Chanakya Neeti: କିଛି କାର୍ଯ୍ୟ କରିବା ଆଗରୁ ନିଜକୁ ପଚାରନ୍ତୁ ଏହି ତିନୋଟି ପ୍ରଶ୍ନ ,ନିଜ ଜୀବନରେ କିଛି ବିପଦ ଆସିବା ପୂର୍ବରୁ ହୋଇଯିବେ ସତର୍କ

ନମସ୍କାର ବନ୍ଧୁଗଣ ଆଜିର ବିଷୟଟି ରହିଛି ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି କିଛି ବି ନିଷ୍ପତି ନେବା ପୂର୍ବରୁ ନିଜକୁ ପଚାରନ୍ତୁ ତିନୋଟି ପ୍ରଶ୍ନ ଦେଖନ୍ତୁ ଆଚର୍ଯ୍ୟା ଚାଣକ୍ୟଙ୍କ ମତରେ ସଫଳ ବ୍ୟକ୍ତିଙ୍କ ଠାରେ ପାଞ୍ଚୋଟି ଗୁଣ ରହିଥାଏ ଯଦି ଆପଣ ମାନଙ୍କ ଠାରେ ଏହି ପାଞ୍ଚୋଟି ଗୁଣ ରହିଅଛି ତେବେ ଆପଣ ଜାଣି ନିଅନ୍ତୁ ଆପଣ ଦିନେ ନା ଦିନେ ନିଶ୍ଚୟ ସଫଳ ବ୍ୟକ୍ତି ହେବେ ଜୀବନରେ ସଫଳତା ଲାଭ କରିବେ |

ପ୍ରଥମ କଥାଟି ହେଉଛି ସଫଳ ବ୍ୟକ୍ତି ମାନେ କେବେବି ଅନୁସୂଚନା କରନ୍ତୁ ନାହିଁ ଦ୍ୱିତୀୟରେ ନିଜର ନିଷ୍ପତି ଭାବରେ ଅନୁତାପ କରି ବୃଥାରେ ସମୟ ଅପଚୟ କରନ୍ତି ନାହିଁ କାରଣ ସେମାନେ ଜାଣି ଥାଆନ୍ତି ଏହା ଦ୍ୱାରା କିଛିବି ଲାଭ ହେବାର ନଥାଏ ଯାହା ପୂର୍ବରୁ ଚାଲି ଯାଇଛି ସେ ବିଷୟରେ ଚିନ୍ତା କରିବା କେବଳ ସମୟର ଅପଚୟ ମାତ୍ର ସଫଳ ବ୍ୟକ୍ତି ମାନେ କେବେବି ଅତୀତର ଚିନ୍ତା ନକରି ସର୍ବଦା ଭବିଷ୍ୟ ଏବଂ ବର୍ତ୍ତମାନକୁ ଲକ୍ଷ କରି କାର୍ଯ୍ୟ କରିଥାଆନ୍ତି |

ଜୀବନରେ ସଫଳ ହେବାକୁ ଚାହୁଁଥିବା ବ୍ୟକ୍ତି ମାନେ ନିଜକୁ ତିନୋଟି ପ୍ରଶ୍ନ ପଚାରନ୍ତୁ କି କଣ କରିବି ଏହାର ଫଳ କଣ ଘଟିବ ଓ ତାହାର ମହତ୍ତ୍ୱ କଣ ଗଭୀର ଅନୁଶୀଳନ କରିବା ପରେ ହିଁ ସେ କାର୍ଯ୍ୟକୁ ଆରମ୍ଭ କରିବା ଦିଗରେ ଆଗକୁ ବଢ଼ି ଥାଆନ୍ତି ଓ ଏହି କାରଣରୁ ଏମାନେ ଜୀବନରେ ସଫଳ ହୋଇଥାଆନ୍ତି |

ଆଉ ଗୋଟିଏ କଥା ସଫଳ ବ୍ୟକ୍ତି ମାନଙ୍କ ଆଉ ଗୋଟିଏ କଥା ଥାଏ ଯେ ଏମାନେ କେବେବି ନିଜ ବ୍ୟକ୍ତିଗତ ଜୀବନ ବାବଦରେ ଅନ୍ୟକୁ ଜଣାଇ ନଥାନ୍ତି ସବୁ ପ୍ରକାର ସମସ୍ୟାକୁ ଗୌଣ ମନେ କରନ୍ତି କେବଳ ହାତକୁ ନେଇଥିବା କାର୍ଯ୍ୟ ଉପରେ ଏମାନଙ୍କ ହାତ ନିବନ୍ଧ ଥାଏ କୌଣସି ନିନ୍ଦା କିମ୍ବା ଅପବାଦ ପ୍ରତି ଖାତିର ନଥାଏ |

Leave a Reply

Your email address will not be published. Required fields are marked *