Vastu Sastra : ବାସ୍ତୁ ଅନୁସାରେ ଜାଣନ୍ତୁ ଠାକୁର ଘର ଗୃହର କେଉଁ ଦିଗରେ ରହିବା ଉଚିତ ,ଭୁଲରେ ଲଗାନ୍ତୁ ନାହିଁ ଏପରି କବାଟ ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଆପଣଙ୍କୁ କହିବୁ ଯେ ଘରର ଠାକୁର ଘର ବା ପୂଜାଘର କିଭଳି ହେବା ଦରକାର ଘରର କେଉଁ କୋଣରେ ରହିବା ଉଚିତ ଘରର ରଙ୍ଗ କ’ଣ ହେବା ଦରକାର ? ପୂଜା କରିବା ସମୟରେ ଠାକୁର କେଉଁ ଦିଗକୁ ମୁହଁ କରି ବସିବା ଦରକାର ଏବଂ ଠାକୁର ଘରେ କ’ଣ କ’ଣ ନ କରିବାକୁ ବାରଣ କରାଯାଇଅଛି ? ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ସମ୍ପୂର୍ଣ୍ଣ ବିବରଣୀ ଯାହା ଦ୍ୱାରା ଆପଣଙ୍କ ଗୃହରେ ସର୍ବଦା ସୁଖ ଶାନ୍ତି ଲାଗି ରହିବ

ପୂଜା ଘର କିମ୍ବା ଠାକୁର ଘର ଉତ୍ତର ପୂର୍ବ ଦିଗ ଅଥବା ଐଶ୍ୱନ୍ୟ କୋଣରେ ହେବା ଦରକାର ଯେଉଁ ଘରେ ଆପଣ ଶୋଉଚନ୍ତି ସେହି ଘରେ ପୂଜା କରିବା ଉଚିତ ନୁହେଁ । କୌଣସି ପରିସ୍ଥିତିରେ ମଧ୍ୟ ଶୋଇବା ଘରେ ପୂଜାର ବ୍ୟବସ୍ଥା କରନ୍ତୁ ନାହିଁ । ଯଦି କୌଣସି ବିକଳ୍ପ ନ ଥାଏ ତେବେ ଠାକୁର ରଖିବା ପାଇଁ ଏକ ସ୍ଵତନ୍ତ୍ର ଆସ୍ଥାନ ପ୍ରସ୍ତୁତ କରନ୍ତୁ । ଏବଂ ପୂଜା ସାରିବା ପରେ ସେଥିରେ ପରଦା ପକାନ୍ତୁ ଏହାର ଠାକୁର ଘରର କବାଟ ଉତ୍ତର ପୂର୍ବ ଦିଗକୁ କରିବା ଶୁଭ ହୋଇଥାଏ

ପୂଜା ଘରର କବାଟ ଏକ ଫାଳିଆ ନ ହୋଇ ଦୁଇ ଫାଳିଆ ହେବା ଉଚିତ ଏବଂ ପୂଜା ଘରର କବାଟ କେବେ ମଧ୍ୟ ଲୁହ ଟିଣ ଅଥବା ଗ୍ରିଲରେ ନ କରିବା ଉଚିତ । ସର୍ବଦା କାଠରେ ନିର୍ମାଣ କରିବା ଉଚିତ ପୂଜା ଘରର ବନ୍ଧ ୪ କାଠ ବିଶିଷ୍ଠ ହେବା ଦରକାର । ଘରେ ମୂର୍ତ୍ତି ପୂଜାର ବ୍ୟବସ୍ଥା ନ କରି ଫଟୋ ପୂଜା କରିବା ଉଚିତ । ସବୁବେଳେ ପୂଜା ଘରେ ଠାକୁରଙ୍କ ଫଟୋ ପୂଜା କରିବା ଉଚିତ । ଯଦି ମୂର୍ତ୍ତି ପୂଜା କରନ୍ତି ତେବେ ମୂର୍ତ୍ତିର ଉଚ୍ଚତା ୬ ଅଙ୍ଗୁଳିରୁ ତଳକୁ ହେବା ଉଚିତ ।

ଠାକୁର ଫଟୋ କିମ୍ବା ମୂର୍ତ୍ତିକୁ କାନ୍ଥକୁ ଲଗାଇ ରଖିବା କିମ୍ବା ଟାଙ୍ଗିବା ଉଚିତ ହୋଇ ନଥାଏ । ଏବେ ମଧ୍ୟ ଆପଣ ଯେଉଁ ଫଟୋ କୁ ପୂଜା କରୁଛନ୍ତି ତାକୁ କାନ୍ଥ କୁ ଲଗାଇ ରଖନ୍ତୁ ନାହିଁ ଏଥିପାଇଁ ସ୍ଵତନ୍ତ୍ର ଆସ୍ଥାନ ଅଥବା ବିମାନ କରାଯିବା ଉଚିତ । ଠାକୁର ଙ୍କ ଫଟୋ ଅଥବା ମୂର୍ତ୍ତି କୁ ପଶ୍ଚିମ ମୁହଁ କରି ରଖାଯିବା ଉଚିତ ଅଟେ । ଘରେ ଯେଉଁ ମୂର୍ତ୍ତି ତଥା ଫଟୋ କୁ ପୂଜା କରୁଛନ୍ତି ତାହାକୁ ସବୁବେଳେ ପଶ୍ଚିମ ମୁହଁ କରି ରଖନ୍ତୁ ।

ଘରେ ପୂଜା କରିବା ସମୟରେ ଆପଣଙ୍କ ଡାହାଣ ପାଖରେ ଠାକୁରଙ୍କୁ ରଖି ଆପଣ ନିଜେ ଉତ୍ତର ଦିଗକୁ ମୁହଁ କରି ପୂଜା କରିବା ଉଚିତ । ଆପଣ ଯଦି ଯୋଗ ଅଥବା ବ୍ୟାୟମ କରୁଛନ୍ତି ତେବେ ଠାକୁରଙ୍କ ସାମ୍ନାରେ କରନ୍ତୁ ନାହିଁ । ଯଦି ପୂଜାଘରେ ହୋମକୁଣ୍ଡ ରଖୁଛନ୍ତି ତେବେ ତାହା ସେହି ଘରର ଦକ୍ଷିଣ ପୂର୍ବ କୋଣ ଅଥବା ଅଗ୍ନି କୋଣରେ ହେବା ଉଚିତ ।

Leave a Reply

Your email address will not be published. Required fields are marked *