କୁମ୍ଭ ବା କନ୍ୟା ରାଶିର ନାମର ପ୍ରଥମ ଅକ୍ଷର S କିମ୍ବା P ଥିଲେ କିଏ ଅଧିକ ଶକ୍ତିଶାଳୀ ,ଆଶ୍ଚର୍ଯ୍ୟ କରିବା ଭଳି କଥା ଜାଣିରଖନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେପରି ଗ୍ରହ ଓ ନକ୍ଷତ୍ରକୁ ଆଧାର କରି ବ୍ୟକ୍ତିର ଭାଗ୍ୟ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ, ସେହିପରି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ତାର ଚାଲିଚଳନ, ସ୍ଵଭାବ, ବ୍ୟକ୍ତିତ୍ଵ ବିଷୟରେ ଜାଣି ହୋଇଥାଏ। କହିବାକୁ ଗଲେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାର ଜୀବନ ଉପରେ ପ୍ରଭାବ ପକାଇ ଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶିଶୁଟି ଜନ୍ମ ଗ୍ରହଣ କରିବା ସମୟରେ ଚନ୍ଦ୍ରମା ଯେଉଁ ରାଶିରେ ଉପସ୍ଥିତ ଥାଏ |

ସେହି ରାଶି ଅନୁସାରେ ନାମର ପ୍ରଥମ ଅକ୍ଷର ନିର୍ଦ୍ଧାରିତ କରାଯାଇଥାଏ। ଆପଣ ନିଜ ନାମର ପ୍ରଥମ ଅକ୍ଷର ବାଛନ୍ତୁ ଏବଂ ଜାଣନ୍ତୁ ନିଜ ଭବିଷ୍ୟତ ସହ ଜଡ଼ିତ କିଛି ରହସ୍ୟ କଥା। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା। ଯେଉଁ ବ୍ୟକ୍ତିଙ୍କର ନାମ P ରୁ ଆରମ୍ଭ ହୋଇଥାଏ ଏପରି ଲୋକ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏହା ସହିତ ଏମାନେ ବହୁତ ସାହସିକ ମଧ୍ୟ ହୋଇଥାନ୍ତି।

କେବଳ ନିଜର ଲକ୍ଷ୍ୟ ପ୍ରତି ଯତ୍ନଶିଳ ରହିଥାନ୍ତି। ଏମାନେ ପ୍ରାୟତଃ ଶାନ୍ତ ସ୍ୱଭାବର ହୋଇଥାନ୍ତି। କିନ୍ତୁ ବେଳେବେଳେ କ୍ଷଣକବି ସ୍ୱଭାବ ହୋଇଥାନ୍ତି ଅର୍ଥାତ କ୍ରୋ-ଧ ଅତି ଶୀଘ୍ର ହିଁ ଆସିଯାଇଥାଏ ଓ ଶୀଘ୍ର ହିଁ ଚାଲିଯାଇଥାଏ। ତାହା ସହିତ ଏମାନେ ଅନ୍ୟ ମାନଙ୍କ ପାଇଁ ମଧ୍ୟ ହୃଦୟରୁ ଚିନ୍ତା କରିଥାନ୍ତି।

P ନାମ ଥିବା ବ୍ୟକ୍ତି ଦେଖିବାକୁ ଆକର୍ଷକ ଓ ତୀକ୍ଷ୍ଣ ବୁଦ୍ଧି ଯୁକ୍ତ ହୋଇଥାନ୍ତି। ଯେଉଁ ଲୋକ ମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ କ୍ରୋଧୀ ସ୍ୱଭାବର ହେବା ସହିତ ପରିଶ୍ରମୀ ମଧ୍ୟ ହୋଇଥାନ୍ତି। ଏମାନେ ନିଜ ଲୋକଙ୍କ ପ୍ରତି ବହୁତ ଭାବୁକ ହୋଇଥାନ୍ତି।

କିନ୍ତୁ ପ୍ରେମ ମାମଲାରେ ଏମାନେ ବହୁତ ଲାଜୁଆ ସ୍ଵଭାବର ହୋଇଥାନ୍ତି। ଏମାନେ କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଏମାନେ ଭଲଭାବରେ ବିଚାର କରିଥାନ୍ତି। ସେଥି ପାଇଁ ଏମାନେ P ଅକ୍ଷରର ଆରମ୍ଭ ହୋଇଥିବା ନାମର ବ୍ୟକ୍ତିଙ୍କ ଠାରୁ ଅଳ୍ପ ଶକ୍ତିଶାଳୀ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *