ନମସ୍କାର ବନ୍ଧୁଗଣ ଆଧୁନିକ ଯୁଗରେ ସମାଜ ଏତେ ଆଗକୁ ବଢିବା ପରେ ମଧ୍ୟ କିଛି କିଛି ସ୍ଥାନରେ ଦେଖାଯାଇଥାଏ ପୁରୁଷ ସମାଜ । ଆଜି ମଧ୍ୟ ଘରେ ଝିଅ ଜନ୍ମ ହେଲେ ଦୁଃଖ ର ପରିବେଶ ଦେଖିବାକୁ ମିଳିଥାଏ । ଲୋକମାନେ ଚିନ୍ତା କରନ୍ତି ଯେ ପୁଅ ଜନ୍ମ ହେଲେ ଘର ର ବଂଶ ଆଗକୁ ବଢିଥାଏ । କିନ୍ତୁ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ଝିଅମାନେ ସେହି ଘରେ ଜନ୍ମ ନିଅନ୍ତି ଯେଉଁ ଠାରେ ଇଶ୍ଵର ଚାହିଥାନ୍ତି ।ଶାସ୍ତ୍ର ଅନୁସାରେ ଯେଉଁ ଲୋକମାନେ ପୂର୍ବ ଜନ୍ମରେ ପୂଣ୍ୟ କାମ କରିଥାନ୍ତି ସେମାନଙ୍କୁ ଏହି ଜନ୍ମରେ ଝିଅ ସନ୍ତାନ ପ୍ରାପ୍ତ କରିଥାନ୍ତି ।
ଯେଉଁ ଘରେ ଝିଅ ଜନ୍ମ ହୋଇଥାନ୍ତି ସେହି ଘର ସ୍ଵର୍ଗ ପାଲଟି ଯାଇଥାଏ କାରଣ ପୁରୁଷ କେବଳ ଗୋଟାଏ କୁଳ କୁ ଆଗକୁ ନେଇକି ଯାଇଥାଏ । ମାତ୍ର ଝିଅ ଦୁଇଟି କୁଳ କୁ ଆଗେଇ ଥାଏ । ବିବାହ ପୂର୍ବରୁ ଝିଅ ହୋଇ ବାପାମା’ଙ୍କର ଦାୟିତ୍ଵ ନେଇଥାଏ ଓ ବିବାହ ପରେ ବୋହୁ ହୋଇ ସମସ୍ତ କର୍ତ୍ତବ୍ୟ କୁ ତୁଲାଇଥାଏ ।କୁହାଯାଏ ଯେ ଝିଅମାନେ ପିଣ୍ଡ ଦାନ କରିପାରିବେ ନାହିଁ , ମାତ୍ର ଏହା ଭୁଲ ଅଟେ କାରଣ ରାମାୟଣ ରେ ବର୍ଣ୍ଣନା କରାଯାଇଛି ଯେ ଯେବେ ରାଜା ଦର୍ଶରଥଙ୍କ ମୃତ୍ୟୁ ହୋଇଥିଲା ।
ସେହି ସମୟରେ ତାଙ୍କ ବୋହୁ ମାତା ସୀତା ତାଙ୍କ ପିଣ୍ଡଦାନ କରିଥିଲେ ଓ ସେ ମୁକ୍ତି ପ୍ରାପ୍ତ ହୋଇଥିଲେ । ଏହା ବ୍ୟତୀତ ପ୍ରାଚୀନ ଶାସ୍ତ୍ର ରେ ଲେଖାଯାଇଛି ଯେ ଝିଅମାନେ ପିତାମାତାଙ୍କ ପିଣ୍ଡଦାନ କରିପାରିବେ ।ଯେଉଁ ଘରେ ଝିଅ ଜନ୍ମ ହୋଇଥାନ୍ତି ସେହି ଘର ର ଲୋକମାନେ ଚିନ୍ତା କରିଥାନ୍ତି କି ଝିଅପିଲାମାନଙ୍କୁ ଅଧିକ ପାଠ ପଢାଇବା କଥା ନୁହେଁ ସେମାନଙ୍କୁ ଶୀଘ୍ର ବିବାହ କରି ପଠେଇ ଦେବା ଉଚିତ୍ ।
ମାତ୍ର ଏହା କରିବା ଦ୍ଵାରା ଆପଣ ସେହି ଝିଅ ର ଭବିଷ୍ୟତ କୁ ଅନ୍ଧକାର କରିଥାନ୍ତି । ଝିଅମାନଙ୍କୁ ମା ‘ ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଇଥାଏ ଓ ମା ‘ଲକ୍ଷ୍ମୀ ସେହି ଘରେ ଆସିଥାନ୍ତି ଯେଉଁ ଘରେ ଝିଅପିଲାମାନଙ୍କୁ ପାଳିବାର କ୍ଷମତା ରଖିଥାନ୍ତି ।ଝିଅମାନେ ସର୍ବଦା ଉଭୟ ପରିବାର ପାଇଁ ଚିନ୍ତା କରିଥାନ୍ତି , ଝିଅ ତ ପିତାମାତା ଙ୍କୁ କେବେ ଭୁଲିନ ଥାଏ ତାଙ୍କ ପାଇଁ ଚିନ୍ତା କରିଥାଏ ଓ ସମୟ ଆସିଲେ ତାଙ୍କ ଭାର କୁ ବହନ କରିବାର କ୍ଷମତା ରଖିଥାଏ ।
ଝିଅ କେବେ ତାଙ୍କ ପଇସା ର ଆଶା ରଖେ ନାହିଁ କେବଳ ସମ୍ମାନ , ପ୍ରେମ ର ଉପେକ୍ଷା କରେ । ଗରୁଡ ପୁରାଣ ରେ ବର୍ଣ୍ଣନା କରାଯାଇଛି ଯେ ଯେଉଁ ପୁରୁଷ ସ୍ତ୍ରୀ ଭଳି ଆଚରଣ କରିଥାଏ ସେ ଆର ଜନ୍ମରେ ଝିଅ ହୋଇ ଜନ୍ମ ନେଇଥାଏ । ଯଦି କେହି ଅନ୍ତିମ ସମୟରେ ସ୍ତ୍ରୀ କୁ ସ୍ମରଣ କରି ମୃତ୍ୟୁବରଣ କରେ ସେ ମଧ୍ୟ ଝିଅ ହୋଇ ଜନ୍ମ ହୋଇଥାଏ ଓ ସେ ସେହି ଝିଅ ପାଇଁ ଘରେ କେବେ ହେଲେ ଧନର ଅଭାବ ଦେଖା ଦେଇନଥାଏ।