ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର ବୋର୍ଡ ତରଫରୁ ଆସିଲା ବଡ଼ ନିଷ୍ପତି ,ମେ ଚତୁର୍ଥ ସପ୍ତାହରେ ପ୍ରକାଶ ପାଇବ ରେଜଲ୍ଟ

ନମସ୍କାର ବନ୍ଧୁଗଣ ରାଜ୍ୟରେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହେଲା ନୂଆ ସୂଚନା କେଉଁ ତାରିଖରେ ପ୍ରକାଶ ପାଇବ ଏହା ଛଡ଼ା କେଉଁ ୱେବସାଇଟ ଯୋଗେ ଆପଣମାନେ ସର୍ବ ପ୍ରଥମେ ରେଜଲ୍ଟ ଦେଖିପାରିବେ ଏନେଇ CHSE ପକ୍ଷରୁ ଜାରି ହେଲା ନୂଆ ନିଷ୍ପତି ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ |

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅର୍ଥାତ CHSE ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ମେ ମାସ ଚତୁର୍ଥ ସପ୍ତାହରେ ପ୍ରକାଶ ପାଇବ ତେବେ ଏପ୍ରିଲ ୨୨ ରେ ଖାତା ଦେଖା ଶେଷ ହେବାକୁ ଥିବା ବେଳେ ପରିଷଦ ପକ୍ଷରୁ ମୂଲ୍ୟାୟନ ମାର୍କ କୁ ୱେବସାଇଟ ରେ ପ୍ରକାଶ ପାଇଁ ଏକ ଆଇଟି ଫାର୍ମକୁ ଦାୟିତ୍ଵ ଦିଆଯାଇଛି । ତେବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରେଜଲ୍ଟ ପ୍ରକାଶରେ ସାମାନ୍ୟ ବିଳମ୍ବ ହୋଇଛି

ସୂଚନା ଯୋଗ୍ୟ ଚଳିତ ବର୍ଷ ମୋଟ ତିନି ଲକ୍ଷ ଛୟାସି ଦୁଇଶହ ପଇଁଚାଳିଶି ଜଣ ପରୀକ୍ଷା ଦେଇଛନ୍ତି । ତେବେ ଚଳିତ ବର୍ଷ ସମୁଦାୟ ସତେଇସି ଲକ୍ଷ ଖାତା ମୂଲ୍ୟାୟନ କରାଯାଇଛି । ତେବେ ଗ୍ରୀଷ୍ମ ପ୍ରବାହ ପାଇଁ ଖାତା ଦେଖାରେ ବିଳମ୍ବ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ ୨ ରେ ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ ୨୦ ରେ ଶେଷ ହୋଇଛି ।

ତଥାପି ବୋର୍ଡ ପକ୍ଷରୁ ମେ ମାସ ଚତୁର୍ଥ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଲକ୍ଷ ରଖାଯାଇଛି କୌଣସି ମତେ ଜୁନ ମାସ ହେବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ଏପଟେ ଚଳିତ ବର୍ଷ କଳା,ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ଏକାଥରକେ ରେଜଲ୍ଟ ପ୍ରକାଶ ପାଇବ

Leave a Reply

Your email address will not be published. Required fields are marked *