ନମସ୍କାର ବନ୍ଧୁଗଣ କରୋନା ଯେତେବେଳେ ଆସିଥିଲା ଲୋକେ କହୁଥିଲେ ଏହା କଳିଯୁଗର ଅନ୍ତ ଅଟେ ଏହା କଳିଯୁଗର ଅନ୍ତ ବିଲକୁଲ ନୁହେଁ କରୋନା ସେହି ଶିକ୍ଷା ଅଟେ ଯାହା ପ୍ରକୃତିର ନଷ୍ଟ କରିବାର ଈଶ୍ବରଙ୍କ ଦ୍ବାରା ଆମକୁ ସଂକେତ ଦିଆଯାଇଛି । ଆଉ ପ୍ରତ୍ୟେକ ମହାମାରୀ 100 ବର୍ଷରେ ଥରେ ଆସିଥାଏ ଯେମିତି 1720 ମସିହାରେ ପ୍ଲେଗ ମହାମାରୀ ଆସିଥିଲା ,ତାପରେ 1820 ରେ ହଇଜା ପୁଣି 1920 ମସିହାରେ ଫ୍ଲୁ ଏବଂ ତାପରେ 2020 ମସିହାରେ କରୋନା ଆସିଛି ଯାହାର ଅନ୍ତ ଏବେ ସରି ଯାଇଛି। ଏହା କଳିଯୁଗର ଶେଷ ନୁହେଁ ତେବେ ଏହାର କଳିଯୁଗର ଅନ୍ତ କେବେ ହେବ ଚାଲନ୍ତୁ ଜାଣିବା ଆଜିର ବିଷୟରେ ।
କଳିଯୁଗର ପ୍ରାରମ୍ଭ 3102 ରେ ହୋଇଥିଲା ଏବଂ ଏହାର କୁଳ ଅବଧି 432000 ବର୍ଷ ଅଟେ ଯେଉଁଥିରେ 5123 ବର୍ଷ ବିତି ଯାଇଛି କଳିଯୁଗ ଶେଷ ହେବାରେ ଏବେ 4,26,887 ବର୍ଷ ବାକି ଅଛି । କଳିଯୁଗ ଅର୍ଥ କଳାଯୁଗ କଳି ଏବଂ କ୍ଳେଶର ଯୁଗ ଯେଉଁ ଯୁଗରେ ସମସ୍ତଙ୍କ ମନରେ ଅସନ୍ତୋଷ ରହିଥାଏ ମାନସିକ ରୂପରେ ଅଶାନ୍ତି ରହିଥାଏ ଏହି ଯୁଗ ହିଁ କଳିଯୁଗ ଅଟେ ଏହି ଯୁଗରେ ଧର୍ମ ଏକ ଚତୁଥାଂଶ ରହି ଯାଇଛି । ଶ୍ରୀମତ ଭଗବତ ପୂରଣ ଏବଂ ଭବିଷ୍ୟ ପୁରାଣ ଅନୁସାରେ କଳିଯୁଗର ଅନ୍ତ ରେ ଭଗବାନ୍ କଳ୍କୀ ଙ୍କ ଅବତାର ନେବେ ଯେଉଁ ସମୟରେ କଳ୍କୀ ଙ୍କ ଅବତାର ହେବ
ସେହି ସମୟରେ ମନୁଷ୍ୟର ଆୟୁ 20 ବର୍ଷ ହିଁ ହୋଇଯିବ । ପାଞ୍ଚ ବର୍ଷ ବୟସରେ ସ୍ତ୍ରୀ ଗର୍ଭବତୀ ହେବାକୁ ଲାଗିବ 16 ବର୍ଷରେ ଲୋକେ ବୃଦ୍ଧ ହୋଇଯିବେ ଏବଂ 20 ବର୍ଷ ବୟସରେ ମୃ-ତ୍ୟୁ କୁ ପ୍ରାପ୍ତ କରିବେ । ଏବଂ ମନୁଷ୍ୟଙ୍କ ଶରୀର ଛୋଟ ହୋଇଯିବ କଳିଯୁଗ ଅନ୍ତରେ ଲୋକେ ଅନ୍ନ ଖାଇବାକୁ ମିଳିବ ନାହିଁ ଲୋକମାନେ ପ୍ରତିଦିନ ମାଛ ମାଂସ ଖାଇବେ ଏବଂ ପ୍ରତିଦିନ ମେଣ୍ଢା ଛେଳିର କ୍ଷୀର ପିଇବେ ଗାଈ ମାନଙ୍କୁ ଦେଖିବା ବନ୍ଦ ହୋଇଯିବ ଯଦି ବି ରହିଥିବେ
ସେମାନେ ଛେଳି ସମାନ ରହିଥିବେ ଏବଂ ସେମାନେ କ୍ଷୀର ଦେବା ବନ୍ଦ କରିଦେବେ ଗଛରେ ଫଳ ମଧ୍ୟ ଫଳିବ ନାହିଁ । କଳିଯୁଗର ଅନ୍ତରେ ସ୍ତ୍ରୀ ମାନେ ସ୍ଵାମୀ ମାନଙ୍କୁ କଠୋର ଏବଂ କଢ଼ା ଶବ୍ଦ କହିବେ ସେମାନେ ପତିବ୍ରତା ଧର୍ମ ଭୁଲିଯିବେ ପତିଙ୍କ ଆଜ୍ଞା ମାନିବେ ନାହିଁ ଯାହା ପାଖରେ ଧନ ଥିବ କେବଳ ସେମାନଙ୍କ ପାଖରେ ହିଁ ସ୍ତ୍ରୀ ଥିବ ମନୁଷ୍ୟର ସ୍ବଭାବ ଗଧ ପରି ହୋଇଯିବ କଳିଯୁଗରେ ପିତା ପୁତ୍ରର ବଧ କରିବାକୁ ପଛେଇବେ ନାହିଁ
ନିଜର ପ୍ରଶଂସା ପାଇଁ ଲୋକ ମାନେ ବଡ଼ ବଡ଼ କଥା କହିବେ କିନ୍ତୁ ସମାଜରେ ତାଙ୍କର ନିନ୍ଦା ହେବ । ଖରାପ କଥା ଖରାପ ଶବ୍ଦର ହିଁ ଲୋକମାନେ ବ୍ୟବହାର କରିବେ କଳିଯୁଗ ଅନ୍ତରେ ସବୁ ଆଡ଼େ ବର୍ଷା ହେବ ଖାଲି ସବୁ ଆଡ଼େ ପାଣି ହିଁ ପାଣି ଦେଖିବାକୁ ପାଇବେ ଏବଂ ସମସ୍ତ ପୃଥିବୀ ଉପରେ କେବଳ ପାଣି ରହିବ କଳିଯୁଗର ଅନ୍ତ କରୋନା ନୁହେଁ କିନ୍ତୁ ଏହା ଏକ ସଂକେତ ଅଟେ ଯେ ଯେବେ ଆମେ ପ୍ରକୃତିର ନଷ୍ଟ କରିବା ସେବେ ଆମକୁ ଏପରି ମହାମାରୀ ଦେଖିବାକୁ ମିଳିବ ।