Vastu : ମନୁଷ୍ୟ ଦରିଦ୍ର ହେବାର ଏହି 5 ଟି ମୁଖ୍ୟ କାରଣ ,ଭୁଲରେ ଘରେ କେବେବି କରନ୍ତୁ ନାହିଁ ଏହି ସବୁ କାମ ଜୀବନ ସାରା ପୋଛୁଥିବେ ଆଖିର ଲୁହ

ବନ୍ଧୁଗଣ ଘରେ ହେଉଥିବା ବା ଘଟୁଥିବା ଛୋଟ ଛୋଟ ଘଟଣାରେ କେତେକ ସଙ୍କେତ ଲୁଚି ରହିଥାଏ ଏହି ସଙ୍କେତ ଗୁଡ଼ିକ ଯଦି ବୁଝି ନିଆଯାଏ ତେବେ ଆମେ ମାନେ ଜାଣିପାରିବା ଯେ ଭବିଷ୍ୟତରେ ଆସୁଥିବା ସମୟ କିପରି ହେବ ଏବଂ ସବୁ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେବେ ଦରିଦ୍ରତା ବଢ଼ିବାର ସମ୍ଭାବନା ରହିଥାଏ ତେବେ ଘରେ ଛୋଟ ଛୋଟ କଥା ଇସାରା କରିଥାଆନ୍ତି ତେବେ ଚାଲନ୍ତୁ ଜାଣିବା ଦରିଦ୍ରତା ବଢିଲେ କେଉଁ ଛୋଟ ଛୋଟ ଘଟଣା ଦେଖିବାକୁ ମିଳିଥାଏ |

ପ୍ରଥମ ଜିନିଷ ହେଉଛି ତୁଳସୀ ଗଛ ଯେବେ ଦରିଦ୍ରତା ଆସିବାର ଥିବ ତେବେ ତାହାର ପ୍ରଥମ ପ୍ରଭାବ ଘରେ ଲାଗିଥିବା ତୁଳସୀ ଗଛ ଉପରେ ପଡ଼ିବ ତୁଳସୀ ଗଛ ବିଲକୁଲ ଶୁଖି ଯାଇଥାଏ ଯାହାକି ଘରେ ଦରିଦ୍ରତା ଏବଂ ସମସ୍ୟା ଆସିବାର ସଙ୍କେତ ବୋଲି କୁହାଯାଇଥାଏ |

ଦ୍ୱିତୀୟ କଥା ଖାଇବା ଜିନିଷରେ ନମକିନ ପଦାର୍ଥରେ କଳା ରଙ୍ଗର ପିମ୍ପୁଡ଼ି ପଡ଼ି ଯିବା ଆପଣଙ୍କ ଖରାପ ସମୟର ଇସାରା କରିଥାଏ ତେବେ ଯଦି ଏପରି ହେବାର ଦେଖିବେ ଜାଣିବେ ଯେ କିଛି ଶୁଭ କାର୍ଯ୍ୟରେ ଅଶୁଭ ହେବାକୁ ଯାଉଛି |

ସୁର୍ଯ୍ୟ ଅସ୍ତ ପରେ କେବେବି ଘର ଭିତରେ ଝାଡୁ ଲଗାଇବା ଉଚିତ ନୁହେଁ। ଏମିତି କରିବା ଅଶୁଭ ମାନାଯାଏ। ଯଦି ଆପଣ ସୁର୍ଯ୍ୟ ଅସ୍ତ ପରେ ଝାଡୁ ଲଗାଉଛନ୍ତି ତାହେଲେ ଘରର ମହିଳା ମାନେ ଭୁଲରେ ଏପରି କାର୍ଯ୍ୟ କରନ୍ତୁ ନାହିଁ

ଯେଉଁ ଘରେ କ୍ଷୀର ଉତୁରି ଯାଏ ସେହି ଘରେ ଅଚାନକ ଖର୍ଚ୍ଚ ବଢ଼ି ଯାଇଥାଏ ଘରର ଲୋକ ମନକୁ ରୋଗ ହେବାକୁ ଲାଗେ ଏବଂ ପରିବାରର ସଦସ୍ୟ ମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୁଏ | ତେଣୁ ଆଗକୁ ଏହି କଥାର ନିଶ୍ଚିତ ଧ୍ୟାନ ରଖନ୍ତୁ |

ପଞ୍ଚମ କଥା ଆପଣ ଯଦି କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଏବଂ ଫେରିବା ବେଳେ କବାଟରେ ସର୍ବ ପ୍ରଥମେ ଝିଟିପିଟିକୁ ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଖରାପ ସମୟ ବହୁତ ଜଲ୍ଦି ଆରମ୍ଭ ହେବାକୁ ଯାଉଛି ଏହା ପରେ ଆପଣ ମାନେ ସାବଧାନ ହୋଇଯିବା ଆବଶ୍ୟକ |

Leave a Reply

Your email address will not be published. Required fields are marked *