ନିଜ ଭକ୍ତ ପାଇଁ ରିକ୍ସା ଵାଲା ସାଜିଲା କାଳିଆ ଠାକୁର ,ଭକ୍ତି ଥିଲେ ନିଶ୍ଚୟ ଦେଖନ୍ତୁ ଆପଣଙ୍କ ଆଖିରୁ ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ ରାମୁ କାକାଙ୍କ ଆଖିରେ ନିଦ ନାହିଁ କେମିତି ବା ନିଦ ରୁହନ୍ତା ଆଉ ଦୁଇଦିନ ରହିଲା ଝିଅର ବାହାଘର ସେ ମନେ ମନେ କରିଥାନ୍ତି ଠାକୁରେ ମୁଁ ଅର୍ଜିଥିବା ସମସ୍ତ ଟଙ୍କାରେ ମୋ ଝିଅର ବାହାଘର କରିବି ବଡ ଧୁମ୍ ଧାମ୍ ରେ ମୁଁ ତାର ବାହାଘର କରିବି ତାକୁ ସବୁ ଜାନି ଯୌତୁକ ଦେବି କଉଥିରେ ବି ଉଣା କରିବି ନାହିଁ ହେଲେ ତା ପୂର୍ବରୁ ମୁଁ ଟିକେ ତମ ପାଖକୁ ଯିବି ମୋର ସବୁ ମନକଥା ଜଣାଇବି ମୋର ପ୍ରତିଦିନ ପରିଶ୍ରମ କରି ରଖିଥିବା ସେହି ୫ ଲକ୍ଷ ଟଙ୍କାକୁ ମୁଁ କାଲି ଉଠେଇକି ଆଣିବି ଠାକୁରେ।

ବୁଢ଼ା ମନେ ମନେ ଗୁଣି ହେଉଥାଏ କେମିତି ରାତି ପାହି ସକାଳ ହେବ ମୁଁ ଶ୍ରୀକ୍ଷେତ୍ର ଯିବି ବୁଢ଼ା ଆଖିରେ ନିଦ ନଥାଏ ସକାଳ ହେଲା ଘରେ କହିଲେ ପିଲାମାନେ ମୁଁ ଶ୍ରୀକ୍ଷେତ୍ର ଯାଉଛି ମୋ ଠାକୁରଙ୍କୁ ଟିକେ ଦର୍ଶନ କରିବି ତମେମାନେ କେହିବି ବ୍ୟସ୍ତ ହେବନାହିଁ ମୁଁ ଟଙ୍କା ଉଠେଇ ସଅଳ ଚାଲି ଆସିବି ଏତିକି କହି ବୁଢ଼ା ଧରିଲା ତା ଘର ପାଖରୁ ଯାଉଥିବା ଏକ ବସଟିଏ ସେ ବସ୍ ଯୋଗେ ଯାଇ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଭାରି ଖୁସି ହେଇ ଯାଉଥାଏ ଠାକୁରଙ୍କୁ କହିଲା ଯାହା ହେଉ ଠାକୁରେ ବୋହୁତ ଦିନପରେ ମୋର ଡାକ ଶୁଣିଲ ସେ କଳା ସାଆନ୍ତଙ୍କୁ ଦେଖି କାନ୍ଦି ପକାଉଥାଏ ଠାକୁରେ ମୋ ଡାକ ତମେ ଶୁଣିଛ ଠାକୁରେ ତମେ ତ ଜାଣିଛ ଠାକୁରେ ଆଉ ୨ ଦିନ ରହିଲା ମୋ ଝିଅର ବାହାଘର ସେ ସବୁଦିନ ପାଇଁ ମତେ ଛାଡ଼ିକି ଚାଲିଯିବ ମାଆ ଛେଉଣ୍ଡ ପିଲାଟା ତାକୁ ସାହା ହେବୁ ଠାକୁରେ ମୁଁ ତାକୁ ସବୁ ବୁଦ୍ଧି ଶିଖେଇଛି ସେ ଗୀତା ପଢୁଛି ସେ ଭାଗବତ ପଢୁଛି ଆଉ ମୁଁ ତାକୁ କହିଛି ସେ ତମକୁ ନୀତି ପୂଜା କରୁଛି ତାକୁ ଟିକେ ସାହା ହେବ ଠାକୁରେ ମୋର ଏତିକି ଇଚ୍ଛା ବୁଢ଼ା କହିକି ଏପଟେ କାନ୍ଦି ପକାଉଥାଏ।

ଏହାପରେ ସେ ଆନନ୍ଦ ବଜାରକୁ ଗଲା ମନ ଖୁସିରେ ସେ ଅବଢ଼ା ପ୍ରସାଦ ଖାଇଲା ତାପରେ ଘରକୁ ଫେରିଲା ଫେରିବା ବାଟରେ ସେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇଲା ଭାରି ଖୁସି ମୋ ଝିଅର ବାହାଘର ମୁଁ ନିଜେ କରିବି ଆଉ ପ୍ରତିଦିନ ପରିଶ୍ରମ କରି ରଖିଥିବା ଏହି ସମସ୍ତ ଟଙ୍କାରେ ମୋ ଝିଅର ବାହାଘର ହେବ କେତେ ଖୁସି ହେଉଥାଏ ବୁଢ଼ା ସବୁତକ ଟଙ୍କାକୁ ଛାତିରେ ଚାପି ଧରି ଟିକେ ଲୁହ ଗଡ଼େଇ ଦେଉଥାଏ ବୁଢ଼ା ରିକ୍ସାଟିଏ ସେଠାରୁ ଧରିଲା ବସ୍ ଷ୍ଟାଣ୍ଡ ଯାଏଁ ଯିବ ରିକ୍ସାବାଲା ଜଣକ ପଚାରୁଥାଏ ମଉସା କୁଆଡେ ଆସିଥିଲ ବୁଢ଼ାଟି କହିଲା ମୁଁ କାଳିଆ ସାଆନ୍ତଙ୍କୁ ଟିକେ ଦେଖିବାକୁ ଆସିଥିଲି ଆଉ ୨ଦିନ ଅଛି ମୋ ଝିଅର ବାହାଘର ବୁଢ଼ା ତାର ସବୁ ମନକଥା ଜଣାଇଲା କାହିଁକି କେଜାଣି ବୁଢାକୁ ଲୋକଟା ଭାରି ନିଜର ଲାଗିଲା ଦୁଇଜଣଙ୍କ ଭିତରେ ଆଲୋଚନା ହେଲା ମୋ ପ୍ରଭୁଙ୍କ କଥା ବୁଢ଼ା ଟିକେ ପ୍ରଭୁଙ୍କ ବିଷୟରେ କହୁଥାଏ ରିକ୍ସାବାଲା ଶୁଣୁଥାଏ ଆଉ ରିକ୍ସାବାଲା ଟିକେ କହୁଥାଏ ବୁଢ଼ା ମଧ୍ୟ ଶୁଣୁଥାଏ ଏହାରି ଭିତରେ ବସଷ୍ଟାଣ୍ଡ ଆସି ପହଞ୍ଚିଗଲା ଟଙ୍କା ଦେଇ ବୁଢ଼ା ଯାଇ ବସରେ ବସିଲା ବୁଢ଼ା ଲୋକ ମନେନାହିଁ ତାର ଟଙ୍କା ବ୍ୟାଗଟି କେତେବେଳେ ରିକ୍ସାରେ ଛାଡି ଦେଇଛି ବସ୍ ଆସି ଗାଁରେ ପହଞ୍ଚିଲା ଟଙ୍କା ନପାଇ ବୁଢା କାନ୍ଦି ପକାଇଲା ଠାକୁରଙ୍କୁ କେତେ ଡାକିଲା ଘରକୁ ଯାଇ ସବୁ କଥା କହିଲା ସମସ୍ତଙ୍କର ମନ ଦୁଃଖ ହେଲା କେମିତି ହେବ ଝିଅର ବାହାଘର ଝିଅର ବାହାଘର ଆଉ ୨ ଦିନ ଅଛି।

ଏହାରି ଭିତରେ ଗୋଟିଏ ଦିନ ବିତି ଯାଇଛି ରାତି ପହିଲେ ଝିଅର ହେବ ବାହାଘର ବୁଢ଼ା କଣ କରିବ ବୁଢ଼ା ରାତିରେ ଶୋଇଥିବା ବେଳେ ସେ ଭାବୁଥାଏ କି ଠାକୁରେ ଏତିକି ଦୁଃଖ ଦେଖିବାର ଥିଲା ମୁଁ ତୁମ ପାଖକୁ ଯାଇଥିଲି ମୋ ମନ କଥା ଜଣାଇବାକୁ ହେଲେ ଇଏ କଣ ହେଲା ମୋର ସବୁତକ ଟଙ୍କା ହଜିଗଲା ଯଦି ତୁମ କଥା ଆଲୋଚନା କରି କରି ମୁଁ ଟଙ୍କା ବ୍ୟାଗ୍ ଟି ଛାଡ଼ିଦେଇ ଆସିଲି ଭୁଲ୍ ହେଇଗଲା କି ମୋର ଠାକୁରେ କଣ ହେବ ମୋ ଝିଅର ଅବସ୍ଥା ଲୋକେ କଣ କହିବେ ବୁଢ଼ା ଭାରି ଅଭିମାନ କଲା ପ୍ରଭୁଙ୍କ ଉପରେ ସେଦିନ ରାତି ୧ଟା ହେଲା ବଢ଼ା ଘରର କବାଟ ଠକ୍ ଠକ୍ ହେଲା ବୁଢ଼ା ଯାଇ କବାଟ ଖୋଲିଲା ଦେଖିଲା ରିକ୍ସାବାଲାଟିଏ ଆସିଛି ରିକ୍ସାବାଲାଟି କହିଲା ବୋହୁତ ଦୂରରୁ ଆସିଲିଣି କେବଳ ତୁମରି ପାଇଁ ତୁମକୁ ଖୋଜି ଖୋଜି ମୋ ନାଁ ହେଉଛି ଜଗା

ଘର ଶ୍ରୀକ୍ଷେତ୍ରରେ ତୁମର ମନେଥିବ ତୁମେ ଶ୍ରୀକ୍ଷେତ୍ର ଯାଇଥିଲ ତୁ ତୁମକୁ ଯେବେ ବସଷ୍ଟାଣ୍ଡ ଛାଡ଼ିବାକୁ ଆସିଲି ଦେଖା ଏହି ବ୍ୟାଗ୍ ଟି ତମେ ଏହି ବକ୍ସଟି ଛାଡ଼ି ଦେଇଆସିଲ ବୁଢା ଯେତେବେଳେ ବ୍ୟାଗ୍ ଟି ଦେଖିଲା ସେ ଆଶ୍ଚର୍ଯ୍ୟ ହୋଇଗଲା ମୁଁ ତ ଗୋଟିଏ ଦିନ ପୂର୍ବରୁ ବ୍ୟାଗ୍ ଛାଡ଼ିଦେଇ ଆସିଥିଲି ଯାହାପାଇଁ ମୁଁ ଆଜି କାନ୍ଦୁଛି ମୋ ଝିଅର ବାହାଘର ମଧ୍ୟ ଅଟକି ଯାଇଛି ଆରେ ସତରେ ତମେ କେତେ ମହାନ୍ ତମେ କେମିତି ଜାଣିଲ ଏହି ବ୍ୟାଗ୍ ମୋର ବୋଲି ଏ ଜଗୁ ରିକ୍ସା ଚଳାଇଲାଣି ୪୦ ବର୍ଷ ହେଲାଣି ମୁଁ ଜାଣି ପାରିବନି ଏହି ବ୍ୟାଗ୍ ଟା କାହାର ମୁଁ ପୁରା ଗୋଟିଏ ଦିନ ହେଲା ଶ୍ରୀକ୍ଷେତ୍ରରୁ ଆସିଲିଣି କେବଳ ରିକ୍ସା ଚଲେଇ ଚଲେଇ ରିକ୍ସାବାଲା ଠାରୁ ଏହିକଥା ଶୁଣି ବୁଢ଼ା କାନ୍ଦି ପକାଉଥାଏ ଆଉ କହିଲେ ଠାକୁରେ କେମିତି ବା ତୁମକୁ ଧନ୍ୟବାଦ୍ ଦେବି ମୋ ମନକଥା ତମେ ଜାଣି ପାରିଲ ଠାକୁରେ।

Leave a Reply

Your email address will not be published. Required fields are marked *