ହୁମା ବକ୍ର ମନ୍ଦିରର ପ୍ରକୃତ ରହସ୍ୟ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ,ଭକ୍ତି ଥିଲେ ନିଶ୍ଚୟ ଦେଖନ୍ତୁ

ଓଡ଼ିଶା ହେଉଛି ମନ୍ଦିର ମାଳିନୀ ମାନଙ୍କର ରାଜ୍ୟ ନାମରେ ସାରା ଦୁନିଆରେ ପାରିଚିତ ଓଡ଼ିଶାରେ ବହୁତ ଗୁଡ଼ିଏ ମନ୍ଦିର ରହିଛି ସବୁ ମନ୍ଦିର ନିଜର କିଛି ନା କିଛି ରହସ୍ୟକୁ ନେଇ ଛିଡ଼ା ହୋଇଛି ଆଜି ଆମେ ଜାଣିବା ଏପରି ଏକ ମନ୍ଦିର ବିଷୟରେ ଯାହା ଅନେକ ଗୁଡ଼ିଏ ରହସ୍ୟ ସହିତ ଜଡ଼ିତ ଆସନ୍ତୁ ଜାଣିବା ସେହି ରହସ୍ୟ ମଇ ମନ୍ଦିର ବିଷୟରେ କିଛି ରୋଚକ ତଥ୍ୟ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।କଥା ଅନୁଯାୟୀ ପବଙ୍ଗା ଗାଁର ଜଣେ ହୋତା ପରିବାରର ଗୋଟେ ଗାଈ ଥିଲା ଆଉ ସେହି ଗାଈ ଚରେଇବାକୁ ଜଣେ ଗାଈ ଚରାଳି ମଧ୍ୟ ଥିଲେ ।

ସେ ସବୁଦିନ ମହାନଦୀ କୁଳକୁ ଗାଈ ଚରାଇବାକୁ ଆସୁଥିଲେ ଓ ସନ୍ଧ୍ୟାରେ ଫେରୁଥିଲେ । ସବୁଦିନ ଠିକ ଚାଲିଥିଲା କିନ୍ତୁ ଦିନେ ହୋତା ବାବୁ ଅନୁମାନ କରିଲେ ଗାଈର କ୍ଷୀର ଦେବାର ପରିମାଣ କମିବାରେ ଲାଗିଛି । ସେ ସଙ୍ଗେ ସଙ୍ଗେ ଗାଈ ଚରୁଆଳିକୁ ପ୍ରଶ୍ନ କରିଲେ ଗାଇର ଏମିତି ଗୋରୋଷୋର ପରିମାଣ କାହିଁକି ଆପେ ଆପେ କମିବାରେ ଲାଗିଛି ? ଏମିତି କହି ହୋତା ବାବୁ ନିଜେ ଗାଇର ଲାଞ୍ଜ ଧରି ଗାଇ ଚରାଇବାକୁ ଗଲେ ।

ସେହି ସମୟରେ ଅନୁଧ୍ୟାନ କରିଲେ ସେ ଗାଈଟି ମହାନଦୀ ଆରପାରିକୁ ଯାଇ ପ୍ରସ୍ତର ଉପରେ ଔରସ ଆପେ ଆପେ ଝରୁଥାଏ । ହୋତା ବାବୁ ଦେଖି ଆଶ୍ଚର୍ଯ୍ୟ ହେଲେ ଆଉ ଭାବିଲେ ଏଠାରେ ମହାଦେବ ଆବିର୍ଭାବ ହୋଇଛନ୍ତି । ସେ ପ୍ରସ୍ତରଟି ଦେଖିବାକୁ ଲିଙ୍ଗ ଭଳି । ସେହିଦିନ ଠାରୁ ହୋତା ବାବୁ ଗାଈକୁ ସେଠାକୁ ଛାଡିବା ସହ ନିଜେ ପୂଜା କରିଲେ ।

ତାଙ୍କ ପୂଜାର ଖବର ସମ୍ବଲପୁରର ରାଜା ବଳରାମଦେବ ପାଇବା ପରେ ପରିଭ୍ରମଣ କରିବାକୁ ଆସିଲେ ଆଉ ଘଟଣାକୁ ବୁଝିଲେ ।ଅନେକ ଦିନ ପରେ ରାଜାଙ୍କୁ ସ୍ଵପ୍ନ ହେଲା ମହାଦେବ କହିଲେ ମୋତେ ଏହି ସ୍ଥାନରେ ତୁ ପୁଜାଜ କର ଏବଂ ମୋର ଭବ୍ୟ ମନ୍ଦିର ନିର୍ମାଣ କର । ଯାହାକୁ ଶୁଣିବା ପରେ ରାଜା ମନ୍ଦିର ନିର୍ମାଣ କାମ ଆରମ୍ଭ କରିଲେ ।

ସାଧାରଣତ ଗୋଟେ ଗାଈ ବା ବଳଦ ହୁମା ହୁମା କରି ଶବ୍ଦ ଉଚ୍ଚାରଣ କରିଥାଏ । ସେହି ହୁମା ଶବ୍ଦରୁ ରାଜା ମନ୍ଦିର ର ନାଁ ଦେଲେ ହୁମା ମନ୍ଦିର । ଆଉ ସେହିଦିନ ଠାରୁ ମହାଦେବ ସେହି ମନ୍ଦିରରେ ପୂଜା ପାଉଛନ୍ତି । ଏହି ମନ୍ଦିରର ଅନେକ ଘଟଣା ଦୁର୍ଘଟଣା ଘଟିଛି ଏହାକୁ ହିଁ ଲୋକମାନେ ମନ୍ଦିରର ରହସ୍ୟ କହି ଥାଆନ୍ତି ।

Leave a Reply

Your email address will not be published. Required fields are marked *