ମାଟ୍ରିକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବଡ଼ ଖବର ,ରିଚେକିଙ୍ଗ କରି ବଢ଼ାନ୍ତୁ ନିଜ ମାର୍କ Student ମାନେ ଶୀଘ୍ର ଦେଖନ୍ତୁ

ଗତକାଲି ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷର ପାସ୍ ହାର ୯୬.୦୭ ପ୍ରତିଶତ ରହିଛି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ଥିବାବେଳେ ପୁଅଙ୍କ ପାସ୍ ହାର ୯୬.୩୯ ପ୍ରତିଶତ ରହିଛି। ଚଳିତବର୍ଷ ମୋଟ୍ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ। ତେବେ ଆସନ୍ତା ୨୯ ତାରିଖରୁ ଛାତ୍ରଛାତ୍ରୀମାନେ ରିଚେକିଂ କରିପାରିବେ। ୨୯ରୁ ଜୁନ୍ ୧୨ ତାରିଖ ଯାଏଁ ରିଚେକିଂ ପାଇଁ ଆବେଦନ କରିହେବ।

ହାଇସ୍କୁଲ ଛାତ୍ରଛାତ୍ରୀମାନେ ଅନଲାଇନ୍‌ରେ ଆବେଦନ କରିପାରିବେ। ଜୁନ୍ ୧୦ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ। ଏ ନେଇ ବୋର୍ଡ ଉପସଭାପତିଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ଖୋର୍ଦ୍ଧାରେ ସର୍ବାଧିକ ପାସ୍ ହାର ୯୭.୯୮ ପ୍ରତିଶତ ରହିଛି। ସେହିପରି କଟକରେ ୯୭.୫୮, ଜଗତସିଂହପୁରରେ ୯୭.୬୦ ପ୍ରତିଶତ, କେନ୍ଦ୍ରାପଡା ୯୫.୭୭, ଯାଜପୁରରେ ୯୫.୯୨ ପ୍ରତିଶତ

ଢେଙ୍କାନାଳ ୯୫.୧୨, ପୁରୀରେ ୯୬.୭୬ , ନୟାଗଡ ୯୬.୨୩, ବାଲେଶ୍ଵର ୯୬.୧, ଭଦ୍ରକରେ ୯୬.୭୩, କେନ୍ଦୁଝରରେ ୯୪.୮ ପ୍ରତିଶତ ପାସ୍ ହାର ରହିଛି। ଚଳିତବର୍ଷ ନୂଆପଡାରେ ସର୍ବନିମ୍ନ ୯୩.୯୧ ପ୍ରତିଶତ ପାସ୍‌ହାର ରହିଛି। ଅନ୍ୟପକ୍ଷରେ ପରୀକ୍ଷାର୍ଥୀମାନେ ଆଜି ଅପରାହ୍ନ ୪ଟାରୁ ଅନ୍‌ଲାଇନ୍‌ରେ ଅବା ହ୍ୱାଟ୍‌ସଆପ୍ ଜରିଆରେ ସେମାନଙ୍କ ଡିଜିଟାଇଜ୍‌ଡ ସାର୍ଟିଫିକେଟ୍ ଡାଉନ୍‌ଲୋଡ୍ କରିପାରିବେ।

ଡିଜିଟାଇଜ୍‌ଡ ସାର୍ଟିଫିକେଟ୍ ଡାଉନ୍‌ଲୋଡ୍ ଲିଙ୍କ୍ ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ବୋର୍ଡର ୱେବ ସାଇଟ୍ www.bscodisha.ac.inକୁ ଯିବାକୁ ପଡ଼ିବ। ସେହିପରି ହ୍ୱାଟସଆପ୍‌ରେ ଡିଜିଟାଇଜ୍‌ଡ ସାର୍ଟିଫିକେଟ୍ ପାଇବା ପାଇଁ ସେମାନଙ୍କୁ ହ୍ୱାଟସଆପ୍‌ ନମ୍ବର 7710058192କୁ ସେମାନଙ୍କ ଆଣ୍ଡ୍ରଏଡ୍ ଫୋନ୍‌ରେ ସେଭ୍ କରିବାକୁ ହେବ ଏବଂ BSE ଅ‍‍‍ବା Hi ଲେଖି ମେସେଜ କରିବାକୁ ହେବ। ତା’ପରେ ସେମାନଙ୍କୁ ସେହି ହ୍ୱାଟସଆପ୍‌ ନମ୍ବରରେ ପଠାଯିବାକୁ ଥିବା ନିର୍ଦ୍ଦେଶାବଳୀଗୁଡ଼ିକୁ ଅନୁକରଣ କରିବାକୁ ହେବ।

Leave a Reply

Your email address will not be published. Required fields are marked *