ଘରର କାନ୍ଥରେ ଲଗାନ୍ତୁ ଏହି ସବୁ ଅଦ୍ଭୁତ ଫଟୋ ଭାଗ୍ୟ ବଦଳିଯିବ ,ଘରକୁ କେବେବି ଆସିବ ନାହିଁ ଦାରିଦ୍ର୍ୟତା ସର୍ବଦା ଲାଗି ରହିବ ସୁଖ ଶାନ୍ତି

ନମସ୍କାର ବନ୍ଧୁଗଣ ଆଜିର ବିଷୟରେ ଆମେ ଜାଣିବା ଘରେ କେଉଁ ସବୁ ଅଦ୍ଭୁତ ଫୋଟ ଲଗାଇବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ ଏବଂ ଘରକୁ ଧନର ଆଗମନ ହେବା ସହିତ ସୁଖ ଶାନ୍ତି ସମୃଦ୍ଧି ଲାଗି ରହିବ | ବନ୍ଧୁଗଣ ନିଜ ଘରକୁ ସୁନ୍ଦର ରଖିବା ପାଇଁ ଅଧିକାଂଶ ଲୋକେ କିଛିନା କିଛି ସଜା ସଜି କରିଥାଆନ୍ତି ଘର ସଜାଇବା ପାଇଁ କିଏ ପେଣ୍ଟିଙ୍ଗ ତ ଡିଜାଇନ ଗଛ ଲଗାଇ ଥାଏ | ଏହି ସବୁ ଜିନିଷ ବାସ୍ତୁ ଅନୁସାରେ ମଣିଷ ଜୀବନ ଉପରେ ଭଲ ପ୍ରଭାବ ପକାଇଥାଏ ନା ଖରାପ ପ୍ରଭାବ ପକାଇଥାଏ ତାହା ଅନେକ ଲୋକ ଜାଣି ନାହାଁନ୍ତି ତେବେ ଘରେ କୌଣସି ଫୋଟ ଲଗାଇଲେ ଏହା ବାସ୍ତୁ ଅନୁସାରେ ଲଗାଇବା ଜରୁରୀ ଅଟେ | କାରଣ ଏହା ଦ୍ୱାରା ଘରକୁ ସକରାତ୍ମକ ଉର୍ଜାର ଆଗମନ ହୋଇଥାଏ | ଫଳରେ ଘରେ ସୁଖ ସମୃଦ୍ଧିର ପରିବେଶ ରହିଥାଏ | ତେବେ ଆସନ୍ତୁ ଆଜି ଆମେ ଜାଣିବା ଘରେ କେଉଁ ଫୋଟ ଲଗାଇଲେ ଶୁଭ ଏବଂ କେଉଁ ଫୋଟ ଲଗାଇଲେ ଅଶୁଭ

ପ୍ରଥମେ ରହିଛି ବାସ୍ତୁ ଅନୁସାରେ ଦେବୀ ଦେବତାଙ୍କ ଫୋଟ ଲଗାଇଲେ ପରିବାର ଲୋକେ କୌଣସି ଅସୁବିଧାର ସାମ୍ନା କରିବେ ନାହିଁ | ଘରେ ସବୁବେଳେ ସୁଖ ଶାନ୍ତିର ପରିବେଶ ରହିବ

ଦ୍ୱିତୀୟରେ ଘରେ ଯଦି ପରିବାର ସଦସ୍ୟଙ୍କ ଫୋଟ ଲଗାଇଲେ କୌଣସି ଅସୁବିଧା ହେବ ନାହିଁ ଏହା ବହୁତ ଶୁଭ ହୋଇଥାଏ ଏହା ଦ୍ୱାରା ଘରୁ ନକରାତ୍ମକ ଉର୍ଜା ଦୂରେଇ ଯାଇଥାଏ |

ନମ୍ବର 3 ସମୂଦ୍ର ବେଳାରେ ଦୌଡୁ ଥିବା ତିନୋଟି ଘୋଡ଼ାର ଫୋଟ ଘରେ ଲଗାଇବା ଶୁଭ ହୋଇଥାଏ ଏହା ଦ୍ୱାରା ଘରେ କୌଣସି ନକରାତ୍ମକ ଉର୍ଜା ପ୍ରବେଶ କରେ ନାହିଁ |

ନମ୍ବର 4 ଉଡୁଥିବା ହଂସର ଫୋଟ ଆପଣ ଯଦି ଲଗାଇବେ ପରିବାର ଉପରେ ସର୍ବଦା ସକରାତ୍ମକ ଉର୍ଜା ରହିଥାଏ ଏହା ଦ୍ୱାରା ଘରର ଆର୍ଥିକ ଅବସ୍ଥାରେ ସୁଧାର ଆସିଥାଏ |

ନମ୍ବର 5 ସିଂହ ,ମାଙ୍କଡ଼ ,ସାପ ,ଭାଲୁ ,କୁମ୍ଭୀର ଏବଂ ପେଚାଙ୍କ ଫୋଟ ଲଗାଇବା ଅନୁଚିତ ଅଟେ ବାସ୍ତୁ ଅନୁସାରେ ଏହି ଫୋଟ ଲଗାଇଲେ ପରିବାର ଲୋକଙ୍କ ଉପରେ ହିଂସା ଭାର ବଢ଼ିଥାଏ ତେଣୁ ଭୁଲରେ ଘରେ ଏସବୁ ଫୋଟ ଲଗାନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *