ମେଷ ରାଶି – ଆଜି ଅଶ୍ୱିନୀ ନକ୍ଷତ୍ର ସମସ୍ୟା ବିଜଡ଼ିତ ରହିଲେ ମଧ୍ୟ କାମ ହାସଲରୁ ଓହରିବେ ନାହିଁ। ପୁରାତନ ରୋଗ, ବାକି ଟଙ୍କା ଓ ପୂର୍ବ ଶତ୍ରୁତାକୁ ନେଇ ମନ ବିଚଳିତ ରହିବ। ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଅଧିକାଂଶ ସମୟ ବନ୍ଧୁମାନଙ୍କ ମେଳରେ ସମୟ ଅତିବାହିତ ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ବୃଷ ରାଶି – କୃତ୍ତିକା ନକ୍ଷତ୍ର ପରିସ୍ଥିତିର ତାଡ଼ନାରେ କଠୋର ସତ୍ୟ ପ୍ରକାଶ କରିବାକୁ ବାଧ୍ୟହେବେ। ପ୍ରତିବନ୍ଧକ ଓ ପ୍ରତିରୋଧ କାରଣରୁ ଚେଷ୍ଟାକରୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହେବ। ଅଫିସରେ ଥିବା ସମୟରେ ଅସମର୍ଥିତ ସୂତ୍ରରୁ କୌଣସି ଶୁଭ ଖବର ଶୁଣି ଖୁସି ହେବେ। ଆଳସ୍ୟ ଓ ଅବହେଳା ଯୋଗୁ ସୁଯୋଗ ହାତଛଡ଼ା ହୋଇପାରେ।
ମିଥୁନ ରାଶି – କର୍ମକ୍ଷେତ୍ର ସମସ୍ୟାମୁକ୍ତ ରହିବା କାରଣରୁ ମାନସିକ ସ୍ଥିତି ଭଲ ରହିବ। କୁହୁଳୁଥିବା ପାରିବାରିକ ସମସ୍ୟାର ଆଜି ହିଁ ସରଳ ସମାଧାନ ହୋଇଯିବ। ବ୍ୟବସାୟ, ବାଣିଜ୍ୟ, ପ୍ରଶାସନ, ରାଜନୀତି ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ସୁଫଳ ପାଇବେ। ଆରଦ୍ରା ନକ୍ଷତ୍ରର ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ଲାଗିପାରେ।
କର୍କଟ ରାଶି – ଆଜି ଯାହା କରିବାକୁ ମନସ୍ଥ କରିଛନ୍ତି ତାହା ନିର୍ବିଘ୍ନରେ ସମ୍ପାଦିତ ହେବ। ପୁଷ୍ୟା ନକ୍ଷତ୍ର ଅଫିସ୍ରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଆପଣ ଅନ୍ୟମାନଙ୍କ ସାହାଯ୍ୟ ନେଇ ଶତ୍ରୁତା ଓ ସମସ୍ୟାର ଅବସାନ ଘଟାଇବାରେ ସମର୍ଥ ହେବେ। ବନ୍ଧୁମାନଙ୍କ ସହ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ।
ସିଂହ ରାଶି – ମଘା ନକ୍ଷତ୍ର ସକାଶେ ପରିବାରର ଆର୍ଥିକ ପରିସ୍ଥିତି ପୂର୍ବଭଳି ଜଟିଳ ରୂପ ଧାରଣ କରିପାରେ। ପ୍ରକାଶନ, ପ୍ରଶାସନ ତଥା ଆନୁଷ୍ଠାନିକ କ୍ଷେତ୍ରର ମତଭେଦ ବେଶି ସମୟ ରହିବ ନାହିଁ। କୌଣସି ଏକ ପରିସ୍ଥିତିରେ ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତାକୁ ଅନୁଭବ କରିବେ। ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇପାରନ୍ତି।
କନ୍ୟା ରାଶି – ହସ୍ତା ନକ୍ଷତ୍ର ସକାଶେ ନିକଟ ସମ୍ପର୍କୀୟମାନଙ୍କ ଆନୁଗତ୍ୟ ତଥା ସାହାଯ୍ୟରୁ କାମ ଅଟକିବ ନାହିଁ। ମାତ୍ର୍ର କର୍ମକ୍ଷେତ୍ରରେ କୌଣସି ଅଜଣା ବ୍ୟକ୍ତିଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବା ସମ୍ଭାବନା ରହିଛି। ବିବାଦୀୟ ଘଟଣାରେ ମଧ୍ୟସ୍ଥତାକରି ଅପମାନିତ ହୋଇପାରନ୍ତି।
ତୁଳା ରାଶି – ମନ ଯାହା ଚାହୁଁଥିବ ତାହା କରିବାରେ ଅନ୍ତରାୟ ସୃଷ୍ଟି ଆଶଙ୍କା ରହିଛି। ଚିତ୍ରା ନକ୍ଷତ୍ରର ବିବାଦୀୟ ଘଟଣା, ମାଲିମକଦ୍ଦମା, ଆଇନ ଅଦାଲତ କ୍ଷେତ୍ରରେ ସୁଫଳ ମିଳିବ। ମାତ୍ର ସବୁବେଳେ ହାତ ଖାଲି ରହିବ ଓ ଚାହୁଁଥିବା ଜିନିଷ ପାଇବାରେ ବାଧା ଉପୁଜିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ବିଦେଶଯାତ୍ରା, ଗବେଷଣାର ସୁଯୋଗ ପାଇବେ।
ବିଛା ରାଶି – ଆଜି ଅନୁରାଧା ନକ୍ଷତ୍ର ଅତ୍ୟଧିକ ଭ୍ରମଣ ଓ କାର୍ଯ୍ୟବ୍ୟସ୍ତତା କାରଣରୁ ଦେହ ସାମାନ୍ୟ ଭଲ ଲାଗି ନ ପାରେ। ପରିସ୍ଥିତି ଦୃଷ୍ଟିରୁ ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି କଥାବାର୍ତ୍ତା କରିବା ଭଲ। ବାକ୍ ଅସଂଯମ ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ପାରିବାରିକ କ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ କାମରେ ତାହା ବାଧକ ହେବ ନାହିଁ।
ଧନୁ ରାଶି – ଆଜି ପୂର୍ବାଷାଢ଼ା ନକ୍ଷତ୍ର ସକାଶେ ସମସ୍ୟା ସୁବିଧାରେ, ଶତ୍ରୁତା ମିତ୍ରତାରେ, ପ୍ରତିବନ୍ଧକରେ ବିପଦ ମୁକ୍ତ କରିବାରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ, ଆନୁଷ୍ଠାନିକ କାମରେ, ନିର୍ମାଣ କ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହେବ। ରାଜନୀତିରେ ଚେଷ୍ଟା ସଫଳ ହେବ ଓ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ମକର ରାଶି – ଶ୍ରବଣା ନକ୍ଷତ୍ର ନିଜ ଲୋକଙ୍କୁ ମନେଇ କାମ ହାସଲ କରିବାର ସୁଯୋଗ ଜୁଟିବ। ଆଇନ ଅଦାଲତ, ପ୍ରତିଯୋଗିତା, ଶିଳ୍ପ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ବନ୍ଧୁଙ୍କ ନିକଟରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ଶୃଙ୍ଖଳା ରକ୍ଷା କରିବାରେ ପାଖପଡ଼ୋଶୀ ସହାୟତା କରିବେ।
କୁମ୍ଭ ରାଶି – ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍ ଦୃଷ୍ଟିକୋଣରୁ ବିଚାରକରିବେ। ଉପରିସ୍ଥଙ୍କ ଆଦେଶରେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବା ହେତୁ ପାରିବାରିକ ସମସ୍ୟା କେତେକାଂଶରେ କମି କମି ଯିବ। ସାଙ୍ଗସାଥୀଙ୍କ ଅନୁରୋଧକ୍ରମେ ଭ୍ରମଣ ସୁଯୋଗ ଲାଭ କରିବେ।
ମୀନ ରାଶି – ଆଜିର ଗ୍ରହ ସ୍ଥିତି ଆପଣଙ୍କ କାମକୁ ସହଜରେ ହାସଲ କରିବା ଦିଗରେ ସହାୟକ ହେବେ। ବନ୍ଧୁମାନେ ଈର୍ଷାପରାୟଣ ହୋଇ ଭାବପ୍ରବଣବଶତଃ ଓଲଟା କଥା କହିବା କାରଣରୁ ଅପଦସ୍ଥ ହୋଇପାରନ୍ତି। କର୍ମକ୍ଷେତ୍ର ପ୍ରତି ଉଦାସୀନ ହେବା କାରଣରୁ କେତେକ କାମ ଅଟକି ରହିଯିବ। କଳା, ସାହିତ୍ୟରେ ଉନ୍ନତି କରିବେ ଓ ସମସ୍ୟା ସମାଧାନ କରିବାରେ ସଫଳତା ମିଳିବ।