କେଉଁ ବାରରେ ଜନ୍ମ ହୋଇଥିବା ପିଲା ସବୁଠାରୁ ଭାଗ୍ୟଶାଳୀ ଏବଂ ବୁଦ୍ଧିମାନ ହୋଇଥାଆନ୍ତି ,ଥରେ ନିଶ୍ଚୟ ଦେଖନ୍ତୁ

ପ୍ରତ୍ୟେକ ମନୁଷ୍ୟର ଜନ୍ମ ବାର ସେହି ମଣିଷ ସମ୍ବନ୍ଧରେ ଅନେକ କିଛି କହିଥାଏ ଏବଂ ସେହି ବ୍ୟକ୍ତିର ବ୍ୟକ୍ତିତ୍ୱ ମଧ୍ୟ ଭିନ୍ନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆପଣ ନିଜର ଜନ୍ମ ବାର ଅନୁଯାୟୀ ଆପଣଙ୍କ ବିଷୟରେ ଅନେକ କିଛି ଜାଣି ପାରିବେ । ଆଜି ଆମେ ଆପଣଙ୍କୁ କେଉଁ ବାରରେ ଜନ୍ମ ହୋଇଥିବା ପିଲା କେଉଁ ସ୍ଵଭାବ ହୋଇଥାଏ ସେହି ବିଷୟରେ କହିବୁ ।

୧ . ସୋମବାର:- ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତିର ସମାଜରେ ଖୁବ ଚର୍ଚ୍ଚା ରହିଥାଏ । ମାତ୍ର ଏମାନେ ପାରିବାରିକ କ୍ଷେତ୍ରରେ ଏତେ ଭଲରେ ରହନ୍ତି ନାହିଁ ଏବଂ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏମାନଙ୍କ କଥା ଖୁବ ମିଠା ହୋଇଥାଏ । ଏମାନେ କଳା କ୍ଷେତ୍ରରେ ଖୁବ ଭଲ ହୋଇଥାନ୍ତି । ଏମାନଙ୍କ ସ୍ମରଣ ଶକ୍ତି ବହୁତ ଭଲ ରହିଥାଏ କିନ୍ତୁ ଧୌର୍ଯ୍ୟଶକ୍ତି ଖୁବ କମ ରହିଥାଏ ।

୨ . ମଙ୍ଗଳବାର:- ଏମାନେ ଖୁବ ପରାକ୍ରମୀ ଏବଂ ନୂଆ ବିଚାରର ହୋଇଥାନ୍ତି । ଏମାନେ ନୂଆ ବିଚାରକୁ ସବୁବେଳେ ସମର୍ଥନ କରିଥାନ୍ତି । ଏମାନେ ସବୁ ବାଧାକୁ ଦୂର କରି ଆଗକୁ ବଢ଼ିଥାନ୍ତି । ଏମାନେ ନିଜର ପ୍ରଶଂସା ଶୁଣିବାକୁ ଇଚ୍ଛା ରଖନ୍ତି । କ୍ରୋଧ କାରଣରୁ ଲୋକଙ୍କ ସହିତ ଭଲ ପଡ଼ି ନଥାଏ ।

୩ . ବୁଧବାର:-ଭଗବାନ ଗଣେଶଙ୍କ ଦିନ ହୋଇଥିବାରୁ ଏମାନେ ଖୁବ ବୁଦ୍ଧିମାନ ହୋଇଥାନ୍ତି ଏବଂ ଏମାନେ ନିଜ ପରିବାର ପାଇଁ ସବୁବେଳେ ସମର୍ପିତ ହୋଇଥାନ୍ତି । ନିଜ ପରିବାର ପାଇଁ କିଛିବି କରିବାକୁ ପ୍ରସ୍ତୁତ ରହନ୍ତି । ଏଥିପାଇଁ ଏମାନେ କୌଣସିବି ସମସ୍ୟାରୁ ବର୍ତ୍ତି ଯାଆନ୍ତି ।

୪ . ଗୁରୁବାର:-ଏହି ଦିନ ଜନ୍ମ ହୋଇଥିବା ଲୋକ ମହତ୍ତ୍ୱ ଆକାଂକ୍ଷି ଏବଂ ଗଭୀର ସ୍ଵଭାବ ଯୁକ୍ତ ହୋଇଥାନ୍ତି । ଏମାନେ ଖୁବ ସାହସୀ ଏବଂ ନିଜ ବିଚାରକୁ ଲୋକଙ୍କ ସାମ୍ନାରେ ଭଲ ଭାବରେ ପ୍ରକାଶ କରି ପାରନ୍ତି । ଏହି ଦିନରେ ଜନ୍ମିତ ବ୍ୟକ୍ତି ଲମ୍ବା , ଗୋରା ଏବଂ ସୁନ୍ଦର ହୋଇଥାଏ ଏବଂ ଏମାନେ ଖୁବ ଆକର୍ଷଣୀୟ ହୋଇଥାନ୍ତି ।

୫ . ଶୁକ୍ରବାର:-ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ବାଣୀରେ ମଧୁରତା ଏବଂ ସରଳତା ରହିଥାଏ । ବାଦ ବିବାଦ କରିବାକୁ ଏମାନେ ପସନ୍ଦ କରନ୍ତି ନାହିଁ । ଏମାନେ ମନୋରଞ୍ଜନ ସହିତ ଭୋଗ ବିଳାସରେ ଅଧିକ ଖର୍ଚ୍ଚ କରିଥାନ୍ତି । ଯେଉଁ କାରଣରୁ ଆର୍ଥିକ ସନ୍ତୁଳନ ବିଗିଡ଼ିଯାଏ । କଳା କ୍ଷେତ୍ରରେ ଏମାନେ ନିଜର ଅଲଗା ପରିଚୟ ବନାଇ ଥାଆନ୍ତି । ସ୍ୱଭାବର ଈର୍ଷା ଅଧିକ ଥାଏ । ଏମାନଙ୍କ ବୈବାହିକ ଜୀବନ ଅତ୍ୟନ୍ତ ଭଲ ରହିଥାଏ । ଏହି ଦିନଟି ମାତା ଲକ୍ଷ୍ମୀଙ୍କ ଦିନ ହୋଇଥାଏ ।

୬ . ଶନିବାର:-ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଅଳସୁଆ ହୋଇଥାନ୍ତି । ଏମାନେ କୌଣସି କାର୍ଯ୍ୟ କରିବାକୁ ଯୋଜନା କରନ୍ତି କିନ୍ତୁ ସେହି କାମକୁ କରି ପାରନ୍ତି ନାହିଁ । ଏମାନଙ୍କୁ ସାଙ୍ଗସାଥୀ ବନାଇବାର ସାବଧାନତା ଅବଲମ୍ବନ କରିବାକୁ ପଡ଼େ । ପରିବାର ବନ୍ଧୁ ବାନ୍ଧବଙ୍କ ଠାରୁ ସୁଖ ମିଳିଥାଏ । ସମସ୍ୟା ଆସିଲେ ଏମାନେ ବିଚଳିତ ହୁଅନ୍ତୁ ନାହିଁ । ଏମାନେ କ୍ରୋଧି ସ୍ୱଭାବର ହୋଇଥାନ୍ତି ।

୭ . ରବିବାର:-ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି କାହାରି ଅଧୀନରେ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ କାହା ସହିତ ଅଧିକ କଥା କହିବାକୁ ପସନ୍ଦ କରନ୍ତି ନାହିଁ । କଳା ଏବଂ ଶିକ୍ଷା କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତ କରନ୍ତି ।

Leave a Reply

Your email address will not be published. Required fields are marked *