ଶ୍ରୀ ପାତାଳି ଶ୍ରୀକ୍ଷେତ୍ରର ସମ୍ପୂର୍ଣ୍ଣ ଇତିହାସ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ,ଭକ୍ତି ଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ପାତାଳୀ ଶ୍ରୀକ୍ଷେତ୍ର ସୋନପୁର ଜିଲ୍ଲା ତଥା ଓଡ଼ିଶାର ଏକ ପ୍ରସିଦ୍ଧ ଐତିହାସିକ ମହତ୍ଵପୂର୍ଣ୍ଣ ଧାର୍ମିକ ସ୍ଥଳ । ସୁବର୍ଣପୁର ସହର ଠାରୁ ୨୩ କିମି ଦୂରରେ ରହିଛି ଜିଲ୍ଲାର ପ୍ରମୁଖ ପୀଠ ତଥା ଜଗନ୍ନାଥ ସଂସ୍କୃତିର ଅନ୍ୟତମ ଆଲୋଚିତ କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର । ବିଶ୍ଵାସ କରାଯାଏ ଯେ, ଏଠାରେ ଥିବା ଗୁମ୍ଫାରେ ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର ୧୪୪ ବର୍ଷ ପାତାଳି ହୋଇ ରହିଥିଲେ । ପୁରୀ ମନ୍ଦିର ପରି ଏଠାରେ ମଧ୍ୟ ପ୍ରଭୁଙ୍କ ସବୁ ରୀତିନୀତି ପ୍ରତ୍ୟହ କରାଯାଏ । ଅତିତରେ ଯବନ ଆକ୍ରମଣରୁ ରକ୍ଷା କରିବାକୁ ଯାଇ ଦାରୁବ୍ରହ୍ମଙ୍କୁ କେତେବେଳେ ଚିଲିକା କୂଳରେ ତ କେବେ ନିଛାଟିଆ ସ୍ଥାନରେ ଲୁଚାଇ ଦିଆଯାଉଥିଲା ।
ମାଦଳାପାଞ୍ଜିରୁ ଜଣାପଡେ ଯେ ତ୍ରିକୁଟ ପାହାଡ଼ର ଗୁମ୍ଫା ଭିତରେ ସହ ସହ ବର୍ଷ ଧରି ଦାରୁବ୍ରହ୍ମ ମାନଙ୍କୁ ପାତାଳୀ କରି ରଖାଯାଇଥିଲା । ଦାରୁବ୍ରହ୍ମଙ୍କୁ ରକ୍ତବାହୁ ଆକ୍ରମଣରୁ ରକ୍ଷା କରିବାକୁ ଯାଇ, ୧୪୪ ବର୍ଷ ଧରି ଏହିଠାରେ ଗୋପନ କରି ରଖାଯାଇଥିଲା । ଆଜିବି ଏଠାରେ ଶ୍ରୀମନ୍ଦିର ଭଳି ରୀତିନୀତି ଅନୁଯାୟୀ ପୂଜା ପାଆନ୍ତି ଠାକୁର । ବିଭିନ୍ନ ସମୟରେ ପୁରୀ ଗଜପତି ମଧ୍ୟ ଏହି ପୀଠକୁ ଆସିଥାନ୍ତି । ଏହି ପୀଠକୁ ପ୍ରତିବର୍ଷ ଅନେକ ଭକ୍ତଙ୍କ ସୁଅ ଛୁଟିଥାଏ ।ଚାରିଆଡ଼େ ପାହାଡ଼ ଘେରି ହୋଇ ରହିଥିବାରୁ ଏହା ଏକ ଉପତ୍ୟକା ଭଳି ମନେ ହୁ ଏ । ଏଠାରେ ପଥର ନିର୍ମିତ ଏକ ବଡ଼ ମଣ୍ଡପ ରହିଛି l କୁହାଯାଏ ଏହି ମଣ୍ଡପ ଉପରେ ପାତାଳୀ ହୋଇଥିବା ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନ କୀର୍ତ୍ତନ କରାଯାଉଥିଲା ।

ପାହାଡ଼ର ଗୁମ୍ଫା ଗୁଡ଼ିକୁ ସ୍ଥାନୀୟ ଲୋକେ ବିଭିନ୍ନ ନାମରେ ନାମ କରଣ କରିଛନ୍ତି ଯଥା ମାଧବ ଗୁମ୍ଫା, ଧନା ଗୁମ୍ଫା, ରାଣୀଖୋଲ ଗୁମ୍ଫା,ଦାରୁକୋଣ ଗୁମ୍ଫା ଇତ୍ୟାଦି । ଅନେକେ ବିଶ୍ୱାସ କରନ୍ତି ଏହି ଗୁମ୍ଫାମାନଙ୍କରେ ଅନେକ ଧନରତ୍ନ ଲୁକ୍କାୟିତ ଅବସ୍ଥାରେ ଅଛି । ସେଇ ଗୁମ୍ଫାଗୁଡ଼ିକରେ ମୁନିଋଷିମାନେ ରହି ପୂଜା କରିଆସୁଛନ୍ତି । ସେଇ ପାହାଡ଼କୁ ଲାଗି ରହିଛି ଧୋଇଆ ବନ୍ଧ ପାହାଡ଼ । ସେଇ ପାହାଡ଼ରେ ମଧ୍ୟ ଅନେକ ଗୁମ୍ଫା ଦେଖାଯାଏ । ତ୍ରିକୂଟ ପାହାଡ଼ର ଠିକ୍ ପଶ୍ଚିମ ଦିଗକୁ ଅଛି ଚନ୍ଦନ ଖୋଲ । ଏହି ସ୍ଥାନର ମାଟି ଚନ୍ଦନ ଭଳିଆ ବାସ୍ନା ହେଉଥିବାରୁ ଏହାକୁ ଚନ୍ଦନ ଖୋଲ ବୋଲି ଲୋକମାନେ କହନ୍ତି ।

ଏହିଠାରେ ନଅଦିନ ବ୍ୟାପି ଅନୁଷ୍ଠିତ ହୁଏ ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ । ସୁବର୍ଣ୍ଣପୁର ଜିଲ୍ଲା କୋଟସମାଲାଇ ଗାଁରେ ଥିବା ମହାପ୍ରଭୁଙ୍କ ଏହି ଅନନ୍ୟ କ୍ଷେତ୍ରରେ ୨୦୦୬ ମସିହାରୁ ଅନୁଷ୍ଠିତ ହୋଇଆସୁଛି ପାତାଳୀ ମହୋତ୍ସବ। ଅନେକ ସମୟରେ ବିଭିନ୍ନ ସ୍ଥାନରୁ ଭକ୍ତବୃନ୍ଦ, ଗବେଷକ, ଐତିହାସିକ ଓ ଜଗନ୍ନାଥ ସଂସ୍କୃତି ଉପରେ ଅନୁସନ୍ଧାନ କରୁଥିବା ବ୍ୟକ୍ତିମାନେ ଏଠାକୁ ଆସି ଏ ଅଞ୍ଚଳ ବୁଲି ଥାନ୍ତି । ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟାବ ବାହାରୁ ଅନେକ ଭକ୍ତ ଆସିଥାନ୍ତି । ସମ୍ପୂର୍ଣ୍ଣ ସ୍ଥାନଟିରେ ଲୋକଙ୍କ ଗହଳି ଦେଖିବାକୁ ମିଳୁ ।

Leave a Reply

Your email address will not be published. Required fields are marked *