ଅତି ଉଗ୍ର ରୂପ ନେଉଛି ବାତ୍ୟା ରେମାଲ ଆଜି ମଧ୍ୟ ରାତ୍ରିରେ ଏହି ଜାଗାରେ କରିବ ଲ୍ୟାଣ୍ଡଫଲ ,ଏହି ସବୁ ଜିଲ୍ଲାକୁ ସତର୍କ ଜାରି କଲେ IMD

ଖରାରେ ସମ୍ପୂର୍ଣ୍ଣ ଓଡ଼ିଶା ସିଝୁ ଥିବାବେଳେ ଭୟର କାରଣ ପାଲଟିଲାଣି ବାତ୍ୟା ଏହା ଓଡ଼ିଶାକୁ ବହୁତ୍ କ୍ଷତି କରି ପରେ ବୋଲି ଅନୁମାନ କରାଯାଉଛି ମାଡ଼ି ଆସୁଛି ବାତ୍ୟା ( ରେମାଲ୍ ) ଧିରେ ଧିରେ ଉଗ୍ରରୁପ ଧାରଣ କରୁଛି ବାତ୍ୟା ଆସନ୍ତୁ ଜାଣିବା ଏହା କେଉଁ ଦିନ ତାଣ୍ଡବ ରଚିବା ସମ୍ଭାବନା ରହିଛି । ଧିରେ ଧିରେ ଆସନ୍ତା ହେଉଛି ସମୁଦ୍ର ଏହି ମାସ ଅର୍ଥାତ୍ ମେ ୨୪ ତାରିଖରୁ ୨୮ ତାରିଖ ଭିତରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ

ଗଭୀର ଘୂର୍ଣ୍ଣିଝଡ ଯାହା ପରବର୍ତ୍ତୀ ସମୟରେ ନେଇ ପାରେ ବାତ୍ୟାର ରୂପ ପୂର୍ବାନୁମାନ ଏହି ବାତ୍ୟାର ନାମ ରଖା ଯାଇଛି ରେମାଲ୍ ସମ୍ଭାବ୍ୟ ଏହି ବାତ୍ୟାକୁ ନେଇ ପଶ୍ଚିମ ବଙ୍ଗ ଦୀଘା ସମୁଦ୍ର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ମେ ୨୬ ତାରିଖରୁ ୨୭ ତାରିଖ ମଧ୍ୟରେ ବଙ୍ଗୋପ ସାଗରରେ ଗଭୀର ନିମ୍ନ ଚାପ ସୃଷ୍ଟି କରି ପାରେ

ଘୁର୍ଣିଝଡ ତେବେ ଘୂର୍ଣ୍ଣିଝଡ ଟି ରେମାଲ୍ ଭୂମିଷ୍ପର୍ସ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ପାଣିପାଗ ବିଭାଗ ଆକଳନ କରି ପାରିନାହିଁ ହେଲେ ବାଂଲାଦେଶ ସୀମାନ୍ତ ପଶ୍ଚିମବଙ୍ଗ ଉପରେ ପ୍ରଭାବ ପକାଇ ପାରେ ଘୂର୍ଣିବାତ୍ୟ ରେମାଲ୍ ତେବେ ଯଦି ଆମେ ଓଡ଼ିଶା କଥା କହିବା ରାଜ୍ୟରେ ଆହୁରି ତିନିଦିନ ପର୍ଯ୍ୟନ୍ତ କାଳବୈଶାଖୀ ର ପ୍ରଭାବ ବଜ୍ରପାତ ସହିତ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ତେବେ ଦୁଇ ଦିନ କିହୋଲ ପାଗ ରହିବ ଆଜି କିମ୍ବା କାଲି ପାଇଁ କିଛି କିଛି ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି ଆଜି ୧୧ ଜିଲ୍ଲା ଓ କାଲି ୮ ଜିଲ୍ଲା ଙ୍କୁ ୟେଲୋ ଆଲର୍ଟ ଜାରି କରାଯାଇଛି ସେପଟେ ଏଥର ସ୍ଵାଭାବିକ ଠାରୁ ଗୋଟେ ଦିନ ଅଧିକ ମୌସୁମୀ କେରାଳକୁ ଛୁଇଁବାକୁ ଯାଉଛି ମେ ୩୧ ରେ କେରଳ ଛୁଇଁ ପାରେ ମୌସୁମୀ ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଯଦି ମୌସୁମୀ ଆଗକୁ ବଢ଼ିବାକୁ ପାଗ ଅନୁକୂଳ ରହେ ତାହେଲେ ଜୁନ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଛୁଇଁ ପରେ ମୌସୁମୀ ।

Leave a Reply

Your email address will not be published. Required fields are marked *