ବୃଷ ରାଶି ( Taurus ) ଜନ୍ମ ଠାରୁ ମୃ-ତ୍ୟୁ ପର୍ଯ୍ୟନ୍ତ ଗୁପ୍ତ ରହସ୍ୟ ଯଦି ଆପଣଙ୍କ ପାଖରେ ଅଛନ୍ତି ଥରେ ନିଶ୍ଚୟ ଜାଣିରଖନ୍ତୁ

ନମସ୍କାର ବନ୍ଧୁଗଣ ଆଜି ଆମେ ବୃଷ ରାଶି ବ୍ୟକ୍ତିମାନଙ୍କ ବିଷୟରେ ଏପରି କିଛି ଗୁପ୍ତ କଥା ଜାଣିବା ଯାହା ନିଶ୍ଚିତ ରୂପେ ଆପଣଙ୍କୁ ପସନ୍ଦ ଆସିବ।

ବୃଷ ରାଶିକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଛି ଯଥା ୩/୨ କୃତ୍ତିକା ନକ୍ଷତ୍ର ବୃଷ ରାଶି ଏମାନେ ହେଉଛନ୍ତି ଦାନବ ଗଣ, ୪/୨ ରୋହିଣୀ ନକ୍ଷତ୍ର ବୃଷ ରାଶି ଏମାନେ ହେଉଛନ୍ତି ମାନବ ଗଣ, ୫/୨ ମୃଗଶିରା ନକ୍ଷତ୍ର ବୃଷ ରାଶି ଏମାନେ ହେଉଛନ୍ତି ଦେବ ଗଣ।

ବୃଷ ରାଶି ମାନଙ୍କର ମନ୍ଦ ଗୁଣ ସହଜରେ ରାଗନ୍ତି ନାହିଁ ଏବଂ ଯଦି କେବେ ରାଗି ଯାଆନ୍ତି ତାହେଲେ ହିତାହିତ ଜ୍ଞାନ ଭୁଲି ଯାଆନ୍ତି, ସ୍ତ୍ରୀ ଜାତି ପ୍ରତି ଆଗ୍ରହୀ ହୋଇଥାନ୍ତି ତେଣୁ ବିନା ବିଚାରରେ ଅର୍ଥ ବର୍ବାଦ କରିଥାନ୍ତି। ବୃଷରାଶି ବ୍ୟକ୍ତିଙ୍କର ଫୁସ୍ ଫୁସ୍ ରୋଗ, କୋଷ୍ଟକାଠିନ ରୋଗ, ନିମୁନିଆ ରୋଗ, ପୃଷ୍ଟିହୀନତା, ଘଣ୍ଟିକା, ନାଶା ରୋଗ, ଡାଇଭେଟିସ୍ ରୋଗ, ଗୁପ୍ତ ରୋଗ ଏବଂ ମୁଖ ରୋଗ ଏମାନଙ୍କର ହୋଇଥାଏ।

ବୃଷ ରାଶି ବ୍ୟକ୍ତି ମାନଙ୍କର ବ୍ୟବସାୟ ହେଉଛି ଶିଳ୍ପ ପ୍ରତିଷ୍ଠା, ଗ୍ରନ୍ଥ ପ୍ରଚାରକ, ଅଧ୍ୟାପକ, ଚିକିତ୍ସା, ଆଇନ, ସୁଗନ୍ଧ ଦ୍ରବ୍ୟ ବିକ୍ରି, କୃଷି ଏବଂ ପଶୁ ପାଳନ ଆଦି ଜୀବିକା କରିଥାନ୍ତି। ବୃଷ ରାଶିମାନଙ୍କର ଅଶୁଭ ତାରିଖ ଗୁଡ଼ିକ ହେଲା ପ୍ରତି ମାସର ୫,୧୦, ୧୪ ଏବଂ ୨୦ ତାରିଖ ଅଶୁଭ ଅଟେ ଏବଂ ଶନିବାର ଅଶୁଭ ଅଟେ ଏବଂ ଲାଲ୍ ରଙ୍ଗର ବସ୍ତ୍ର ଓ ଦ୍ରବ୍ୟ ଅଶୁଭ ଅଟେ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଥାଏ। ଜନ୍ମସ୍ଥାନ ଛାଡି ଦୂରରେ ରହିଲେ ରୋଜଗାରରେ କିଛିଟା ପରିବର୍ତ୍ତନ ଦେଖା ଦେଇଥାଏ। ଅନେକ ସମୟରେ ଜମି ବାଡିକୁ ନେଇ ପାରିବାରିକ ସୁଖକୁ ନେଇ ଅଶାନ୍ତି ରହିଥାନ୍ତି। ପଢା ଲେଖାରେ ସଫଳତା ପାଇଥାଆନ୍ତି। ଛୋଟ ଛୋଟ କଥାରେ କଟି ପକାଇଦେଇଥାନ୍ତି ଏବଂ ସ୍ତ୍ରୀ ସହିତ ସମ୍ପର୍କ ଟିକିଏ ଭଲ ରଖି ନଥାନ୍ତି। ବିବାହ ୧୪, ୨୧ ଏବଂ ୨୬ ବର୍ଷରେ ବିବାହର ଯୋଗ ଥାଏ। ୧ ରୁ ଅଧିକ ବିବାହର ଯୋଗ ଥାଏ।

ବୃଷ ରାଶି ମାନଙ୍କର କ୍ଷତି ହେଉଛି କ୍ଷତି ହେଉଛି ଜନ୍ମ ଠାରୁ ୮ ବର୍ଷ ପର୍ଯ୍ୟନ୍ତ, ୨୮ ରୁ ୩୫ ବର୍ଷ ପର୍ଯ୍ୟନ୍ତ ଖରାପ ଚାଲିଥାଏ। ପରିବାରରେ ଦୁଃଖ, ଅଭାବ, ସୁଖ, ସନ୍ତାପ, ଅର୍ଥହାନୀ, ସନ୍ତାନର ଯୋଗ, ଅପବେୟ କରିବା ଏବଂ ଶରୀରରେ ଶରୀରରେ କଷ୍ଟ ଅନୁଭବ ହୋଇଥାଏ। ୯ ବର୍ଷରୁ ୨୬ ବର୍ଷ, ୩୭ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ପୂରଣ ହୋଇନଥାଏ ଏଣୁ ବଦନାମ, ଚୋରି, ମିଛ କେସ୍ ମକଦ୍ଦମାରେ ପଶିଯାଇ ପାରନ୍ତି। ବୃଷ ରାଶି ବ୍ୟକ୍ତି ମାନଙ୍କର ଲାଭ ବା ଶୁଭ ସମୟ ୨୬ ରୁ ୨୮ ଏବଂ ୩୦ ବର୍ଷ ମଧ୍ୟରେ ଶୁଭ ସମୟ ହୋଇଥାଏ। ଅତି ଖରାପ ୫୨ ବର୍ଷ ୭ ମାସରେ ମୃତ୍ୟୁ ତୁଲ୍ୟ କଷ୍ଟ ଅଛି। ୮୮ ବର୍ଷରୁ ୮୯ ବର୍ଷ ମଧ୍ୟରେ ମୃତ୍ୟୁ ଯୋଗ ଅଛି।

ବୃଷ ରାଶି ବ୍ୟକ୍ତିମାନଙ୍କର ମନ୍ଦ ଗୁଣ ଆପଣଙ୍କ ଜୀବନରେ ୧ରୁ ଅଧିକ ସ୍ତ୍ରୀଲୋକ ଠାରୁ ମିତ୍ରତା ଥିଲେ ହିଁ କିଛି ସ୍ତ୍ରୀଲୋକ ଶତ୍ରୁ ପାଲଟି ଯିବେ ଏଣୁ ସାବଧାନ ହୋଇ ଚଳନ୍ତୁ। ଶୁଭବାର ହେଉଛି ଶୁକ୍ରବାର। ପ୍ରତିବର୍ଷ ନଭେମ୍ବର ମାସ ୫, ୧୦, ୧୪, ୨୦ ଏବଂ ଶନିବାରରେ ଅଶୁଭ ଦାୟକ ଅଟେ। ବୃଷ ରାଶି ମିଥୁନ ରାଶି ମକର ରାଶି କୁମ୍ଭ ରାଶି ବ୍ୟକ୍ତିଙ୍କ ସହିତ ମିତ୍ରତା ରଖିଲେ ଅନେକ ସମୟରେ ଲାଭ ହୋଇଥାଏ। ଆପଣଙ୍କର ଶୁଭ ସଂଖ୍ୟା ହେଉଛି ୫,୬ ଏବଂ ୮। ଉତ୍ତମ ଫଳ ତୁଳା, ବୃଷ, ମିଥୁନ, କନ୍ୟା, ମକର ଏବଂ କୁମ୍ଭ। ଗ୍ରହ ଶାନ୍ତି ପାଇଁ ରୂପା ଶୁକ୍ରବାରରେ ଶୁକ୍ର ଗ୍ରହଙ୍କ ଥରେ ପୂଜାକରି ପିନ୍ଧିଲେ ଅନେକ ଧନ ବୃଦ୍ଧି ହୋଇଥାଏ।

ଦେବୀ ଭଗବତୀଙ୍କ ପାଠ, ଅଷ୍ଟମୀ ପାଠ ଏବଂ ଗୋପୂଜା କଲେ ଶୁଭ ହୋଇଥାଏ। ବୃଷ ରାଶି ବ୍ୟକ୍ତିଙ୍କର ଶୁଭ ଦିଗ ହେଉଛି ଦକ୍ଷିଣ ଦିଗ ଆପଣ ଦକ୍ଷିଣ ଦିଗକୁ ଯାତ୍ରା କଲେ ଶୁଭ ହୋଇଥାଏ। ଘାତବାର ଶନିବାର। ବୃଷ ରାଶି ବ୍ୟକ୍ତିଙ୍କର ଲକି ନମ୍ୱର୍ ୧,୩ ଏବଂ ୫। ଘାଟି ୨ ବର୍ଷ ୩ ମାସ, ୩ ବର୍ଷ ୫ ମାସ, ୫ ବର୍ଷ, ୬ ବର୍ଷ, ୯ ବର୍ଷ, ୧୨ ବର୍ଷ ଓ ୧୬ ବର୍ଷ, ୨୨ ବର୍ଷ, ୨୪ ବର୍ଷ, ୨୮ ବର୍ଷ, ୩୨ ବର୍ଷ, ୩୪ ବର୍ଷ, ୪୨ ବର୍ଷ, ୪୬ ବର୍ଷ, ୫୨ ବର୍ଷ, ୬୩ ବର୍ଷ, ୬୪ ବର୍ଷ ଏବଂ ୭୯ ବର୍ଷରେ ନାନାଦି କ୍ଷତି, ରୋଗ ଏବଂ ଅପମୃତ୍ୟୁ ମଧ୍ୟ ହୋଇଥାଏ। ବୃଷ ରାଶିର ଛାତ୍ରଛାତ୍ରୀ ପଢ଼ାପଢ଼ିରୁ ମନ ଛାଡି ଅଳସୁଆ ହୋଇଥାନ୍ତି। ଏବେ ଜାଣିବା ପରମ ଆୟୁ ବା ଆୟୁଷ। ୩/୨ ର ଆୟୁଷ ୮୦ ବର୍ଷ, ୪/୨ ର ଆୟୁଷ ୯୦ ବର୍ଷ, ୫/୨ ର ଆୟୁଷ ୮୩ ବର୍ଷ।

Leave a Reply

Your email address will not be published. Required fields are marked *