କୁନି ଭକ୍ତକୁ ପୁରୀ ବୁଲାଇ ଆଣିଲେ ଭାବଗ୍ରାହୀ Jagannath, ଆଉ ତାପରେ ଯାହା ହେଲା ଜାଣିଲେ ହାତ ଯୋଡ଼ିଦେବେ ଆପଣ !

ନମସ୍କାର ବନ୍ଧୁଗଣ ପିଲାଟି ଦିନରୁ ଜଗନ୍ନାଥଙ୍କୁ ଖୁବ୍ ଭଲ ପାଆନ୍ତି ବ୍ରହ୍ମପୁର ଚିକିରିର ଜ୍ୟୋତି ଶଙ୍କର ମହାରଣା ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଖୁବ୍ ମନ କରନ୍ତି କିନ୍ତୁ ଘର ଲୋକ ଛାଡନ୍ତି ନାହିଁ କୁହନ୍ତି ବଡ଼ ହେଲେ ଯିବୁନି ତୁ ଏବେ ପିଲାଟା ଏବେ ଯାଇ କଣ କରିବୁ କିନ୍ତୁ ଜ୍ୟୋତିଙ୍କର ମନ ବୁଝେନାହିଁ ଘରେ ପ୍ରଭୁ ଜଗନ୍ନାଥଙ୍କ ମାଟି ତିଆରି ଏକ ମୂର୍ତ୍ତି ରଖି ତାଙ୍କୁ ପୂଜା କରନ୍ତି ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣିମା ସମୟରେ ଟିଭିରେ ମହାପ୍ରଭୁଙ୍କ ନିତିକାନ୍ତି ଦେଖି ଗୋଟି ଗୋଟି କରି ସବୁକଥା ମନେ ରଖିଥାନ୍ତି ଆଉ ଠିକ୍ ସେମିତି ନିଜ ଘରେ ପୂଜା କରିଥିବା ଜଗନ୍ନାଥଙ୍କ ମୂର୍ତ୍ତିରେ ମଧ୍ୟ ପୂଜା ଅର୍ଚ୍ଚନା କରନ୍ତି ମାଟି ମାତ୍ରାରେ ଅବଢ଼ା ରନ୍ଧା ନୂଆ କପଡ଼ାରେ ମହାପ୍ରଭୁଙ୍କ ପାଇଁ ବସ୍ତ୍ର କରିବା ଓ ବିଭିନ୍ନ ଭୁଲରେ ଟାହ୍ୟା କରିବା ଇତ୍ୟାଦି ସବୁ କାମ କରୁଥାନ୍ତି ଜ୍ୟୋତି ଆଉ କାଳିଆ ଠାକୁର କୁନି ଭକତର ସବୁ ନୈବେଦ୍ୟକୁ ଗ୍ରହଣ କରିବା ଭଳି ସଙ୍କେତ ମଧ୍ୟ ଦିଅନ୍ତି ନହେଲେ ସେହି ଭୋଗରୁ ଏକ ଅପୂର୍ବ ସଙ୍କେତ ଭାସି ଆସନ୍ତା ନାହିଁ ସେହି ଭୋଗକୁ ସାହି ପଡୋଶୀଙ୍କୁ ବାଣ୍ଟନ୍ତି ପଡୋଶୀ ମାନେ ମଧ୍ୟ ଜ୍ୟୋତିଙ୍କ ବାପାଙ୍କୁ କୁହନ୍ତି ମହାରଣା ବାବୁ ଆପଣଙ୍କ ପୁଅ ପ୍ରତି ମହାପ୍ରଭୁଙ୍କ କରୁଣା ରହିଛି ନିଶ୍ଚୟ ନହେଲେ ସେ ଯେଉଁ ଅନ୍ନ ରାନ୍ଧୁଛି ତାହା ଏତେ ସ୍ଵାଦିଷ୍ଟ ହୁଅନ୍ତା ନାହିଁ ମହାରଣା ବାବୁ କହୁଥାନ୍ତି ସବୁ ଠିକ୍ ଯେ ସେ ଏହିବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେବ ଏମିତି ଯଦି ସେ ସବୁବେଳେ ଜଗନ୍ନାଥଙ୍କୁ ଧରି ବୁଲିବ ତା ପରୀକ୍ଷାରେ ସେ କେମିତି ଭଲ ନମ୍ବର ଅନିବ ପଡୋଶୀ କୁହନ୍ତି ସେଥିପାଇଁ ଚିନ୍ତା କରନ୍ତୁ ନାହିଁ କୁନି ଭକତର କୁନି ଠାକୁର ସିଏ ତେଣୁ ତା କୁନି ଭକତ କଥା ତା ଉପରେ ଛାଡ଼ିଦିଅ।

କିଛିଦିନ ପରେ ସ୍ନାନ ପୂର୍ଣ୍ଣିମା ଆସିଲା ଟିଭିରେ ଦେଖି ସବୁ ରୀତିନୀତିକୁ ଘରେ ଆରମ୍ଭ କରି ଦେଇଥିଲେ ଜ୍ୟୋତି ମାଟି ତିଆରି ଶ୍ରୀବିଘ୍ରଙ୍କୁ ୧୦୮ ଘଡାରେ ସ୍ନାନ କରି ତାଙ୍କୁ ହାତୀ ବେଶରେ ସଜାଇ ଦେବାକୁ ମନସ୍ଥ କରିଥିଲେ ଜ୍ୟୋତି ହେଲେ ମାଟିରେ ତିଆରି ଶ୍ରୀବିଘ୍ର ପାଣିରେ ମିଶିଗଲେ ସେଦିନ ବହୁତ କାନ୍ଦିଥିଲେ ଜ୍ୟୋତି ଏମିତିକି ଖାଇବା ପିଇବା ଛାଡି ଦେଇଥିଲେ ଜ୍ୟୋତି ବାପା ମାଆ ବି ଚିନ୍ତିତ ପୁଅ କିଛି ଖାଉନାହିଁ ବାପା ବୁଝାଇଲେ ତାପରେ ପୁଅ କିଛି ପଇସା ସଞ୍ଚୟ କରିବାକୁ ଲାଗିଲା ଆଉ ଭାବିଲେ ଯଦି ତାକୁ ଆଣିବି ସିଧା ପୁରୀରୁ କିଣିକି ଆସିବି ଧୀରେ ଧୀରେ ଦିନ ବିତି ଚାଲିଲା ଜ୍ୟୋତି ୨୦୦୫ ମସିହାରେ ପରୀକ୍ଷା ଦେଲେ ସେ ଥାର୍ଡ ଡିଭିଜନ ନେଇ ପାସ୍ କରିଥିଲେ ଏହା ଦେଖି ବାପା ଜ୍ୟୋତିକୁ ଗାଳି କରିଲେ ଜ୍ୟୋତି ରାଗରେ ବ୍ରହ୍ମପୁର ଷ୍ଟେସନ ପଳାଇ ଆସିଲା ଆଉ ଭାବିଲା ମୁଁ ଜଗନ୍ନାଥ ଧାମ ପଳାଇଯିବି ଏହି ସମୟରେ ଧଳା ଲୁଗା ପିନ୍ଧିଥିବା ମହିଳା ହାତରେ ଏକ ତୁଳସୀ ଗଛ ଧରି ଜ୍ୟୋତିଙ୍କ ପାଖରେ ପହଞ୍ଚିଲେ କହିଲେ ବାପାରେ ମୁଁ ପୁରୀ ଯିବି କିନ୍ତୁ କେଉଁ ଟ୍ରେନ ପୁରୀ ଯିବ ମୁଁ ଜାଣି ପାରୁନାହିଁ ତୁ ମତେ ଟିକେ ଟ୍ରେନରେ ବସାଇ ଦିଅନ୍ତୁ ନାହିଁ ଜ୍ୟୋତି ଖୁସୀ ହୋଇଗଲା ତାକୁ ଟିକେ ସାହସ ମିଳିଗଲା ପୁରୀ ଷ୍ଟେସନ ଯାଏଁ କଥା ହୋଇ ହୋଇ ମହିଳା ତାଙ୍କ ସାଙ୍ଗରେ ରହିଲେ ଆଉ ତାପରେ ମହିଳା ଜଣଙ୍କ କେଉଁଆଡେ ଚାଲିଗଲେ ପୁରୀ ଷ୍ଟେସନରେ ଗୋଟିଏ ଚୌକିରେ ବସିଥାନ୍ତି ଜ୍ୟୋତି ପଛରୁ ଜଣେ ପଣ୍ଡା ପୁଅ ଆସି ଜ୍ୟୋତିଙ୍କ କାନ୍ଧରେ ହାତ ମାରି ଜ୍ୟୋତିକୁ ଅବଢ଼ା ଦେଲେ କହିଲେ ପୁଅ ଖାଇଦେ ତାପରେ ମନ୍ଦିର ଯାଇ ଦର୍ଶନ କରି ଆସିବୁ।

ଏହାପରେ ଜ୍ୟୋତି ଆନନ୍ଦରେ ମହାପ୍ରସାଦ ଖାଇ ମନ୍ଦିରକୁ ଚାଲିଲେ ସନ୍ଧ୍ୟାରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଖିକୁ ଲୁହରେ ଭିଜାଇ ଦେଲେ ଆଉ କହିଲେ ମୁଁ ଆଉ ୧୦୮ ଘରା ପାଣିରେ ଗାଧେଇ ଦେବିନାହିଁ ମୋ ପାଖକୁ ଫେରିଆସ ମୋଠାରୁ ଦୂରେଇ ଯାଅନି କୁନି ଠାକୁର ଏହାପରେ ଜ୍ୟୋତି ବାହାରକୁ ଆସି ଅବଢ଼ା ମାଗି ଖାଇଲେ ଆଉ ସେହି ବଡ଼ ଦାଣ୍ଡରେ ଶୋଇଗଲେ ଏମିତି ତିନିଦିନ ବିତି ଗଲାଣି ଜ୍ୟୋତିଙ୍କ ଘରେ ବୋହୁତ ଖୋଜା ଖୋଜି କରି ଥାନାରେ ବି ଅଭିଯୋଗ କରି ସାରିଲେଣି ବାପା ମାଆ ପୁଅକୁ ନପାଇ ପାଗଳ ପରି ହୋଇ ଯାଉଥାନ୍ତି ସେମାନେ ନି ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥାନ୍ତି ଏହାପରେ ଜ୍ୟୋତିଙ୍କୁ ଜଣେ ସାଧୁ ଦେଖିଲେ ଆଉ ପାଖକୁ ଡାକି କହିଲେ ତୁ ତ ଭଲ ପିଲା ପରି ଲାଗୁଛୁ ଏହି ଭିକାରୀ ମେଳରେ କାହିଁକି ଶୋଉଛୁ ଜ୍ୟୋତି କହିଲା ମୁଁ ଘରେ କିଛି ନ କହି ପୁରୀ ପଳାଇ ଆସିଛି ମତେ ଏଠାରେ ବୋହୁତ ଖୁସୀ ଲାଗୁଛି ଘରକୁ ଯିବାକୁ ଇଚ୍ଛା ହେଉନାହିଁ ଏହାପରେ ସାଧୁ କହିଲେ ପୁଅ ପ୍ରଭୁ ଜଗନ୍ନାଥ ବି ତାଙ୍କ ମାଆଙ୍କୁ ଭୁଲି ପାରିନାହାଁନ୍ତି ସେ ମଧ୍ୟ ବର୍ଷକୁ ୯ଦିନ ତାଙ୍କ ମାଆଙ୍କ ପାଖକୁ ଯାଆନ୍ତି ତୁ ତୋ ଘର ନମ୍ବର୍ ଦେ ମୁଁ ତମ ଘରେ ଜଣାଇଦେବି ସେମାନେ ଆସି ତତେ ନେଇଯିବେ ଜ୍ୟୋତି ବୁଝି ପାରିଲା ସାଧୁଙ୍କୁ ବାପାଙ୍କ ନମ୍ବର୍ ଦେଲା ଏହାପରେ ବାପା ମାଆ ପୁରୀ ଯାଇ ଜ୍ୟୋତିଙ୍କୁ ଘରକୁ ଫେରାଇ ନେଲେ ଏହାପରେ ଜ୍ୟୋତିଷ ସବୁ କଥା ଶୁଣି ବାପା କହିଲେ ବାବୁରେ ତତେ ସ୍ଵଂୟ ଭଗଵାନ ଆସି ଏଠାରୁ ଛଦ୍ମ ବେଶରେ ନେଇଛନ୍ତି ଆଉ ତତେ ଖାଇବାକୁ ଦେଇଛନ୍ତି।

Leave a Reply

Your email address will not be published. Required fields are marked *