂଚନା ରହିଛି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଆଇନ ଅଦାଲତରୁ ସୁଫଳ ପାଇବେ ଓ ବିବାଦୀୟ ଘଟଣାରେ ବିଜୟୀ ହେବେ।

ଧନୁ ରାଶି – ପ୍ରତ୍ୟେକ କାମରେ ପ୍ରତିବନ୍ଧକ ସହ କାର୍ଯ୍ୟରେ ବିଳମ୍ବ ମନକୁ ନିରୁତ୍ସାହିତ କରିପାରେ। କୌଣସି କାମ ସହଜ ଓ ସୁବିଧାରେ ନହେବା କାରଣରୁ ମନ ବିଚଳିତ ରହିବ। ଖର୍ଚ୍ଚ ବୃଦ୍ଧି ଓ ପିଲାଙ୍କ କୌଣସି ବ୍ୟତିକ୍ରମ ଦୁଶ୍ଚିନ୍ତାର କାରଣ ହୋଇପାରେ। ବନ୍ଧୁଙ୍କ ଜରିଆରେ ସକାଳୁ ସକାଳୁ ଶୁଭ ଖବର ପାଇବେ ଓ ଦୂରସ୍ଥାନକୁ ଯାତ୍ରା କରିବାକୁ ବାଧ୍ୟ ହେବେ।

ମକର ରାଶି – ଯେମିତି ଭାବୁଛନ୍ତି ଆଜି ଦିନଟିରେ ସେମିତି ହେବାରେ ଅସୁବିଧା ରହିବ ନାହିଁ। ବନ୍ଧୁମିଳନ, ମିତ୍ରଙ୍କ ସାନ୍ନିଧ୍ୟ, କାମରେ ଉତ୍ସାହ ଏବଂ ଅର୍ଥ ସମ୍ମାନର ସହ ଦିନଟି ଅତିବାହିତ ହେବ। ବ୍ୟସ୍ତ ବିବ୍ରତ ନ ହୋଇ କୌଶଳ ପ୍ରୟୋଗ କଲେ କାମ ହାସଲ ହେବ। ଶିଳ୍ପ, ବ୍ୟବସାୟ ଓ ରାଜନୈତିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲରେ କଟିବ।

କୁମ୍ଭ ରାଶି – କର୍ମକ୍ଷେତ୍ରରେ ଶ୍ରଦ୍ଧା, ଭକ୍ତି ଓ ସମ୍ମାନ ଲାଭ କରି ଦୁଃଖ, ସମସ୍ୟାକୁ ଭୁଲିଯିବେ। ଦ୍ୱନ୍ଦ୍ୱରେ ପଡ଼ି କେତେକ କ୍ଷେତ୍ରରେ ବନ୍ଧୁମାନଙ୍କ ପରାମର୍ଶକୁ ଗ୍ରହଣ କରିବାରେ ପଛେଇ ରହିପାରନ୍ତି। ପରିବାରରେ ସମାଲୋଚନାର ପାତ୍ର ହୋଇପାରନ୍ତି। ପୂର୍ବର ପରିସ୍ଥିତି ସାମୟିକ ବଦଳିଯିବା କାରଣରୁ ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ।

ମୀନ ରାଶି – ପାରିବାରିକ କ୍ଷେତ୍ରରେ ସ୍ବାର୍ଥ ତ୍ୟାଗ ପ୍ରିୟଜନଙ୍କ ପ୍ରଶଂସାର କାରଣ ହେବ। ଶନିଙ୍କ ସ୍ଥିତି ବ୍ୟବସାୟ, ପରିବହନକୁ ଧିମେଇ ରଖିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗପୂର୍ଣ୍ଣ କାର୍ଯ୍ୟକଳାପ ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ। ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର ପାଇଁ ପରିସ୍ଥିତିର ବିଡ଼ମ୍ବନା କାରଣରୁ ଆକସ୍ମିକ ଭାବରେ ହାତମୁଠାରୁ ସୁ୍‌ଯୋଗ ଖସିଯାଇପାରେ।

Leave a Reply

Your email address will not be published. Required fields are marked *